Advertisment

Career Tips: ଏୟାର ହୋଷ୍ଟେସ୍‌ ହେବାକୁ ଚାହୁଁଛନ୍ତି କି…ଆପଣଙ୍କ ପାଇଁ ଟିପ୍ସ

ଯେଉଁମାନେ ବିମାନ ଚଳାଚଳ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ ଅଛି। ଆପଣ ଯଦି ଏଥିପାଇଁ ଇଛୁକ ତେବେ ଏହି ଟିପ୍ସଗୁଡିକ ଉପରେ ନଜର ପକେଇ ନିଅନ୍ତୁ। ଏହା ଆପଣଙ୍କ ଲକ୍ଷ ପୂରଣ କରିବାରେ ସହାୟକ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
How to Become an Air Hostess

Career tips how to become air hostess

ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ବିମାନ ଚଳାଚଳ ବଜାର। ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଯେଉଁମାନେ ବିମାନ ଚଳାଚଳ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ ଅଛି। ବିମାନ କର୍ମଚାରୀଙ୍କ ମଧ୍ୟରେ ଏୟାର ହୋଷ୍ଟେସ୍ ଏକ ଜରୁରୀ ଓ ସବୁବେଳେ ଦରକାର ଥିବା ଏକ ପଦବୀ। ତେବେ ଆସନ୍ତୁ ଏୟାର ହୋଷ୍ଟେସ୍ ହେବା ପାଇଁ ଆବଶ୍ୟକ ଶାରୀରିକ ମାନଦଣ୍ଡ ଏବଂ ଜଣେ ଏୟାର ହୋଷ୍ଟେସର ଦରମା ବିଷୟରେ ଜାଣିନେବା।

Advertisment

ଏୟାର ହୋଷ୍ଟେସ୍ ହେବାକୁ ହେଲେ ପାଠପଢା ବ୍ୟତୀତ ଶାରୀରିକ ମାନକ ଉପରେ ମଧ୍ୟ ନଜର ରଖିବାକୁ ପଡେ। ଏୟାର ହୋଷ୍ଟେସ୍ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ, ତେବେ ଏଥିପାଇଁ ଜଣଙ୍କୁ ଇଣ୍ଟର୍‌ମିଡିଏଟ୍ ପରେ ଏଭିଏସନ୍‌ରେ(ବିମାନ ଚାଳନ ବିଦ୍ୟା) ଗ୍ରାଜୁଏସନ୍ ଡିଗ୍ରୀ କରିବା ଜରୁରୀ।

ଅଧିକ ପଢ଼ନ୍ତୁ: CBI ଅଫିସର୍ ହେବାକୁ ଚାହୁଁଛନ୍ତି କି? ଆପଣଙ୍କ ପାଇଁ ଟିପ୍ସ...

ଶିକ୍ଷାଗତ ଯୋଗ୍ୟତା:

ଏଭିଏସନ୍‌ରେ ଗ୍ରାଜୁଏସନ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷାରେ ସଫଳ ହେବା ଦରକାର। ଏହା ବ୍ୟତୀତ ଏୟାର ହୋଷ୍ଟେସ୍ ଟ୍ରେନିଂ ସ୍କୁଲ୍‌ରୁ ତାଲିମ ନେବା ମଧ୍ୟ ଆବଶ୍ୟକ। ଏହା ବ୍ୟତୀତ ଏୟାର ହୋଷ୍ଟେସ୍ ଟ୍ରେନିଂ, କ୍ୟାବିନ୍‌ କ୍ରୁ, ଏଭିଏସନ୍‌ ମ୍ୟାନେଜମେଣ୍ଟ, ଏୟାରଲାଇନ୍ସ ହସ୍‌ପିଟାଲିଟି, ହସ୍‌ପିଟାଲିଟି ଆଣ୍ଡ୍ ଟ୍ରାଭେଲ୍ ମ୍ୟାନେଜମେଣ୍ଟ, ବିମାନ ଯାତ୍ରୀ ସେବା ଇତ୍ୟାଦିରେ ସାର୍ଟିଫିକେଟ୍ ପାଠ୍ୟକ୍ରମ, ଡିପ୍ଲୋମା ଏବଂ ଡିଗ୍ରୀ ପାଠ୍ୟକ୍ରମ କରାଯାଇପାରିବ।

Advertisment

ଶାରୀରିକ ମାନକ:

