Advertisment

ଏମିତି ପରିବାର, ଯେଉଁଠି ରୁହନ୍ତି ୫ ପିଢିର ଲୋକ

ଆଜିର ଦିନରେ ଗୋଟିଏ ପରିବାରରେ ୪ ପିଢିର ଲୋକଙ୍କୁ ଦେଖିବା ବି କଷ୍ଟକର। କେଉଁଠି କାଁ ଭାଁ ପରିବାର ଥିବେ ଯେଉଁଠାରେ ୩-୪ ପିଢିର ଲୋକେ ରହିଥିବେ। କିନ୍ତୁ ଏ ଦୁନିଆରେ ଏମିତି ବି ଅନେକ ପରିବାର ଅଛି କେଉଁଠି ୫ ପିଢିର ବି ଲୋକେ ବାସ କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
5 generations fit together in one frame

5 generations fit together in one frame

ବର୍ତ୍ତମାନ ସମୟରେ ଯେତେବେଳେ ଗୋଟିଏ ପରିବାରରେ ନିଜ ଜେଜେବାପା ଓ ବାପାଙ୍କୁ ଏକାଠି ଦେଖିବା ସମ୍ଭବ ହୋଇ ନଥାଏ, ଠିକ୍ ସେତିକିବେଳେ ଅନେକ ପିଢି ଏକାଠି ହେବା ଭାଗ୍ୟର କଥା ବୋଲି ବିବେଚନା କରାଯାଏ। କିଏ ବା ନାତି ନାତୁଣୀଙ୍କ ସହିତ ଖେଳିବାକୁ ନ ଚାହେଁ। ଯେଉଁମାନେ ବି ନିଜ ନାତି ନାତୁଣୀକୁ କୋଳରେ ଖେଳାନ୍ତି ତେବେ ସେମାନେ ନିଶ୍ଚିତ ଭାଗ୍ୟବାନ।

Advertisment

ସୋସିଆଲ ସାଇଟ୍ ଟ୍ୱିଟରରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ପରିବାରର ୫ ପିଢିଙ୍କୁ ଏକାଠି ଦେଖିବାର ସୁଯୋଗ ମିଳେ। ସେମାନେ ସମସ୍ତେ ମଧ୍ୟ ସୁସ୍ଥ ଥିବା ଦେଖାଯାଆନ୍ତି। ପ୍ରସିଦ୍ଧ ବ୍ୟବସାୟ ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି। ଭିଡିଓରେ କ୍ୟାପସନ୍‌ରେ ସେ ଲେଖିଛନ୍ତି ଯେ, ଯେଉଁଥିରୁ ୫ ପିଢି ଏକାଠି ରହିବା ଭାଗ୍ୟର କଥା। ଭିଡିଓଟି ଖୁବ ଜୋରରେ ଭାଇରାଲ ହେଉଥିବା ବେଳେ ଗୋଟିଏ ଦିନରେ ୩ ଲକ୍ଷରୁ ଅଧିକ ଭ୍ୟୁ ସହିତ ୨୦,ହଜାରରୁ ଅଧିକ ମନ୍ତବ୍ୟ ପାଇଛି।

୫ ପିଢିର ଏହି ଭିଡିଓ ଦେଖିବା ପରେ, ଆହୁରି ଅନେକ ଲୋକ ନିଜ ପରିବାରର ଫଟୋ ସେୟାର କରିଛନ୍ତି ଯେଉଁଥିରେ କେଉଁଠି ୪ ପିଢି ତ ପୁଣି କେଉଁଠି ୫ ପିଢିର ଲୋକ ଥିବା ଦେଖାଯାଏ। ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ଶେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି ଯେ “ମୁଁ ଖୁସି ହେବି ଯଦି ଭାରତରେ ଏପରି ଫଟୋ କିମ୍ବା ଭିଡିଓ ଦେଖିବି ଯେଉଁଠି ଅନେକ ପିଢି ଏକାସାଙ୍ଗରେ ରହୁଥିବେ। ଏହାର ଜବାବରେ କିଛି ଲୋକ ଓହ୍ଲେଇଛନ୍ତି ଏବଂ ୪/୫ ପିଢିର ପରିବାର ସଦସ୍ୟଙ୍କ ଫଟୋ ଓ ମତ ଶେୟାର କରିଛନ୍ତି।

Advertisment

ତେବେ ଆନନ୍ଦ ମହିଦ୍ରା ଶେୟାର କରିଥିବା ଏହି ଭିଡିଓ ଭାରତର ନୁହେଁ। ସେଥିପାଇଁ ସେ ଭାରତରେ ଏପରି ଚିତ୍ର ଦେଖିବାକୁ ପ୍ରବଳ ଇଚ୍ଛା ପ୍ରକାଶ କରିଥିଲେ। ଏହା ଉପରେ ଲୋକଙ୍କ ପ୍ରତିକ୍ରିୟା ଦେଖି ଲାଗୁଛି ଯେ ବର୍ତ୍ତମାନ ତାଙ୍କର ଇଚ୍ଛା ପୂରଣ ହୋଇଛି।

ପ୍ରକାଶଥାଉ ଯେ ଏବେବି ଅନେକ ପିଢିର ପରିବାର ଅଛି। ତେବେ ଦେଶର ଅର୍ଥନୀତି ହେଉଛି ଏହା ପଛରେ ଆଉ ଏକ କାରଣ। ବିକଶିତ ଦେଶମାନଙ୍କରେ ବୃଦ୍ଧମାନଙ୍କ ସଂଖ୍ୟା ଅଧିକ ବୋଲି ବିଶ୍ୱାସ କରାଯାଏ। ବିକାଶଶୀଳ ତଥା ଅର୍ଦ୍ଧ ବିକଶିତ ଦେଶ ତୁଳନାରେ ସେଠାକର ଅନୁପାତ ଅଧିକ ହୋଇଥାଏ।

ଏହାର କାରଣ ହେଉଛି ବିକଶିତ ଦେଶରେ ସୁବିଧା ଓ ଉନ୍ନତ ମାନର ଚିକିତ୍ସା ଯୋଗୁଁ ଗୁରୁତର ରୋଗ ପରେ ମଧ୍ୟ ମଣିଷକୁ ବଞ୍ଚାଇବା ସହଜ ହେଉଛି। ଆର୍ଥିକ ଶକ୍ତି ଜଣକୁ ବ୍ୟୟବହୁଳ ଚିକିତ୍ସାର ଭାର ବହନ କରିବାକୁ ସକ୍ଷମ କରେ। ଆହୁରି ମଧ୍ୟ, ଜନସଂଖ୍ୟା କମ୍ ହେତୁ ସେଠାରେ ଥିବା ପରିବେଶ ମଧ୍ୟ ଅପେକ୍ଷାକୃତ ପରିଷ୍କାର, ଯାହାକି ଦୀର୍ଘ ଜୀବନ ଦେଇଥାଏ। ଭାରତକୁ ଯୁବ ଦେଶ କୁହାଯାଏ। କିଛି ପ୍ରତିଶତକୁ ବାଦ୍ ଦେଲେ, ୧୦ଟି ପରିବାର ମଧ୍ୟରୁ କେବଳ ୧ କିମ୍ବା ୨ ପରିବାର ଥିବେ ଯେଉଁଠାରେ ୩-୪ ପିଢିର ଲୋକେ ରହିଥିବେ।

Viral Video Ajab Gajab
Advertisment
Advertisment