Advertisment

Examination Paper Mix-up Error: ଏକାଦିନେ ଦୁଇ ଦୁଇଟି ବଡ଼ ପରୀକ୍ଷାରେ ସାଂଘାତିକ ତ୍ରୁଟି; ହତାଶ ପରୀକ୍ଷାର୍ଥୀ...

ପଦାରେ ପଡିଛି OSSC ଏବଂ OPSCର ବେପରୁଆ ପଣ ! ସକାଳ ସାଢେ ୯ଟାରୁ ଆରମ୍ଭ ହୋଇଥିଲା ODISHA STAFF SELECTION COMMISSION- ବା OSSC ଦ୍ବାରା ପରିଚାଳିତ ଅବକାରୀ ଏବଂ ଟ୍ରାଫିକ୍ ସବ୍ ଇନସପେକ୍ଟର ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା । କିନ୍ତୁ ପ୍ରଶ୍ନ ଆସିଥିଲା CGL ବା କମ୍ବାଇଣ୍ଡ ଗ୍ରାଜୁଏଟ୍ ଲେବଲ ପରୀକ୍ଷାରୁ।

author-image
Sujit kumar Swain
Examination Paper Mix-up Error

Examination Paper Mix-up Error

ପୁଣି ପିଲାଙ୍କ ଭବିଷ୍ୟତ ସହ ଖେଳ। ଏକାଦିନେ ଦୁଇ ଦୁଇଟି ବଡ଼ ପରୀକ୍ଷା, ଆଉ ଦୁଇଟି ଯାକ ପରୀକ୍ଷାରେ ସାଂଘାତିକ ତ୍ରୁଟି। ଗୋଟିଏ ପରେ OSSCର ଏକ୍ସାଇଜ୍ ଓ ଟ୍ରାଫିକ୍ ସବ୍ ଇନସପେକ୍ଟର ପଦବି ପାଇଁ ହୋଇଥିବା ପରୀକ୍ଷାରେ CGL ପରୀକ୍ଷା ପ୍ରଶ୍ନ ଆସିଥିବା ବେଳେ, OCS ମେନ୍ ଏଗଜାମ୍ ର ଆନ୍ଥ୍ରପୋଲୋଜି ପରୀକ୍ଷାରେ ହୋଇଛି ଗୋଳମାଳ। ଏଠି ପ୍ରଥମ ପେପରରେ ଦ୍ବିତୀୟ ପେପର କୋଶ୍ଚିନ୍, ଆଉ ଦ୍ବିତୀୟ ପେପରରେ ଆସିଥିଲା ପ୍ରଥମ ପେପର୍ ର ପ୍ରଶ୍ନ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି ପରୀକ୍ଷାର୍ଥୀ।

Advertisment

ଗୋଟିଏ ଦିନରେ ଦୁଇ ଦୁଇଟି ବଡ଼ ପରୀକ୍ଷା । ଉଭୟ ପରୀକ୍ଷାରେ ସାଂଘାତିକ ତ୍ରୁଟି । ହତାଶ ପରୀକ୍ଷାର୍ଥୀ । ପଦାରେ ପଡିଛି OSSC ଏବଂ OPSCର ବେପରୁଆ ପଣ ! ସକାଳ ସାଢେ ୯ଟାରୁ ଆରମ୍ଭ ହୋଇଥିଲା ODISHA STAFF SELECTION COMMISSION- ବା OSSC ଦ୍ବାରା ପରିଚାଳିତ ଅବକାରୀ ଏବଂ ଟ୍ରାଫିକ୍ ସବ୍ ଇନସପେକ୍ଟର ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା । କିନ୍ତୁ ପ୍ରଶ୍ନ ଆସିଥିଲା CGL ବା କମ୍ବାଇଣ୍ଡ ଗ୍ରାଜୁଏଟ୍ ଲେବଲ ପରୀକ୍ଷାରୁ। ଯାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଥିଲେ ପରିକ୍ଷାର୍ଥୀ। ଓଡ଼ିଆ, ଇଂରାଜୀ ଏବଂ ସାଧାରଣ ଜ୍ଞାନ ବଦଳରେ ଆରିଥମେଟିକ୍ ପ୍ରଶ୍ନ ଦେଖି ହତାଶ ହୋଇଥିଲେ ଆଶାୟୀ। ଆଜିର ପରୀକ୍ଷାକୁ ବାତିଲ କରି ପୁଣିଥରେ ସାନି ପରୀକ୍ଷା କରିବାକୁ ଦାବି କରିଛନ୍ତି ଅନେକ ପରୀକ୍ଷାର୍ଥୀ।