ଜଣେ ଏୟାର ହୋଷ୍ଟେସ୍ ହେବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ସହିତ ଶାରୀରିକ ମାନକ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହୁଏ। ଜଣେ ଏୟାର ହୋଷ୍ଟେସ୍ ହେବାକୁ, ବୟସ ୧୭ ରୁ ୨୬ ବର୍ଷ ହେବା ଉଚିତ। ସେହିପରି ଉଚ୍ଚତା ଅତିକମରେ ପାଞ୍ଚ ଫୁଟ ଦୁଇ ଇଞ୍ଚ ହେବା ଉଚିତ୍। ଏହା ସହିତ ଶାରୀରିକ ଭାବରେ ଫିଟ୍ ହେବା ମଧ୍ୟ ଆବଶ୍ୟକ। 

ଦୃଷ୍ଟି ଶକ୍ତି:

ଏୟାର ହୋଷ୍ଟେସ୍‌ର ଫିଟନେସ୍ ଟେଷ୍ଟ୍‌ରେ ଦୃଷ୍ଟି ଶକ୍ତିକୁ ମଧ୍ୟ ଯାଞ୍ଚ କରାଯାଇଥାଏ। ଆବେଦନକାରୀଙ୍କ ସର୍ବନିମ୍ନ ଆଖି ଦୃଶ୍ୟ ୬/୯ ହେବା ଉଚିତ। ଦୁର୍ବଳ ଦୃଷ୍ଟି ଶକ୍ତି ଥିବା ଝିଅମାନେ ଏହି ଚାକିରି ପାଇଁ ଆବେଦନ କରିବା ଉଚିତ୍ ନୁହେଁ।

ଟାଟୁ ଏବଂ ପିୟର୍ସିଂ:

ଏୟାର ହୋଷ୍ଟେସ୍ ହେବାର ସ୍ୱପ୍ନ ଦେଖୁଥିବା ଝିଅମାନଙ୍କୁ ଧ୍ୟାନ ଦେବା ଉଚିତ୍ ଯେ ଶରୀରରେ କୌଣସି ଟାଟୁ କିମ୍ବା ପିୟର୍ସିଂ କରିବା ଉଚିତ୍ ନୁହେଁ। ଏହା ବ୍ୟତୀତ ମୁହଁ ସବୁବେଳେ ହସ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ ରହିବା ଉଚିତ।

ଇଂରାଜୀ ଜାଣିବା ଆବଶ୍ୟକ:

ଜଣେ ଏୟାର ହୋଷ୍ଟେସ୍ ହେବାକୁ ହେଲେ ଇଂରାଜୀ ଭାଷା ବିଷୟରେ ମଧ୍ୟ ଭଲ ଜ୍ଞାନ ରହିବା ଉଚିତ। ପ୍ରାର୍ଥୀମାନେ ଇଂରାଜୀ ଭାଷାରେ ପାରଙ୍ଗମ ହେବା ଆବଶ୍ୟକ।

ଦରମା:

ଏହି କ୍ଷେତ୍ରରେ ଦରମା ଖୁବ ଆକର୍ଷଣୀୟ। ଚାରିରୁ ନଅ ବର୍ଷର ଅଭିଜ୍ଞତା ଥିବା ଜଣେ ଏୟାର ହୋଷ୍ଟେସ୍ ବାର୍ଷିକ ହାରାହାରି ୪୪,୨୧,୧୦୦ ଟଙ୍କା ରୋଜଗାର କରନ୍ତି। ୧୦ରୁ ୨୦ ବର୍ଷର ଅଭିଜ୍ଞତା ଥିବା ଜଣେ ବରିଷ୍ଠ ଏୟାର ହୋଷ୍ଟେସଙ୍କ ମାସିକ ଦରମା ହାରାହାରି ୭,୩୫,୨୦୦ ଟଙ୍କା। ସେହିପରି ୨୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଏୟାର ହୋଷ୍ଟେସଙ୍କର ହାରାହାରି ଦରମା ହେଉଛି ୮୪,୨୩,୩୦୦ ଟଙ୍କା।

ଅଧିକ ପଢ଼ନ୍ତୁ: ଦଶମ ପରେ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି କି? ଦେଖନ୍ତୁ କେତେକ ଟିପ୍ସ

Career Tips
Advertisment
Advertisment