Advertisment

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। ୪% ମହଙ୍ଗା ଭତ୍ତା ବଢ଼ାଇଲେ କେନ୍ଦ୍ର ସରକାର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
DA Hikes Of Central Govt Employees

DA Hikes Of Central Govt Employees

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। ୪% ମହଙ୍ଗା ଭତ୍ତା ବଢ଼ାଇଲେ କେନ୍ଦ୍ର ସରକାର। ମହଙ୍ଗା ଭତ୍ତା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଗତ ଜୁଲାଇ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ। ଏହାଦ୍ୱାରା ୪୭ ଲକ୍ଷରୁ ଅଧିକ କର୍ମଚାରୀ, ୬୮ ଲକ୍ଷରୁ ଅଧିକ ପେନ୍‌ସନ୍‌ଭୋଗୀ ଉପକୃତ ହେବେ ବୋଲି ଜଣାପଡ଼ିଛି।

Advertisment

ସୂଚନାଥାଉ କି, ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାର ଜାନୁଆରୀ ୧ ଓ ଜୁଲାଇ ୧ରେ DA ଏବଂ DR ଉପରେ ସଂଶୋଧନ କରିଥାନ୍ତି। ହେଲେ ଏହି ନିଷ୍ପତ୍ତି ସାଧାରଣତଃ ମାର୍ଚ୍ଚ ଓ ସେପ୍ଟେମ୍ବରରେ ଘୋଷଣା କରାଯାଇଥାଏ। ୨୦୧୯ ମସିହା ଡିସେମ୍ବର ୩୧ ପର୍ଯ୍ୟନ୍ତ 7th Pay Commission ଆଧାରରେ ୧୭% ହିସାବରେ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳୁଥିଲା। ଏହାପରେ କୋଭିଡ୍‌ ଯୋଗୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏଥିରେ ଆଉ କୌଣସି ବୃଦ୍ଧି କିମ୍ବା ସଂଶୋଧନ ହୋଇନଥିଲା।

ପରେ ୨୦୨୧ ମସିହା ଜୁଲାଇରେ ମହଙ୍ଗା ଭତ୍ତା ୧୧% ବୃଦ୍ଧି ପାଇ ୨୮% କରାଯାଇଥିଲା। ପୁଣି ୨୦୨୧ ମସିହା ଅକ୍ଟୋବରରେ ୩% ବୃଦ୍ଧି କରାଯାଇଥିଲା। ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୨୦୨୨ ମସିହା ଜାନୁଆରୀରେ ମହଙ୍ଗା ଭତ୍ତା ୩% ବୃଦ୍ଧି କରାଯାଇଥିଲା। ଏବେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କୁ ୩୪% ଆଧାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଛି। ଏବେ ପୁଣି ମହଙ୍ଗା ଭତ୍ତା ୪% ବୃଦ୍ଧି ପାଇଛି। ଫଳରେ  କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଛି।

Advertisment
DA Hike Central Govt Employees DA Hike News
Advertisment
Advertisment