• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରକ୍ତ ଦାନ ମହା ପୁଣ୍ୟ । ଏହା ଆମେ ସମସ୍ତେ ଜାଣିଛନ୍ତି । କିନ୍ତୁ କେତେ ଜଣ ରକ୍ତ ଦାନ କରି ମହାପୁଣ୍ୟ ଅର୍ଜନ କରିବାକୁ ଚାହୁଛନ୍ତି ? ଜରୁରି ସମୟରେ ନିଜ ପରିବାର ଲୋକ ବି ରକ୍ତ ଦେବାକୁ ପଛଘୁଞ୍ଚା ଦେଇଥାନ୍ତି । ତଥାପି ଆମେ କେବେ ବି ନିରାଶ ହେବା ନାହିଁ । କାରଣ ପ୍ରତି ଯୁଗରେ ଅଶୁର ବି ଅଛନ୍ତି ଆଉ ଭଗବାନ ବି ଜନ୍ମ ନେଇଥାନ୍ତି । ପାପୀ ବି ଥାନ୍ତି ଆଉ ପରୋପକାରୀ ବି ଥାନ୍ତି ।

ଠିକ୍‌ ଏମିତି କିଛି କାହାଣୀ ଆଜି ଆପଣଙ୍କୁ ଆମେ କହିବୁ । ଆଉ ପୁରା କାହାଣୀ ଜାଣିବା ପରେ ଆପଣ ବି ସେହି ଯୁବକଙ୍କୁ ସାବାସି ନଦେଇ ରହିପାରିବେନି । ବର୍ତ୍ତମାନର କଳିଯୁଗରେ ଯେଉଁଠି ପରିବାର ଲୋକ ରକ୍ତ ଦେବାକୁ ପଛଘୁଞ୍ଚା ଦେଇଥାନ୍ତି ସେଇଠି ଜଣେ ଯୁବକ ରକ୍ତ ଦାନ କରି ଅନ୍ୟକୁ ନୂଆ ଜୀବନ ଦେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ଅନ୍ୟର ଉପକାର ହିଁ ତାଙ୍କ ଜୀବନର ମୂଳ ଲକ୍ଷ୍ୟ । ଏମିତିକି ଲୋକଙ୍କୁ ସଚେତନ କରିବା ପାଇଁ ସେ ନିଜ ଚାକିରି ମଧ୍ୟ ଛାଡ଼ି ଦେଇଛନ୍ତି ।

କିରନ ବର୍ମା । ଜଣେ ବିରଳ ବ୍ୟକ୍ତିତ୍ୱ । ତାଙ୍କ ଜୀବନର ମୂଳ ଲକ୍ଷ୍ୟ ହେଲା ଦେଶରେ ୨୦୨୫ ବେଳକୁ ଯେମିତି କୌଣସି ବି ଜଣେ ବ୍ୟକ୍ତି, ବ୍ଲଡ୍‌ ବ୍ୟାଙ୍କ୍‌ରେ ରକ୍ତ ଅଭାବରୂ ଜୀବନ ହାରିବେ ନାହିଁ । କୌଣସି ବି ବ୍ଲଡ୍‌ ବ୍ୟାଙ୍କ୍‌ରେ ରକ୍ତର ଅଭାବ ରହିବ ନାହିଁ । ଏହି ଲକ୍ଷ ନେଇ ସେ ଏବେ ପୁରା ଦେଶରେ ସଚେତନତା ସୃଷ୍ଟି କରିବା ପାଇଁ ବାହାରି ପଡ଼ିଛନ୍ତି । ଦିଲ୍ଲୀରୁ ଚାଲି ଚାଲି ସେ ଏହି କ୍ୟମ୍ପେନ ଆରମ୍ଭ କରିଛନ୍ତି । ୨୦୨୧ ମସିହା ଡିସେମ୍ବର ୨୮ ତାରିଖରୁ ତାଙ୍କର ଏହି ଯାତ୍ରା ଆରମ୍ଭ ହୋଇସାରିଛି । ଏବେ ସେ ହାଇଦ୍ରାବଦର ଗୁଲବାର୍ଗରେ ପହଞ୍ଚିଛନ୍ତି । ୨୦୨୪ରେ ସୁଦ୍ଧା ତାଙ୍କର ଏହି ମିଶନ ଶେଷ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସେ କର୍ପୋରେଟ୍‌ ସେକ୍ଟରରେ କରିଥିବା ବଡ଼ ଚାକିରିକୁ ମଧ୍ୟ ଛାଡ଼ି ଦେଇଛନ୍ତି । 

