• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ମନ-କୀ-ବାତ୍ ଜରିଆରେ ଦେଶବାସୀଙ୍କୁ ପୁଣି ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ । ପହଲଗାମ୍ ନରସଂହାରରେ ସଂପୃକ୍ତ ଆତଙ୍କୀଙ୍କୁ ଦିଆଯିବ କଠୋର ଦଣ୍ଡ । ପୀଡ଼ିତଙ୍କ ପରିବାର ସହ ପୁରା ଦେଶ ଏକାଠି ହୋଇଛି, ଏକତା ହିଁ ଆମର ଶକ୍ତି । ସେପଟେ ଆତଙ୍କୀ ପୋଷୁଥିବା ଶତ୍ରୁ ରାଷ୍ଟ୍ର ବିରୋଧରେ ପୁଣି ଏକ ବଡ଼ ଯୁଦ୍ଧ ଲଢ଼ିବା ତୟାରିରେ ଭାରତୀୟ ସେନା

ଆଜି ଆରବ ସାଗରରେ ନୌସେନା କରିଛି ଆଣ୍ଟି-ସିପ୍ ମିଜାଇଲ ଟେଷ୍ଟ ଫାୟାର । ଏପଟେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଭେଟି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ସିଡିଏସ୍ ଓ ବିଏସଏଫ ଡିଜି । ଅପରପକ୍ଷେ କଶ୍ମୀର ଘାଟିରେ ଆତଙ୍କବାଦୀ ନିପାତ ଅଭିଯାନ କ୍ରମେ ଆଜି ଆଉ ତିନି ଆତଙ୍କବାଦୀଙ୍କ ଘରକୁ ଧ୍ବଂସ କରିଛନ୍ତି ସୁରକ୍ଷାକର୍ମୀ ।

Also Read

ଆଜି ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପହଲଗାମ ନରସଂହାରକୁ ତୀବ୍ର ନିନ୍ଦା କରି ୧୪୦ କୋଟି ଦେଶବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଉପତ୍ୟକାରେ ଶାନ୍ତି ଓ ବିକାଶକୁ ସହ୍ୟ କରିପାରୁ ନାହାନ୍ତି ଆତଙ୍କବାଦୀ । ଗତ ୨୨ ତାରିଖ ଘଟଣା ଦେଶବାସୀଙ୍କୁ ଗଭୀର ଦୁଃଖ ଦେଇଛି । ଆକ୍ରମଣକୁ ନେଇ ଭାରତୀୟଙ୍କ ମନରେ ପ୍ରବଳ ଆକ୍ରୋଶ ଦେଖା ଦେଇଛି ।

ଏଭଳି ବର୍ବରତାକୁ ସାରା ବିଶ୍ବର ନେତା କଠୋର ନିନ୍ଦା କରିଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ପୁରା ଦେଶ ଏକାଠି ହୋଇଛି ଓ ଏକତା ହିଁ ଆମର ବଡ଼ ଶକ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆକ୍ରମଣକାରୀ ଏବଂ ଷଡ଼ଯନ୍ତ୍ରରେ ସାମିଲ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ । ଅପରପକ୍ଷେ ପାକିସ୍ତାନ ବିରୋଧରେ ପୁଣି ଏକ ବଡ଼ ଯୁଦ୍ଧ ଲଢିବା ଭଳି ତୟାରି ଚଳାଇଛି ଭାରତ ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର

ଆରବ ସାଗରରେ ଜୋରଦାର ସମରାଭ୍ୟାସ ଭିତରେ ଆଜି ନୌସେନା କରିଛି ଆଣ୍ଟି-ସିପ୍ ମିଜାଇଲ ଟେଷ୍ଟ ଫାୟାର । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇ ପାରୁଥିବା ଏହି ମିଜାଇଲର ଆଟାକିଂ ରେଞ୍ଜ ରହିଛି ୬୫ ନୌଟିକାଲ ମାଇଲ୍ । ଏହା ପୂର୍ବରୁ ଗତ ଗୁରୁବାର ଦିନ, ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ (MR-SAM) ମିଜାଇଲ୍ ମଧ୍ୟ ପରୀକ୍ଷଣ ହୋଇ ସାରିଛି ।

