Advertisment

ଟାୟାର ରାଣୀ କମଲାଙ୍କ କମାଲ, ସଜାଡୁଛନ୍ତି ଜେସିବି ଟାୟାର

କିଛି କାମ ଦୁଃସାଧ୍ୟ ନୁହେଁ। କିଛି ରାସ୍ତା ଅପହଞ୍ଚ ନୁହେଁ। କମଲା ନେଗିଙ୍କୁ ଦେଖିଲେ ଏକଥା ସହଜରେ ଜଣେ କହି ପାରିବ। ଏହି ବୟସ୍କା ମହିଳା ଜଣକ ଖାଲି ଯୁଗଯୁଗରୁ ଚଳିଆସୁଥିବା ପ୍ରଥାକୁ ଭାଙ୍ଗି ଦେଇ ନାହାନ୍ତି ବରଂ ପୁରୁଷଙ୍କୁ ମଧ୍ୟ ସେମାନଙ୍କ ଇଲାକାରୁ ହଟାଇ ଦେଇଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
Tyre Doctor kamla

Tyre Doctor kamla

କିଛି କାମ ଦୁଃସାଧ୍ୟ ନୁହେଁ। କିଛି ରାସ୍ତା ଅପହଞ୍ଚ ନୁହେଁ। କମଲା ନେଗିଙ୍କୁ ଦେଖିଲେ ଏକଥା ସହଜରେ ଜଣେ କହି ପାରିବ। ଏହି ବୟସ୍କା ମହିଳା ଜଣକ ଖାଲି ଯୁଗଯୁଗରୁ ଚଳିଆସୁଥିବା ପ୍ରଥାକୁ ଭାଙ୍ଗି ଦେଇ ନାହାନ୍ତି ବରଂ ପୁରୁଷଙ୍କୁ ମଧ୍ୟ ସେମାନଙ୍କ ଇଲାକାରୁ ହଟାଇ ଦେଇଛନ୍ତି। ଏହା ପୁଣି ଆଉ କେଉଁଠି ନୁହେଁ, ଏଇ ଭାରତରେ। ଭାରତୀୟ ମହିଳା ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ପାରିଛନ୍ତି। ଏପରିକି ଯେଉଁ କାମ ସମ୍ପୂର୍ଣ୍ଣ ଭାବେ ପୁରୁଷଙ୍କର ବୋଲି ପୂର୍ବରୁ ଦାବି କରାଯାଉଥିଲା ତାହାକୁ ମଧ୍ୟ ସେ ଛଡ଼ାଇ ଆଣିଛନ୍ତି।

Advertisment

ନିଜର କାମ ପାଇଁ ସେ କେଉଁଠି ଟାୟାର ଡକ୍ଟର’ ତ କେଉଁଠି ଆଇରନ ଲେଡ଼ି ଭାବେ ପରିଚିତ।  ତାଙ୍କର କାମ ଦେଖିଲେ ଆପଣ ତାଙ୍କୁ ଜଣେ ଅସାଧାରଣ ମହିଳା ବୋଲି ବି କହିପାରନ୍ତି। ପରିବାର ଦାୟିତ୍ୱ ନେବା ସହ ଗ୍ୟାରେଜରେ କାମ କରନ୍ତି କମଳା । ସେ ଗ୍ୟାରେଜରେ କି କାମ କାମ କରନ୍ତି ଜାଣନ୍ତି ? ସାଇକେଲଠାରୁ ଆରମ୍ଭ କରି ମୋଟର ସାଇକେଲ, ଜେସିବିର ଟାୟାର ଲଗାନ୍ତି ଏବଂ ମରାମତି କରନ୍ତି।

ସାଧାରଣତଃ ଗ୍ୟାରେଜରେ ପୁରୁଷମାନେ କାମ କରୁଥିବା ଦେଖିବାକୁ ମିଳିଥାଏ। ଗାଡିର ଚକା ଲଗାଇବା, ଟାୟାର ବଦଳାଇବା ଆଦି କାମ ମହିଳା କରୁଥିବା ଖୁବ କମ୍‌ ଦେଖୁଥିବେ। ହେଲେ ଉତ୍ତରାଖଣ୍ଡ ନୈନିତାଲର କମଲା ଏହାର ଏକ ବ୍ୟତିକ୍ରମ। କେଉଁ ଯୁଗରୁ ରହି ଆସିଥିବା ଧାରଣାକୁ ସେ ଖାଲି ଚାଲେଞ୍ଜ ଦେଇ ନାହାନ୍ତି, ନିଜ ଇଛା ଶକ୍ତି ବଳରେ ଏହାକୁ ଭୁଲ ପ୍ରମାଣିତ କରି ଦେଇଛନ୍ତି।

