Advertisment

ଶାଢ଼ୀ ଉପରେ ଆକର୍ଷଣୀୟ ପଟ୍ଟଚିତ୍ର: କୋଣାର୍କର ଦମ୍ପତି ଦେଲେ ନୂଆ ପରିଚୟ

ପଟ୍ଟଚିତ୍ର ଆଙ୍କିବାରେ ବ୍ୟସ୍ତ ସ୍ୱାମୀ ଲିଙ୍କନ ଓ ସ୍ତ୍ରୀ ଦୀପିକା, ହେଲେ ଏହି ପଚ୍ଚଚିତ୍ର ତୁଳୀର ଯାଦୁ ଏବେ ଶାଢୀରେ ଦେଖାଉଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Patachitra in Saree

Patachitra in Saree

ପଟ୍ଟଚିତ୍ରକୁ ନୂଆ ପରିଚୟ ଦେଇଛନ୍ତି କୋଣାର୍କ ରାଉଳପାଟଣାର ରିଙ୍କନ ମଲ୍ଲ ଓ ଦୀପିକା ପରିଡ଼ା। ଶାଢୀ ଉପରେ ବିଭିନ୍ନ କଥାବସ୍ତୁ ଚିତ୍ରଣ କରି ବେଶ ଦୁଇ ପଇସା କରୁଛନ୍ତି ରୋଜଗାର। ରଘୁରାଜପୁରର ପଟ୍ଟଚିତ୍ର ବିଶ୍ୱବିଦିତ ହୋଇଥିବା ବେଳେ, ପଟ୍ଟଚିତ୍ରକୁ ନୂଆ ପରିଚୟ ଦେଇଛନ୍ତି ରିଙ୍କନ ଓ ଦୀପିକା। ଭୁବନେଶ୍ୱରରେ ଶିକ୍ଷା ଲାଭ ପରେ ଶାଢୀ ଉପରେ ପଟ୍ଟଚିତ୍ର କରୁଛନ୍ତି ରିଙ୍କନ। ସରକାରୀ ପ୍ରୋତ୍ସାହନ ମିଳିଲେ ବିଶ୍ୱଦରବାରରେ ଓଡିଶାର କଳାକୁ ସମ୍ମାନ ମିଳିବା ସହ ପଟ୍ଟଚିତ୍ର କାରିଗର ଆତ୍ମନିର୍ଭରଶୀଳ ହୋଇପାରିବେ।

Advertisment

ପଟ୍ଟଚିତ୍ର ଆଙ୍କିବାରେ ବ୍ୟସ୍ତ ସ୍ୱାମୀ ଲିଙ୍କନ ଓ ସ୍ତ୍ରୀ ଦୀପିକା, ହେଲେ ଏହି ପଚ୍ଚଚିତ୍ର ତୁଳୀର ଯାଦୁ ଏବେ ଶାଢୀରେ ଦେଖାଉଛନ୍ତି। କୋଣାର୍କ ରାଉଳପାଟଣାର ଏହି ଦମ୍ପତି ସିଲକ୍ ଓ କଟନ ଶାଢୀ ଉପରେ ଆଦିବାସୀ ଓ ସୌରାକଳାକୁ ଅତି ସୁନ୍ଦର ଭାବେ ଆଙ୍କିଛନ୍ତି। ଏହି ପଟଚିତ୍ର କଲାକାର କଳମକାରୀ, ଦଶବତାର, ରାମାୟଣ, ମହାଭାରତ ଭଳି କଥାବସ୍ତୁକୁ  ଚିତ୍ର ଆକାରରେ ଆଙ୍କୁଛନ୍ତି, ତାହା ପୁଣି ଶାଢୀରେ।

ଭୁବନେଶ୍ୱରରେ ୨ ବର୍ଷ ଶିକ୍ଷାଲାଭ କରିବା ପରେ ଏହି ଅନ୍ୟନ୍ୟ କଳାକୁ ଆଦରି ନେଇଛନ୍ତି। ଗୋଟିଏ ଗୋଟିଏ ଶାଢୀରେ  ପଟଚିତ୍ର ଆଂକିବା ପାଇଁ ଦୁଇ ଦିନରୁ ୧୫ଦିନ ଲାଗୁଥିବା ବେଳେ ଗୋଟିଏ ଗୋଟିଏ ଶାଢୀରେ ରୀଙ୍କନଙ୍କୁ ଦୁଇ ହଜାରରୁ ପାଞ୍ଚ ହଜାର ଟଙ୍କା ମିଳୁଥିବା ବେଳେ ଏହି ଶାଢୀର ବଜାର ଦର ତିନି ହଜାର ଟଙ୍କାରୁ ଆରମ୍ଭ କରି ୪୦ ହଜାର ଓ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।

Advertisment

ବିଶେଷକରି ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ଓ ଏହି କଳା ପ୍ରତି ରୁଚି ରଖୁଥିବା ଗ୍ରାହାକ ଓ ବିଦେଶୀ ଗ୍ରାହକ  ଏହି ଶାଢୀ କିଣିବା ପାଇଁ ଆଗ୍ରହ ରଖିଥାନ୍ତି । ଦୁହେଁ ଶାଢୀରେ ପଚଟିତ୍ର କରି ଏବେ ମାସକୁ ୩୦ରୁ ୩୫ ହଜାର ଟଙ୍କା ରୋଜଗାର କରୁଛନ୍ତି। ବଜାର ଅଭାବ ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଆଗକୁ ଏହି କଲା ପ୍ରତି ଲୋକଙ୍କ ଆଦର ବଢିବ ବୋଲି ଦୁହେଁ କହିଛନ୍ତି। 

ବିଶେଷ କରି ପଟଚିତ୍ର ଥିବା ଶାଢୀକୁ ସମ୍ଭ୍ରାନ୍ତ ବା ଧନୀ ଶ୍ରେଣୀର ଲୋକେ ପସନ୍ଦ କରନ୍ତି, ତେବେ ମାର୍କେଟିଂର ସୁବିଧା ନଥିବାରୁ ଆମ ରାଜ୍ୟରେ ଏହି ଶାଢୀର ଚାହିଦା ରହୁନି। ତେବେ ଦେଶର ଅନ୍ୟ ରାଜ୍ୟ ସାଙ୍ଗକୁ ବିଦେଶରେ କିନ୍ତୁ ଏହାର ବେଶ ଚାହିଦା ତେଣୁ ଆଗକୁ ଉତ୍କଳିକା ପକ୍ଷରୁ ଡିଜିଟାଲ ମାର୍କେଟିଂ ଓ ସେଲ ବ୍ୟବସ୍ତା କରାଯିବା ବୋଲି କହିଛନ୍ତି ପରିଚାଳନା ନିର୍ଦ୍ଦେଶକ।  

ରିପୋର୍ଟ: ସଂଜୟ ପତି

Advertisment
Advertisment