Advertisment

Career Tips: ଅଫିସ୍‌ରେ ଶୀଘ୍ର ପ୍ରମୋସନ୍‌ ପାଇବାକୁ ଚାହୁଁଛନ୍ତି କି… ମାନନ୍ତୁ ଏହି ୫ ନିୟମ

ସେ ସରକାରୀ ହେଉ କି ଘରୋଇ ଚାକିରି, ସମସ୍ତେ ନିଜ ନିଜ କ୍ଷେତ୍ରରେ ପ୍ରମୋସନ୍ ପାଇବାର ସ୍ୱପ୍ନ ଦେଖନ୍ତି। ଏହା ଦ୍ୱାରା ଦରମା ବଢିବା ସହିତ ଖାତିର ମଧ୍ୟ ବଢିଥାଏ। କିନ୍ତୁ ବେଳେବେଳେ ଦେଖାଯାଏ ଅନେକ ବର୍ଷ ଧରି ଚାକିରି କରିବା ପରେ ମଧ୍ୟ ପ୍ରମୋସନ ହେଉନି। ତେବେ ଏହି ୫ ଟିପ୍ସ ସାହାଯ୍ୟ କରିବ।

author-image
Pramod Behera
ଅଦ୍ୟତନ ହୋଇଛି
Follow these effective tips to give a new dimension to your career

Follow these effective tips to give a new dimension to your career

ପରିବର୍ତ୍ତନ ହେଉଛି ଦୁନିଆଁର ନିୟମ। ଏକ ନିର୍ଦ୍ଦିଷ୍ଟ ସମୟ ପରେ ସବୁକିଛି ବଦଳିଯାଏ। ଏହି ନିୟମ ବୃତ୍ତିଗତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏଥିପାଇଁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପରିବର୍ତ୍ତନ ପାଇଁ ସର୍ବଦା ପ୍ରସ୍ତୁତ ରହିବା ଜରୁରୀ। ଏଥିପାଇଁ କଠିନ ପରିଶ୍ରମ କରିବା ସହ ଜୀବନରେ ପ୍ରଗତି, ଅଗ୍ରଗତି ଏବଂ ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବା ଆବଶ୍ୟକ।

Advertisment

ସେ ସରକାରୀ ହେଉ କି ଘରୋଇ ଚାକିରି, ସମସ୍ତେ ନିଜ ନିଜ କ୍ଷେତ୍ରରେ ପ୍ରମୋସନ୍ ପାଇବାର ସ୍ୱପ୍ନ ଦେଖନ୍ତି। ଏହା ଦ୍ୱାରା ଦରମା ବଢିବା ସହିତ ଖାତିର ମଧ୍ୟ ବଢିଥାଏ। କିନ୍ତୁ ବେଳେବେଳେ ଦେଖାଯାଏ ଅନେକ ବର୍ଷ ଧରି ଚାକିରି କରିବା ପରେ ମଧ୍ୟ ପ୍ରମୋସନ ହେଉନି। ଏହା ପଛରେ ମଧ୍ୟ ଅନେକ କାରଣ ଥାଇପାରେ।

ଆପଣ ଯଦି ଏହିଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଆଉ ଏହାର ବାଟ ଖୋଜୁଛନ୍ତି ତେବେ କେତେକ ଦିଗ ପ୍ରତି ଦୃଷ୍ଟିଦେବା ଜରୁରୀ। ଏମିତି କିଛି ଟିପ୍ସ ଅଛି ଯାହାକୁ ଅନୁସରଣ କରିବା ଦ୍ୱାରା ନିଜ କ୍ୟାରିଅରକୁ ଏକ ନୂଆ ଦିଗ ଦେଇହେବ। ତେବେ ଜାଣନ୍ତୁ କ୍ୟାରିୟର୍‌ରେ କିପରି ଶୀଘ୍ର ପ୍ରଗତି ଆସେ।

Advertisment

ନିଜର ପରିଚୟ ତିଆରି କରନ୍ତୁ:

ଜୀବନରେ ଆଗକୁ ବଢିବା ଏବଂ କ୍ୟାରିଅରକୁ ଏକ ନୂଆ ଦିଗ ଦେବା ପାଇଁ ପ୍ରଥମେ କଠିନ ପରିଶ୍ରମର ଆବଶ୍ୟକତା ରଛିହି। ଏଥିପାଇଁ, ନିଜ କାର୍ଯ୍ୟରେ ଧ୍ୟାନ ଦେବାକୁ ହେବ। ସବୁବେଳେ ସକ୍ରିୟ ହେବା ଉଚିତ। ସବୁବେଳେ ମାଲିକଙ୍କ ଦୃଷ୍ଟିରେ ନିଜକୁ ରଖିବା ଜରୁରୀ। ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବା ବୁଦ୍ଧିମାନର କାମ। ଶୃଙ୍ଖଳିତ ଏବଂ କଠିନ ପରିଶ୍ରମ ଦ୍ୱାରା ଅଫିସରେ ଜଣେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରେ।