ସେପଟେ ଗତ ଜାନୁଆରୀରେ ଜଳାବତରଣ କରିଥିବା ମିଜାଇଲ୍ ଡେଷ୍ଟ୍ରୟର ଆଇଏନଏସ୍ ସୁରତ ବି ଶତ୍ରୁକୁ ନାଲି ଆଖି ଦେଖାଇ ଘାଇଁ ଘାଇଁ ପଇଁତରା ମାରୁଛି । ତେଣେ ଦେଶର ପଶ୍ଚିମ ସୀମାରେ ତିନି ସେନା ବି ପୁରା ଆଲର୍ଟରେ ରହିଛି । ଏପଟେ ଆଜି ଅପରାହ୍ନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଆଲୋଚନା କରିଛନ୍ତି ସିଡିଏସ୍ ଜେନେରାଲ୍ ଅନୀଲ ଚୌହ୍ବାନ ଓ ବିଏସଏଫ୍ ଡିଜି ଦଲଜିତ୍ ସିଂ ଚୌଧୁରୀ ।

ସେପଟେ ପହଲଗାମ୍ ନରସଂହାର ପରେ ଆତଙ୍କବାଦୀଙ୍କ ଉପରେ ସେନା ଜାରି ରଖିଛି କଡ଼ା ପ୍ରହାର । ଖୋଜି ଖୋଜି ଉପତ୍ୟକରାରେ ଆତଙ୍କୀ ଏବଂ ସେମାନଙ୍କ ସହଯୋଗୀଙ୍କ ଘର ଧ୍ବଂସ କରିବାରେ ଲାଗିଛି । ଆଜି ବାନ୍ଦିପୋରା, ପୁଲୱାମା ଓ ସୋପିଆନରେ ଆଉ ୩ ଆତଙ୍କୀଙ୍କ ଘରକୁ ମାଟିରେ ମିଶାଇଛନ୍ତି ସୁରକ୍ଷାକର୍ମୀ । ନିମିଷକରେ ଧ୍ବଂସ ହେଉଛି ଆତଙ୍କୀଙ୍କ ଘର।

ବାନ୍ଦିରପୋରାରେ ଥିବା ଲସ୍କର ଆତଙ୍କବାଦୀ ଜମିର ଅହମ୍ମଦର ଘର ସହ କୁପୱାଡ଼ା କାଲାରୁସରେ ଥିବା ଆତଙ୍କୀ ଫାରୁକ ଅହମମ୍ମଦ ତାଡ଼ୱାର ଘରକୁ ଧୂଳିସାତ୍ କରି ଦେଇଛି ଭାରତୀୟ ସେନା । ମାତ୍ର ୩ ସେକେଣ୍ଡରେ ଧୂଳିସାତ ହୋଇଥିଲା ଲକ୍ସର-ଏ-ତୋଇବା ଆତଙ୍କବାଦୀ ଫାରୁକ ଅହମ୍ମଦର ଘର ।

ଘାଟିରୁ ଉଗ୍ରବାଦୀ ନିପାତ ଅଭିଯାନ କ୍ରମେ ଡୋର୍ ଟୁ ଡୋର୍ ସର୍ଚ୍ଚ ଅପରେସନ୍ ଜାରି ରହିଥିବାବେଳେ ଅନନ୍ତନାଗ, ରାଜୌରୀ, କଠୱା ଓ ପୁଞ୍ଚ୍ ଆଦି ଜିଲ୍ଲାର ଏକାଧିକ ସମ୍ବେଦନଶୀଳ ଅଞ୍ଚଳକୁ ଘେରାବନ୍ଦୀ କରି ଖାଲତଲାସୀ ଚଳାଇଛନ୍ତି ସଶସ୍ତ୍ର ଯବାନ । ଗତ ୬ଦିନରେ ୧୦ ଆତଙ୍କୀଙ୍କ ଘର ମାଟିରେ ମିଶି ସାରିଲାଣି ।

ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣର ଆଖି ଦେଖା ଘଟଣା ବଖାଣିଲେ କଟକର ରଞ୍ଜିତଙ୍କ ପରିବାର

ଓଟିଭି ବିଜ୍ଞାପନ