Advertisment

SRH vs LSG Playing XI: ବଡ଼ ପରିବର୍ତ୍ତନ କରିପାରନ୍ତି ପନ୍ତ, ଜାଣନ୍ତୁ କ’ଣ ରହିବ ଲକ୍ଷ୍ନୌ ଓ ହାଇଦ୍ରାବାଦର ଚୁଡ଼ାନ୍ତ ଏକାଦଶ...

ଆଜିର ମ୍ୟାଚ୍‌ରେ ଉଭୟ ଦଳର ଚୁଡ଼ାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିବ । ସନରାଇଜର୍ସ ପ୍ରଥମ ମ୍ୟାଚ୍‌ରେ ଯେଉଁ ଦଳ ସହ ପଡ଼ିଆକୁ ଓହ୍ଲାଇଥିଲା, ସେହି ଦଳ ସହ ଆଜି ମଧ୍ୟ ଖେଳିପାରେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
SRH vs LSG

SRH vs LSG

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୫ର ସପ୍ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବେ ସନ୍‌ ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ । ଏହି ମ୍ୟାଚ୍‌ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ସନରାଇଜର୍ସ ତା’ର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୪ ରନ୍‌ରେ ପରାସ୍ତ କରିଥିଲା । କିନ୍ତୁ ଲକ୍ଷ୍ନୌ ତା’ର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ୧ ୱିକେଟ୍‌ରେ ପରାଜୟ ବରଣ କରିଥିଲା । ତେବେ ଆଜିର ମ୍ୟାଚ୍‌ରେ ହାଇଦ୍ରାବାଦ ଲଗାତର ଦ୍ୱିତୀୟ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ସେହିପରି ଲକ୍ଷ୍ନୌ ପଏଣ୍ଟ ଟେବୁଲରେ ନିଜ ଖାତା ଖୋଲିବାକୁ ଚାହିଁବ ।

Advertisment

ଅଧିକ ପଢ଼ନ୍ତୁ: ଫୁଟବଲ୍ ଖେଳୁଥିଲା ବେଳେ ଚାଲିଗଲା ଜୀବନ, ପରିବାର ଲୋକ ଆଖି ଦାନ କରି ଦେଲେ ମହାନତାର ପରିଚୟ

ତେବେ ଆଜିର ମ୍ୟାଚ୍‌ରେ ଉଭୟ ଦଳର ଚୁଡ଼ାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିବ । ସନରାଇଜର୍ସ ପ୍ରଥମ ମ୍ୟାଚ୍‌ରେ ଯେଉଁ ଦଳ ସହ ପଡ଼ିଆକୁ ଓହ୍ଲାଇଥିଲା, ସେହି ଦଳ ସହ ଆଜି ମଧ୍ୟ ଖେଳିପାରେ। ଅନ୍ୟପକ୍ଷରେ, ରିଷଭ ପନ୍ତଙ୍କ ନେତୃତ୍ୱାଧୀନ LSG ଦଳରେ ଏକ ପରିବର୍ତ୍ତନ ନିଶ୍ଚିତ ମନେ କରାଯାଉଛି । ଦ୍ରୁତ ବୋଲର ଆଭେଶ ଖାନ ଆଘାତରୁ ସୁସ୍ଥ ହୋଇ ଦଳରେ ଯୋଗ ଦେଇଛନ୍ତି ଏବଂ ସେ ମାର୍ଚ୍ଚ ୨୬ ତାରିଖରେ ଅଭ୍ୟାସ ସେସନ୍‌ରେ ମଧ୍ୟ ସାମିଲ ହୋଇଥିଲେ । ତେଣୁ ଆଜିର ମ୍ୟାଚ୍‌ରେ ଆଭେଶ ପ୍ରିନ୍ସ ଯାଦବଙ୍କ ସ୍ଥାନରେ ଚୁଡ଼ାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି ।

Advertisment

ଯଦି ଆମେ ଇଣ୍ଡିଆନ୍ ପ୍ରିମିୟର ଲିଗର ଇତିହାସ ଉପରେ ନଜର ପକାଇବା, ତେବେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏପର୍ଯ୍ୟନ୍ତ କେବଳ ୪ଟି ମ୍ୟାଚ୍ ଖେଳାଯାଇଛି। ତେବେ ଏଥିମଧ୍ୟରୁ ଲକ୍ଷ୍ନୌ ତିନୋଟି ମ୍ୟାଚ୍ ଜିତିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଗୋଟିଏ ମ୍ୟାଚ୍ ଜିତିଥିଲା ।

ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ସମ୍ଭାବ୍ୟ ଏକାଦଶ: ଏଡେନ୍‌ ମାର୍କରମ, ମିଚେଲ ମାର୍ଶ, ନିକୋଲସ ପୁରନ, ଆୟୁଷ ବଦୋନୀ, ଋଷଭ ପନ୍ତ, ଡେଭିଡ୍ ମିଲର, ଶାର୍ଦ୍ଦୁଳ ଠାକୁର, ଶାହବାଜ ଅହମଦ, ରବି ବିଷ୍ଣୋଇ,ଆଭେଶ ଖାନ୍‌, ଦିଗବେଶ୍‌ ରାଠୀ

ସନ୍‌ ରାଇଜର୍ସ ହାଇଦ୍ରାବାଦର ସମ୍ଭାବ୍ୟ ଏକାଦଶ: ଅଭିଶେକ ଶର୍ମା, ଟ୍ରାଭିସ୍‌ ହେଡ୍, ଇଶାନ କିଶାନ, ନୀତୀଶ ରେଡ୍ଡୀ, ହେନରିକ୍‌ କ୍ଲାସେନ, ଅନିକେତ ବର୍ମା, ଅଭିନବ ମନୋହର, ପ୍ୟାଟ୍‌ କମିନ୍ସ, ହର୍ଷଲ ପଟେଲ, ମହମ୍ମଦ ଶାମି, ସିମରଜୀତ ସିଂ

ଅଧିକ ପଢ଼ନ୍ତୁ: ଆଇପିଏଲ୍‌ରେ ଶେଷ ସିଜନ୍ ଖେଳୁଛନ୍ତି କି ଧୋନି, ରୋହିତ ଓ ଅଶ୍ୱିନ ?

SRH LSG IPL 2025
Advertisment
Advertisment