Advertisment

India-Pakistan Tensions: ଭାରତର କଡ଼ା ଆଭିମୁଖ୍ୟ; ଛାନିଆ ପାକିସ୍ତାନ...

ପାକିସ୍ତାନର ଅନୁରୋଧ ପରେ ଆଜି ବସୁଛି ଜାତିସଂଘ ସୁରକ୍ଷା ପରିଷଦ ବୈଠକ । ପହଲଗାମ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ଚରମ ସୀମାରେ ଉତ୍ତେଜନା । ଏଭଳି ସ୍ଥିତିରେ ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ତିକ୍ତତା ନେଇ ବୈଠକରେ ଆଲୋଚନା ହେବ ।

author-image
Sujit kumar Swain
ଅଦ୍ୟତନ ହୋଇଛି
India-Pakistan Tensions

India-Pakistan Tensions

ଭାରତର କଡ଼ା ଆଭିମୁଖ୍ୟରେ ଛାନିଆ ପାକିସ୍ତାନ । ଏବେ ଜାତିସଂଘର ସୁରକ୍ଷା ପରିଷଦର ଶରଣ ପଶିଛି । ପାକିସ୍ତାନର ଅନୁରୋଧ ପରେ ଆଜି ବସୁଛି ଜାତିସଂଘ ସୁରକ୍ଷା ପରିଷଦ ବୈଠକ । ପହଲଗାମ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ଚରମ ସୀମାରେ ଉତ୍ତେଜନା । ଏଭଳି ସ୍ଥିତିରେ ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ତିକ୍ତତା ନେଇ ବୈଠକରେ ଆଲୋଚନା ହେବ । 

Advertisment

ଭାରତର କୁଟନୈତିକ ଓ ବାଣିଜ୍ୟିକ ଆକ୍ରମଣରେ ପାକିସ୍ତାନର ଅର୍ଥନୀତି ଭୁସୁଡ଼ିବାରେ ଲାଗିଛି । ଏମିତିକି ସିନ୍ଧୁ ଚୁକ୍ତି ବାତିଲ ପାକିସ୍ତାନ ପାଇଁ ଆଗାମୀ ଦିନରେ ବଡ଼ ସମସ୍ୟା ହୋଇ ଛିଡ଼ାହେବ । ପାକିସ୍ତାନର ଅଧିକାଂଶ ଅଞ୍ଚଳରେ ପାଣି ପାଇଁ ହା ହାକାର ସ୍ଥିତି ସୃଷ୍ଟି ହେବ । ଏଭଳି ସ୍ଥିତିରେ ଛାନିଆଁ ପାକିସ୍ତାନ ଏବେ ଜାତିସଂଘର ଶରଣ ପଶିଛି ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଉପରେ ଭାରତ ପକାଇଲା ବାଣିଜ୍ୟିକ ବୋମା

ଏପଟେ ପହଲଗାମ ଆତଙ୍କୀ ଆକ୍ରମଣ ପରେ LOCରେ ସୀମା ସେପଟୁ ଲଗାତାର ଗୁଳିମାଡ଼ କରୁଛି ପାକିସ୍ତାନ । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର ଜବାବ ଦେଉଛି ଭାରତୀୟ ସେନା । ଜମ୍ମୁ କଶ୍ମୀରର କୁପୱାରା, ବାରମୁଲା, ପୁଞ୍ଚ, ରଜୈରୀ, ମେନ୍ଧାର, ନୌସେରା, ସୁନ୍ଦରବନୀ ଓ ଅଖନୁର ସେକ୍ଟରକୁ ଟାର୍ଗେଟ କରି ଗୁଳି ମାଡ଼ କରୁଛି ପାକିସ୍ତାନ । ଲଗାତାର ୧୧ ଦିନ ହେଲା ସୀମା ସେପାଖରୁ ପାକିସ୍ତାନ ପକ୍ଷରୁ ଗୁଳିମାଡ଼ ଜାରି ରହିଛି । ପାକ ସେନାକୁ ଦୃଢ ଜବାବ ଦେଉଛି ଭାରତୀୟ ସେନା । 

Advertisment

ଅନ୍ୟପଟେ ପଞ୍ଜାବ ଫିରୋଜପୁରରେ ବ୍ଲାକ୍ ଆଉଟ୍ ଅଭ୍ୟାସ। ପହଲଗାମ୍ ହମଲା ପରେ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁ ଖରାପ ହୋଇଛି। କେତେବେଳେ ବି କିଛି ବି ହୋଇପାରେ। ଯଦି, ଯୁଦ୍ଧ ହୁଏ ତାହେଲେ ରାତିର ଅନ୍ଧାରରେ କେମିତି ଅପରେସନ୍ ହେବ ? ଲୋକେ ନିଜ କାମ କେମିତି କରିବେ ? ଜରୁରୀ ସେବା କେମିତି ହେବ ସେ ସବୁର ଡ୍ରିଲ୍ ହୋଇଛି। ଗତକାଲି ପଞ୍ଜାବ ଫିରୋଜପୁର ଯାହା ପାକିସ୍ତାନ ସୀମାର ବେଶ୍ ନିକଟବର୍ତ୍ତୀ ସେଠି, ରାତି ୯ଟାରୁ ସାଢ଼େ ୯ଟା ରାତି ଯାଏଁ ଅନ୍ଧାର କରାଯାଇଥିଲା। ସମ୍ପୂର୍ଣ୍ଣ ସହରର ଲାଇଟ୍ ବନ୍ଦ କରି ସମରାଭ୍ୟାସ ହୋଇଛି। ଫୋର୍ସ ମୁତୟନ ସହ ସବୁ ଜରୁରୀକାଳୀନ କାମ ହୋଇଛି। ୧୯୭୧ ଭାରତ-ପାକିସ୍ତାନ ବେଳେ ଅନ୍ଧାର ହୋଇଥିଲା ଫିରୋଜପୁର ସହର। 

ଅଧିକ ପଢ଼ନ୍ତୁ: ପାକ୍‌ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍‌, ବ୍ୟାନ୍‌ ହେଲା ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ

United Nations Indian Army Attack Water Crisis
Advertisment
Advertisment