Advertisment

Traffic Challan : ହେଲମେଟ ପିନ୍ଧିନଥିବାରୁ ୧୦ଲକ୍ଷ ୫୦୦ ଟଙ୍କାର ଚାଲାଣ କାଟିଲା ପୋଲିସ୍

ଛାତ୍ର ଜଣକ ଏତେ ବଡ ଅର୍ଥ ରାଶି ଦେବା ପାଇଁ ସକ୍ଷମ ନୁହନ୍ତି ବୋଲି କହିଛନ୍ତି। ଏତେ ମୋଟା ଅର୍ଥରାଶିର ଚାଲାଣ ତାଙ୍କୁ ଏବଂ ତାଙ୍କ ପରିବାରକୁ ଶକ୍ତ ଝଟକା ଦେଇଛି । ଅର୍ଥରାଶିକୁ ନବଢାଇ ପୋଲିସ କର୍ମୀ ଭୁଲକୁ ସଂଶୋଧନ କରିବେ ବୋଲି ଆଶାବାଦୀ ରହିଛନ୍ତି ଅନିଲ ।

author-image
Deviprasad Jena
ଅଦ୍ୟତନ ହୋଇଛି
Traffic Challan

Traffic Challan

ଟ୍ରାଫିକ୍ ନିୟମ ନମାନି ହଟହଟା ହେଲେ ଚାଳକ । ଟ୍ରାଫିକ୍ ନିୟମ ମାନୁନଥିଲେ ହୋଇଯା'ନ୍ତୁ ସାବଧାନ । କାରଣ ହେଲମେଟ ନପିନ୍ଧିଥିବାରୁ ଜଣେ ଆଇନ ଛାତ୍ରଙ୍କଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚାଲାଣ କାଟିଛି ପୋଲିସ । ଗୁଜୁରାଟ ଅହମ୍ମଦାବାଦରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଟ୍ରାଫିକ୍ ନିୟମକୁ ଉଲ୍ଲଙ୍ଘନକରି ହେଲମେଟ ପିନ୍ଧିନଥିବାରୁ ଅନିଲ ନାମକ ଜଣେ ଯୁବକଙ୍କ ଠାରୁ ୧୦ ଲକ୍ଷ ୫୦୦ ଟଙ୍କାର ଜରିମାନା କଟାଯାଇଛି ।

Advertisment

ସମ୍ପୃକ୍ତ ଛାତ୍ର ଜଣକ ଶାନ୍ତିପୁର ଟ୍ରାଫିକ ଛକରେ ବିନା ହେଲମେଟରେ ଯାତ୍ରା କରୁଥିଲେ । ତେଣୁ ଅନିଲଙ୍କୁ ଅଟକାଇଥିଲା ଟ୍ରାଫିକ୍ ପୋଲିସ୍। ପରେ ଟ୍ରାଫିକ ପୋଲିସ ଅନିଲଙ୍କର ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲା । ଏହାପରେ ଅନିଲଙ୍କୁ ଛାଡି ଦିଆଯାଇଥିଲା । କିଛି ସମୟ ପରେ ଜରିମାନା ପାଇଁ ଅନିଲଙ୍କ ପାଖକୁ ମେସେଜ ଯାଇଥିଲା ।

ଅନିଲ ମେସେଜ ଦେଖିବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ । କାରଣ ୫୦୦ ଟଙ୍କା ବଦଳରେ ୧୦ ଲକ୍ଷ ୫୦୦ ଟଙ୍କାର ଜରିମାନା କଟାଯାଇଥିଲା । ଏହି ଘଟଣାକୁ ପ୍ରାୟ ୧୧ମାସ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ କୌଣସି ସମାଧାନ ହୋଇପାରିନାହିଁ । ଅନିଲ ଆଇନ ବିଭାଗର ଚତୁର୍ଥ ସେମିଷ୍ଟାରର ଛାତ୍ର ହୋଇଥିବା ବେଳେ ତାଙ୍କ ବାପା ଜଣେ କ୍ଷୁଦ୍ର ବ୍ୟବସାୟୀ ।

Advertisment

ଅନିଲଙ୍କ କହିବାନୁଯାୟୀ, ସେ ଘରର ଖର୍ଚ୍ଚ ଉଠାଇବା ପାଇଁ ନିଜ ଘରଠାରୁ କିଛି ଦୂରରେ ଗୋଟିଏ ପାନ ଦୋକାନ କରିଛନ୍ତି । ୧୧ ଏପ୍ରିଲ ୨୦୨୪ ସନ୍ଧ୍ୟା ସମୟରେ ତାଙ୍କ ଆକ୍ଟିଭାରେ ଜିନିଷ ଲୋଡ୍ କରି ଗନ୍ତବ୍ୟ ସ୍ତଳକୁ ଯାଉଥିଲେ । ଶାନ୍ତିପୁର ଟ୍ରାଫିକ ଛକରେ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଥିଲା ଏବଂ ଗାଡିର କାଗଜପତ୍ର ଯାଞ୍ଚ କରି ଅନିଲଙ୍କୁ ଛାଡିଦେଇଥିଲା । କିନ୍ତୁ ସେ ଘରେ ପହଞ୍ଚିବା ପରେ ତାଙ୍କ ମୋବାଇଲକୁ ଜରିମାନା କଟାଯାଇଥିବାର ଏକ ମେସେଜ ଆସିଥିଲା ।