ଅଧିକ ପଢ଼ନ୍ତୁ: କେଉଁଠି ପଢୁଥିଲେ UPSC ଟପ୍ପର୍ ଶକ୍ତି ଦୁବେ

ଠିକ୍ ସେହିପରି OPSC ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍- OCS 2023 ମେନ୍ ପରୀକ୍ଷାରେ ବି ଗୁରୁତର ତ୍ରୁଟି। ପ୍ରଥମ ସିଟିଂରେ ଥିବା ଅପସନାଲ୍ ଆନ୍ଥ୍ରୋପଲୋଜି ପେପର୍ ୱାନ୍‌ରେ ପେପର ଟୁ ର ପ୍ରଶ୍ନ, ଆଉ ଦ୍ବିତୀୟ ସିଟିଂରେ ହୋଇଥିବା ପେପର୍ ଟୁ ପରୀକ୍ଷାରେ ପେପର୍ ୱାନ୍ ର ପ୍ରଶ୍ନ ଦେଖି ଅସନ୍ତୋଷ ଝାଡ଼ିଥିଲେ ପରିକ୍ଷାର୍ଥୀ । ଆୟୋଗର ଏଭଳି ତ୍ରୁଟି ଓ ଖାମଖିଆଲି ମନୋଭାବକୁ ନିନ୍ଦା କରିଛନ୍ତି। 

Advertisment

ତେବେ ପରୀକ୍ଷାରେ ଏଭଳି ସାଂଘାତିକ ତ୍ରୁଟିକୁ ନେଇ ଅତି ହାଲୁକା ମନ୍ତବ୍ୟ ରଖିଛି OPSC । କମିଶନ୍ ପକ୍ଷରୁ ଦିଆଯାଇଥଇବା ପ୍ରଥମ ନୋଟିସ୍‌ରେ ଦର୍ଶାଇଥିଲା, ପ୍ରଥମ ସିଟିଂରେ, ଦ୍ବିତୀୟ ସିଟିଂରେ ଥିବା ଆନ୍ଥ୍ରୋପଲୋଜି ପେପର୍‌ର କୋଶ୍ଚିନ୍ ଆସିଥିବାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦିଅନ୍ତୁ। ଦ୍ବିତୀୟ ସେସନରେ ପେପର୍ ଟୁ ପ୍ରଶ୍ନପତ୍ର ଖୋଲାଯିବା ପରେ କମିଶନ୍ ଯାହାକିଛି ନିଷ୍ପତ୍ତି ନେବେ। ସେହିପରି ଦ୍ବିତୀୟ ନୋଟିସରେ ଦର୍ଶାଯାଇଥିଲା, ପେପର୍ ଟୁ ରେ ପେପର୍ ୱାନ କୋଶ୍ଚିନ୍ ଆସିଥିବାରୁ ପରୀକ୍ଷା ଜାରି ରଖିବାକୁ ପରୀକ୍ଷାର୍ଥୀଙ୍କୁ କୁହାଯାଇଥିଲା। ଅନ୍ୟପକ୍ଷରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍-Xରେ ପରୀକ୍ଷାରେ ତ୍ରୁଟି ସ୍ବୀକାର କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। କହିଛନ୍ତି ପ୍ରତିକାରମୂଳକ ପଦକ୍ଷେପ ପାଇଁ ଆସନ୍ତା ମେ ୪ ତାରିଖ ପୂର୍ବରୁ ଇମେଲ୍ ଜରିଆରେ ପରୀକ୍ଷାର୍ଥୀଙ୍କ ପରାମର୍ଶ ଲୋଡାଯାଇଛି। ଏଠି ପ୍ରଶ୍ନ, ଦୁଇ ଆୟୋଗ କାହିଁକି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି? ଶିକ୍ଷାବିତଙ୍କ କହିବା କଥା ଆୟୋଗଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। 

କେବଳ ଏ ଦୁଇ ପରୀକ୍ଷା ନୁହଁ ଗତ ମାର୍ଚ୍ଚ ୩୦ ତାରିଖରେ OPSC ଦ୍ବାରା ହୋଇଥିବା SDPRO ପରୀକ୍ଷାର ଚତୁର୍ଥ ପେପରରେ ଶହେ ନମ୍ବର ପରିବର୍ତ୍ତେ ୬ ନମ୍ବର କମି ୯୪ ମାର୍କର ପ୍ରଶ୍ନ ଆସିଥିଲା। ଯାହାକୁନେଇ OPSC ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରିଥିଲେ ପରୀକ୍ଷାର୍ଥୀ । 

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା UPSC ରେଜଲ୍ଟ-୨୦୨୪; ଶକ୍ତି ଦୁବେ ଟପ୍ପର

OPSC OPSC Exam OSSC
Advertisment
Advertisment