ସେ ପୁରା ଦେଶରେ ଚାଲି ଚାଲି ବୁଲିବା ସହ ଅତି କମ୍‌ରେ ୫ ମିଲିୟନ୍‌ ଲୋକଙ୍କୁ ତାଙ୍କ ସହ ଯୋଡ଼ିବା ବା ସଚେତନ କରିବେ ବୋଲି ଆଶା ରଖିଥିବା କହିଛନ୍ତି । ଏହି ୫ ମିଲିୟନ ଲୋକ ଯେଭଳି ରକ୍ତଦାନ ପାଇଁ ସବୁବେଳେ ଆଗଭର ହେବେ ଏବଂ ସବୁ ରକ୍ତଭଣ୍ଡାର ଭରପୁର ରହିବ । ୨୦୨୫ ବେଳକୁ ଯେମିତି କୌଣସି ବ୍ୟକ୍ତି ରକ୍ତ ଅଭାବରୁ ମୃତ୍ୟୁ ବରଣ କରିବେ ନାହିଁ । ଏହା ତାଙ୍କର ମୂଳ ଲକ୍ଷ୍ୟ ।

କିରନ୍‌ କଲେଜ ପଢ଼ିବା ବେଳୁ ରକ୍ତ ଦାନ କରି ଆସୁଛନ୍ତି । ଆବଶ୍ୟକ କରୁଥିବା ଲୋକ ତାଙ୍କୁ ଯୋଗାଯୋଗ କରିବା ମାତ୍ରେ ସେ ଡାକ୍ତରଖାନାରେ ପହଞ୍ଚି ରକ୍ତ ଦାନ କରିଥାନ୍ତି । ତେଣେ ସେ ପରିଚିତ ହୁଅନ୍ତୁ ବା ପର । ତାଙ୍କ ଜୀବନରେ ଏମିତି ଏକ ମୋଡ଼ ଆସିଲା ଯେଉଁଥିପାଇଁ ସେ ଚାକିରି ଛାଡ଼ି ଏହାକୁ ଜୀବନର ମୂଳ ଲକ୍ଷ୍ୟ ଭାବେ ବାଛି ନେଲେ ।

 ଦିନେ ତାଙ୍କୁ କଲ ଆସିଲା ରକ୍ତ ଦାନ ପାଇଁ, ଆଉ ସେ ଡାକ୍ତରଖାନାରେ ପହଞ୍ଚିଗଲେ । ତେବେ ସେଠାରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ, ଯେଉଁ ଲୋକ ତାଙ୍କୁ ଯୋଗାଯୋଗ କରିଛି ସେ ଉକ୍ତ ପରିବାରଠାରୁ ୧୫ଶହ ଟଙ୍କା ନେଇଛି ରକ୍ତ ଯୋଗାଇବାକୁ । ଅର୍ଥାତ କିରନ୍‌ଙ୍କୁ ଫୋନ୍‌ କରିଥିବା ଲୋକ ଜଣେ ଦଲାଲ ହୋଇଥାଇପାରେ । ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିର ପରିବାର ଅତ୍ୟନ୍ତ ଗରିବ ଥିଲେ । ସେ ଛତିଶଗଡ଼ର ମୂଳ ବାସିନ୍ଦା, ହେଲେ ଦିଲ୍ଲୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଖାଲି ସେତିକି ନୁହେଁ ନିଜ ସ୍ୱାମୀର ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ମହିଳା ଜଣକ ବେଶ୍ୟାବୃତ୍ତି କରିବା ମଧ୍ୟ ଆରମ୍ଭ କରିଥିଲେ ବୋଲି କିରନ୍‌ ଜାଣିବାକୁ ପାଇଥିଲେ । 

ଗୋଟିଏ ପରିବାରର ଏଭଳି ସ୍ଥିତି ଜାଣିବା ପରେ ସେ ନିଜକୁ ପରିବର୍ତ୍ତନ କରିଦେଇଥିଲେ । ଆଉ ଚାକିରି ଛାଡ଼ି ଲୋକଙ୍କୁ ରକ୍ତଦାନ ପାଇଁ ସଚେତନ କରିବାକୁ ବାହାରି ପଡ଼ିଲେ ।

ଆରମ୍ଭରୁ ତାଙ୍କ ପାଇଁ ଏହି ଯାତ୍ରା ଏକ ‍ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା । ସେ କେବେ ବି ପରିବାରଠାରୁ ଦୁରେଇ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିନଥିଲେ । ଚାଲି ଚାଲି ପୁରା ଦେଶ କେମିତି ବୁଲିବେ ସେନେଇ ମଧ୍ୟ ତାଙ୍କ ପାଖରେ କୌଣସି ପ୍ଲାନ୍‌ ନଥିଲା । ହାଦ୍ରାବଦ୍‌ରେ ପହଞ୍ଚିବା ପରେ ପ୍ରାୟ ୬ ମାସ ବ୍ୟବଧାନରେ ନିଜ ପରିବାର ସହ ଭେଟିଲେ । ନିଜ ପତ୍ନୀଙ୍କ ସହ ଭେଟ ହେଲେ । ଏହାରି ଭିତରେ ସେ ୭୨ଟି ରକ୍ତଦାନ ଶିବିରର ସଫଳ ଆୟୋଜନ କରିସାରିଛନ୍ତି ।