ଅଧିକ ପଢ଼ନ୍ତୁ: ଧନୀ ଲୋକଙ୍କୁ ପସନ୍ଦ ଆସୁନି କି ନିଜ ଦେଶ...୨୨ ପ୍ରତିଶତ ଲୋକ ଭାରତ ଛାଡ଼ିବାକୁ ଚାହାନ୍ତି

ଏହାପରେ ଅନିଲ ଏବଂ ତାଙ୍କ ବାପା ଉଭୟେ ମିଶି ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅନିଲ କାହିଁକି ଚାଲାଣ କଟାଯାଇଛି ବୋଲି ପୋଲିସଙ୍କୁ ପ୍ରଶ୍ନ କରିଥିଲେ । ପୋଲିସ କର୍ମୀମାନେ ତାଙ୍କ ଠାରୁ ପ୍ରଥମେ ଚାଲାଣ ନେବାକୁ ମନା କରିଥିଲେ ଏବଂ ଅନଲାଇନ୍ ମାଧ୍ୟମରେ ଚାଲାଣ କାଟିବାକୁ କହିଥିଲେ । କିନ୍ତୁ ସେ ପରେ ଜାଣିବାକୁ ପାଇଲେ ଯେ ତାଙ୍କୁ ୧୦ଲକ୍ଷ ୫୦୦ ଟଙ୍କାର ଜୋରିମାନା ଲାଗିଛି ।

ଅପରପକ୍ଷରେ ଦଣ୍ଡ ପାଇଁ ୫୦୦ଟଙ୍କା ଚାଲାଣ ବଦଳରେ କିନ୍ତୁ ୧୦ଲକ୍ଷ ୫୦୦ ଟଙ୍କାର ଜୋରିମାନା କଟାଯାଇଛି । ଭୁଲବଶତଃ ଅଧିକ ଟଙ୍କା ଚାଲାଣ କରାଯାଇଥିବାରୁ, ସଂଶୋଧନ ପାଇଁ ଅନେକ ଥର ମିର୍ଜାପୁର କୋର୍ଟରେ ପହଞ୍ଚିଥିଲେ ଅନିଲ । ତାଙ୍କ ଚାଲାଣକୁ ବାତିଲ କରିବା ପାଇଁ ଇ-ଚାଲାଣ ବିଭାଗକୁ ଅନୁରୋଧ ମଧ୍ୟ କରିଥିଲେ । ତାଙ୍କୁ ଇମେଲ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ।

ତେବେ ଛାତ୍ର ଜଣକ ଏତେ ବଡ ଅର୍ଥ ରାଶି ଦେବା ପାଇଁ ସକ୍ଷମ ନୁହନ୍ତି ବୋଲି କହିଛନ୍ତି । ଏତେ ମୋଟା ଅର୍ଥରାଶିର ଚାଲାଣ ତାଙ୍କୁ ଏବଂ ତାଙ୍କ ପରିବାରକୁ ଶକ୍ତ ଝଟକା ଦେଇଛି । ଅର୍ଥରାଶିକୁ ନବଢାଇ ପୋଲିସ କର୍ମୀ ଭୁଲକୁ ସଂଶୋଧନ କରିବେ ବୋଲି ଆଶାବାଦୀ ରହିଛନ୍ତି ଅନିଲ ।

ଏହି ମାମଲାରେ ଅହମ୍ମଦାବାଦ ସହରର ଟ୍ରାଫିକ୍ ଯୁଗ୍ମ ପୋଲିସ କମିଶନର (ଜେସିପି) ଏନଏନ ଚୌଧୁରୀ କହିଛନ୍ତି 'ଏହି ମାମଲା କିଛି ଦିନ ପୂର୍ବରୁ ଆମ ପାଖକୁ ଆସିଥିଲା । ଯେହେତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ପୈଠ କରାଯାଇନଥିଲା, ତେଣୁ ଏହାକୁ କୋର୍ଟକୁ ପଠାଯାଇଥିଲା । ଏହା ଏକ ଟାଇପିଂ ଭୁଲ୍ ହୋଇଥାଇପାରେ, ଯାହା ୫୦୦ ଟଙ୍କାକୁ ୧୦,୦୦,୫୦୦ ଟଙ୍କାରେ ପରିଣତ କରିଥାଇପାରେ ।'

ଅଧିକ ପଢ଼ନ୍ତୁ: ନିଜେ କରିଥିବା ଭୁଲ୍ ପାଇଁ ପସ୍ତେଇଲେ ମହମ୍ମଦ ୟୁନୁସ : ସାହାଯ୍ୟ ପାଇଁ ଭାରତ ପାଖରେ ପତେଇଲେ ହାତ

Student Ahmedabad Wrong Challan Traffic Challan
Advertisment
Advertisment