Advertisment

କମଲାଙ୍କର ଏକ ଛୋଟ ଦୋକାନ ରାମଗଡ ମୁକ୍ତେଶ୍ୱର ରୋଡରେ ରହିଛି। ୧୫ ବର୍ଷ ଧରି ଏହି ଦୋକାନ ତାଙ୍କୁ ଜୀବିକା ଦେଇଛି। ଦୋକାନରେ ସେ ସାଇକେଲ ଟାୟାରଠାରୁ ଆରମ୍ଭ କରି ଜେସିବି ଟାୟାର ମରାମତି କରନ୍ତି। ଏଥିସହିତ ବାଇକ୍‌, କାର ମରାମତି ମଧ୍ୟ କରିଥାନ୍ତି। ଭଲ କାମ ପାଇଁ ଖୁବ ନାଁ ରହିଛି କମଲାଙ୍କର । ସେଥିପାଇଁ ତ ସ୍ଥାନୀୟ ଲୋକଙ୍କ ସମେତ ଏହି ଅଞ୍ଚଳକୁ ଆସୁଥିବା ଆଖପାଖର ଯାତ୍ରୀ ମଧ୍ୟ ଗାଡି ମରାମତି ପାଇଁ କମଲାଙ୍କ ଗ୍ୟାରେଜକୁ ଆସିଥାନ୍ତି। ତା ଛଡ଼ା ଆଖ ପାଖରେ କିଛି ଗ୍ୟାରେଜ ନ ଥିବାରୁ ଗାଡି ଖରାପ ହେଲେ ଗାଡି ମାଲିକଙ୍କର କମଲା ହିଁ ଏକମାତ୍ର ସାହା ଭରସା।

ସାଧାରଣତଃ ଆମେ ଗାଡ଼ିମୋଟର ମରାମତି ପୁରୁଷଙ୍କ କାମ ବୋଲି ଭାବିଥାଉ। କିନ୍ତୁ ମହିଳାମାନେ ଯେ ଏହାକୁ ଖୁବ ଭଲ ଭାବେ କରିପାରିବେ ତାହା କମଲା କରି ଦେଖାଇ ପାରିଛନ୍ତି। ଏତେ ବଡ ବଡ ଓଜନିଆ ଟାୟାର କମଲା ଉଠାଇବାବେଳେ ଦେଖୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି।

  କମଲା ଏହି କାମକୁ ଆଦରି ନେବା ପଛର କାରଣ ଆହୁରି ଚମତ୍କାର। ୨୦୦୪ ମସିହାରେ କମଳା ଦେଖିଲେ ତାଙ୍କ ଅଞ୍ଚଳର ଛୋଟ ଛୋଟ ପିଲାମାନେ ସାଇକେଲ ଚଲାଇବାକୁ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ସେମାନଙ୍କ ପାଖରେ ସାଇକେଲ ନାର୍ହି। ସେ କିଛି ସାଇକେଲ କିଣି ଘଣ୍ଟାକୁ ୫ ଟଙ୍କା ହିସାବରେ ପିଲାଙ୍କୁ ଚଲାଇବାକୁ ଦେଲେ। ତା ସହିତ ପିଲାଙ୍କୁ ସାଇକେଲ ଚଲାଇବା ମଧ୍ୟ ଶିଖାଇଲେ। ଏହା ପରେ ତାଙ୍କ ପାଖରେ ପିଲାଙ୍କ ସଂଖ୍ୟା ବଢିବାକୁ ଲାଗିଲା। ପରେ ପରେ ପିଲାମାନେ ତାଙ୍କ ପାଖକୁ ସାଇକେଲର ଖରାପ ଟାୟାର ଧରି ଆସିଲେ। ଏହାକୁ ମଧ୍ୟ କମଳା ତୁରନ୍ତି ତିଆରି କରିଦେଲେ। ଏଇଠୁ ଆରମ୍ଭ ହେଲା ଟାୟାର ମରାମତି କାମ। ତା’ ପରଠାରୁ ସେ ସବୁ ପ୍ରକାର ଟାୟାର ମରାମତି କରିବା ଆରମ୍ଭ କରିଦେଲେ। ଏବେ ତାଙ୍କୁ ଏହି କାମରେ ତାଙ୍କ ସ୍ୱାମୀ ମଧ୍ୟ ସହାୟତା କରୁଛନ୍ତି।

Woman Special Story
Advertisment
Advertisment