Advertisment

Yash Jain tops NEET Super Speciality: ଚମକିଲେ ଓଡ଼ିଆ ପୁଅ ୟଶ୍ ଜୈନ୍, NEET-ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ହେଲେ ଟପ୍ପର

ୟଶ୍ ଜୈନ୍ କହିଛନ୍ତି, ୧ ରୁ ୨ ମାସ ହେଲା ମୋ ସମୟ ଲାଇବ୍ରେରୀରେ ବିତୁଥିଲା । ମୁଁ ପାଠ ପଢ଼ା ସରିବା ପରେ ଓଡିଶା ଆସିବି ।

author-image
Deviprasad Jena
'ଡାକ୍ତରଙ୍କ ମନରେ ସେବା ଭାବ ରହୁ ।'

'ଡାକ୍ତରଙ୍କ ମନରେ ସେବା ଭାବ ରହୁ ।'

NEET-ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ଚମକିଲେ ଓଡିଆ ପୁଅ । NEET-ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ପ୍ରଥମ ସ୍ଥାନରେ ରହି ଓଡ଼ିଶା ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ ୟଶ୍ ଜୈନ । ସର୍ବ ଭାରତୀୟ ସ୍ତରରେ NEET-ସୁପର ସ୍ପେଶାଲିଟି ରେଜଲ୍ଟ ପ୍ରକାଶ ପାଇଛି ।

Advertisment

ଏଥିରେ ବଲାଙ୍ଗୀର କଣ୍ଟାବାଞ୍ଜିର ୟଶ୍ ଜୈନ୍ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । କଣ୍ଟାବାଞ୍ଜିର ସୁନୀଲ ଜୈନଙ୍କ ପୁଅ ୟଶ୍ ନିଜର କଠିନ ପରିଶ୍ରମ ପାଇଁ ଏଭଳି ସଫଳତା ପାଇଛନ୍ତି । ଜେନେରାଲ ସର୍ଜରୀ ବିଭାଗର ଡାକ୍ତର ହେଉଛନ୍ତି ୟଶ୍ । ସେ ମୁମ୍ବାଇର KEM ହସ୍ପିଟାଲରେ MBBS ପାଠ ପଢିବା ପରେ ନାଗପୁର ସରକାରୀ ମେଡ଼ିକାଲରେ ପିଜି କରିଥିଲେ । ସେ ପିଜି ପରେ NEET-ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସେ ପ୍ରଥମ ସ୍ଥାନ ଅଧିକାର କରିବା ପରେ କଣ୍ଟାବାଞ୍ଜିରେ ଖୁସିର ଲହରୀ ଖେଳିଯାଇଛି । ନିଜର ସଫଳତାକୁ ନେଇ ୟଶ୍ କହିଛନ୍ତି, ସେ ବହୁତ ଖୁସି ଅଛନ୍ତି । ସିଏ ଭାବିନଥିଲେ ତାଙ୍କୁ ପ୍ରଥମ ସ୍ଥାନ ମିଳିବ । ସେ ତିନି ବର୍ଷ ହେଲା ନାଗପୁର ସରକାରୀ ହସ୍ପିଟାଲରେ ରୋଗୀଙ୍କ ସେବା କରିଛନ୍ତି ।

Advertisment

ୟଶ୍ ଆହୁରି କହିଛନ୍ତି '୧୦ ରୁ ୧୨ ମାସ ହେଲା ମୁଁ କାମ ନକରି ପଢ଼ାପଢ଼ି କରୁଥିଲି । ଅନଲାଇନରେ କୋଚିଂ ମାଧ୍ୟମରେ ପଢ଼ୁଥୁଲି । ମୋ ସିନିଅର ଏବଂ ଶିକ୍ଷକ ମତେ ବହୁତ ସାହାଯ୍ୟ କରିଥିଲେ । ପ୍ରତ୍ୟକ ଦିନ ଆଠ ରୁ ଦଶ ଘଣ୍ଟା ପଢ଼ୁଥିଲି ଏବଂ ଶେଷ ସମୟରେ ୧୪ ଘଣ୍ଟା ପର୍ଯ୍ୟନ୍ତ ପାଠ ପଢ଼ୁଥିଲି ।

୧ ରୁ ୨ ମାସ ହେଲା ମୋ ସମୟ ଲାଇବ୍ରେରୀରେ ବିତୁଥିଲା । ମୁଁ ପାଠ ପଢ଼ା ସରିବା ପରେ ଓଡିଶା ଆସିବି । କଣ୍ଟାବାଞ୍ଜିର ହସ୍ପିଟାଲରେ କାମ କରିବା ସହ ସମସ୍ତଙ୍କୁ ସାହାଯ୍ୟ କରିବି । ଦିନର ସବୁ ରୋଗୀଙ୍କୁ ପ୍ରଥମ ରୋଗୀ ଭାବିଲେ ମନରେ ସେବା ଭାବ ଆପେ ଆପେ ଆସିଥାଏ ।ରୋଗୀ ସେବାରେ ଯେଉଁ ଆନନ୍ଦ ମିଳେ ତାହା ଅନ୍ୟ କେଉଁଠି ମିଳିନଥାଏ ।'

ଅଧିକ ପଢ଼ନ୍ତୁ: ଟକ୍ସିକ ପ୍ରଡକ୍ଟିଭିଟି ଆପଣଙ୍ଗ ଜୀବନକୁ କେତେ ଗ୍ରାସ କରିଛି ଓ ସେଥିପାଇଁ କ'ଣ କରିହେବ?

Odisha Kantabanjhi NEET Exam Balangir
Advertisment
Advertisment