ମାର୍ଗଦର୍ଶକ ଖୋଜିବା:

ବିଶେଷଜ୍ଞମାନଙ୍କ ମତରେ ଜୀବନରେ ଆଗକୁ ବଢିବାକୁ ହେଲେ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଏଥିପାଇଁ ନିଶ୍ଚିତ ଭାବରେ କର୍ମକ୍ଷେତ୍ରରେ ଜଣେ ମାର୍ଗଦର୍ଶକ ରହିବା ଜରୁରୀ। ଅଫିସ୍‌ରେ ସିନିୟରଙ୍କଠାରୁ ବହୁତ କିଛି ଶିଖିହୁଏ। ସିନିୟରମାନଙ୍କ ପରାମର୍ଶ ଆଗକୁ ଯିବାର ବାଟ ସଫା କରିଦିଏ। ଏହା କ୍ୟାରିଅରକୁ ଏକ ନୂଆ ଦିଗ ଦେବାରେ ସାହାଯ୍ୟ କରେ।

ପ୍ରମୋସନ ପାଇଥିବା ବ୍ୟକ୍ତିଙ୍କୁ ଅନୁସରଣ:

ଯଦି କ୍ୟାରିଅରରେ ପ୍ରମୋସନ ପାଇବାର ଅଛି, ତେବେ ପୂର୍ବରୁ ପ୍ରମୋସନ ପାଇଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଭାବରେ ଅନୁସରଣ କରିବାର ଅଛି। ସେମାନଙ୍କର କାର୍ଯ୍ୟ ଶୈଳୀ ପ୍ରତି ଧ୍ୟାନ ଦେବାର ଅଛି। ସେମାନଙ୍କଠାରୁ ଶିଖିବାକୁ ଚେଷ୍ଟା କରିବା ଜରୁରୀ। ବରିଷ୍ଠମାନଙ୍କ ପ୍ରତି ସବୁବେଳେ ବିନମ୍ରତା ଆଚରଣ କରିବା ସହ ସେମାନଙ୍କଠାରୁ ଶିଖିବାକୁ ଚେଷ୍ଟା କରନ୍ତୁ।

ସମୟାନୁବର୍ତ୍ତୀ ହେବା:

ସମୟ ପ୍ରତି ଧ୍ୟାନ ଦେବା ଜରୁରୀ। ଏହା କ୍ୟାରିଅରକୁ ଅନୁସନ୍ଧାନ କରିବା ପାଇଁ ପୂର୍ଣ୍ଣ ସମୟ ଦେବ। ଜଣେ ଯଦି ଠିକ୍ ସମୟରେ ଅଫିସ୍ ଯାଏ, ଠିକ୍ ସମୟରେ ସବୁ କାମ ଶେଷ କରିଦିଏ ତେବେ ଅଫିସରେ ପର୍ଯ୍ୟାପ୍ତ ସମୟ ଏବଂ ସୁଯୋଗ ମିଳିବ। ଏହା ସହିତ ଆପଣ ନିଶ୍ଚିତ ଭାବରେ ମାଲିକଙ୍କ ଦୃଷ୍ଟିରେ ରହିବେ।

ପ୍ରଶ୍ନ ପଚାରିବା:

ଅନେକ ଲୋକ ଲାଜକୁଳା ଥିବାବେଳେ ଆଉ କେତେକ ଅହଂକାରୀ ହୋଇଥାନ୍ତି। ଉଭୟ ପ୍ରକାରର ଲୋକ ସିନିୟର୍‌ଙ୍କ ସାହାଯ୍ୟ ନେବାକୁ ସକ୍ଷମ ହୁଅନ୍ତି ନାହିଁ କି ତାଙ୍କଠାରୁ ଶିଖିପାରନ୍ତି ନାହିଁ। ଜୀବନରେ ଆଗକୁ ବଢିବାକୁ ହେଲେ ଶିଖିବା ଜରୁରୀ। ଏଥିପାଇଁ ତୁମର ସ୍ୱଭାବକୁ ଛାଡିବାର ଅଛି। ତେଣୁ ଯେଉଁଠି କିଛି ଅସୁବିଧା ହୁଏ, ବୁଝି ନ ହୁଏ ସେଠାରେ ସିନିୟର୍‌ମାଙ୍କୁ ପଚାରି ବୁଝିବା ଜରୁରୀ।

Job Search Job Seekers Career Tips
Advertisment
Advertisment