• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେ ସମସ୍ତେ ଜାଣିଛନ୍ତି ପାଣିରୁ ବିଦ୍ୟୁତ ଉତ୍ପାଦନ ହୋଇଥାଏ । କିନ୍ତୁ ପାଣି ସିଧାସଳଖ କୌଣସି ଶକ୍ତି ପ୍ରଦାନ କରିନଥାଏ । ପାଣି ଦ୍ୱାରା ଟରବାଇନ୍‌ ଘୁରାଇଲେ ବିଦ୍ୟୁତ ଉତ୍ପାଦନ ହୁଏ । ତେବେ ଏହା ତ ଆମେ ସମସ୍ତେ ପିଲା ଦିନୁ ସ୍କୁଲରେ ପାଠ ପଢ଼ି ଆସୁଛନ୍ତି । ହେଲେ କେବେ ଏହାକୁ କାମରେ ଲଗାଇବା ପାଇଁ ଚେଷ୍ଟା କରିଛନ୍ତି କି ? ଆମ ନିଜକୁ ଏହି ପ୍ରଶ୍ନ ପଚାରିଲେ ଉତ୍ତର ଆସିବ ନା ।

Power Plant(Power Plant)

ଆଜି ଆମେ ଯେଉଁ କାହାଣି କହିବୁ ତାହା ଆପଣଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ । ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ଡୁଲମି ବ୍ଲକ୍‌ ବାୟଙ୍ଗ ଗାଁର ୩୪ ବର୍ଷିୟ ଯୁବକ କେଦାର ପ୍ରସାଦ ମହତୋ ଦେଖାଇଛନ୍ତି ଚମତ୍କାର । ଯିଏ କି ଅଧାରୁ ଛାଡ଼ିଛନ୍ତି କଲେଜ । ହେଲେ ଆମେ ପିଲାଦିନେ ଯାହା ସ୍କୁଲରେ ପଢ଼ିଥିଲେ ତାକୁ ସେ କାମରେ ଲଗାଇଛନ୍ତି । ଜଳର ଶକ୍ତିକୁ ଉପଯୋଗ କରି ଗାଁକୁ ୫ କେଭିର ବିଦ୍ୟୁତ ଯୋଗାଇଛନ୍ତି । ତାଙ୍କର ଏଭଳି ସଫଳ ପ୍ରାୟସକୁ ଚାରିଆଡ଼ୁ ସ୍ୱାଗତ କରାଯାଇଛି । ଏମିତିକି ନାବାର୍ଡ ପାଖରେ ଏଭଳି ଖବର ପହଞ୍ଚିବା ପରେ ନାବାର୍ଡ ଅଧିକାରୀ ସେହି ଗାଁକୁ ଯାଇ ପ୍ରକୃତ ସ୍ଥିତି ପରଖିଛନ୍ତି ।

Power Plant(Power Plant)

ତେବେ ଏହି ଛୋଟ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ କେଦାର ପ୍ରସାଦ ନିଜ ହାତରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ସେ ପ୍ରଥମେ ବାଉଁଶ ଏବଂ କିଛି ସାଧାରଣ ଜିନିଷ ଆଦି ସାହାଯ୍ୟରେ ପାଣିକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ଆଉ ଟରବାଇନ୍‌ ଦ୍ୱାରା ୫ କେଭିର ବିଦ୍ୟୁତ ଉତ୍ପାଦନ କରି ଗାଁର ମନ୍ଦିର ଏବଂ ଷ୍ଟ୍ରିଟ୍‌ ଲାଇଟ୍‌କୁ ଶକ୍ତି ଯୋଗାଇଥିଲେ । ଯେଉଁ ନାବାର୍ଡ ଅଧିକାରୀ ଘଟଣାସ୍ଥଳକୁ ଯାଇ ପ୍ରକୃତ ସ୍ଥିତି ପରିଖିଥିଲେ, ସେ କହିଲେ ଏଭଳି ଛୋଟ ଛୋଟ ପ୍ଲାଣ୍ଟ ଚାଷୀଙ୍କ ପାଇଁ ଉପଲବ୍ଧ କରାଇଲେ ଚାଷୀମାନେ ଉପକୃତ ହୋଇପାରନ୍ତେ ।

ଏଭଳି ଛୋଟ ପ୍ରକଳ୍ପ ପାଇଁ ବ୍ୟାଙ୍କ ଟଙ୍କା ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିବା ଉଚିତ୍ । କିନ୍ତୁ ଏହାଦ୍ୱାରା ଚାଷୀଙ୍କୁ କେତେ ଫାଇଦା ମିଳୁଛି ତାହା ଉପରେ ମଧ୍ୟ ଅଧିକ ତଥ୍ୟ ସଂଗ୍ରହ କରିବାକୁ ହେବ ବୋଲି ଅଧିକାରୀ କହିଛନ୍ତି ।

Power Plant(Power Plant)

ନାବାର୍ଡ ଅଧିକାରୀଙ୍କ କହିବାନୁଯାୟୀ, ଦୁଇ ମେଗା ୱାଟ୍ ପାୱାର ପ୍ଲାଣ୍ଟର ଖର୍ଚ୍ଚ ୧୦ କୋଟି ଟଙ୍କା । କିନ୍ତୁ ଯଦି କେଦାରଙ୍କ ଜ୍ଞାନ କୌଶଳ ବ୍ୟବହାର କରି ଦୁଇ ମେଗା ୱାଟ୍‌ର ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ କରାଯାଏ ତେବେ ମାତ୍ର ୨ କୋଟି ଟଙ୍କା ଖର୍ଚ୍ଚ ହେବ । କେଦାରଙ୍କ ଏହି ପାୱାର ପ୍ଲାଣ୍ଟ ୩୦ରୁ ୪୦ କେଭି ବିଦ୍ୟୁତ ଉତ୍ପାଦନ କରିବାର କ୍ଷମତା ରଖୁଛି । କିନ୍ତୁ ଏହି ପାୱାର ପ୍ଲାଣ୍ଟରେ ବାଉଁଶ ଏବଂ ହାତ ତିଆରି ଟରବାଇନ୍‌ ବ୍ୟବହାର କରଯାଇଥିବାରୁ ଏହା ଅଧିକ ବିଦ୍ୟୁତ ଶକ୍ତି ତ୍ପାଦନ କରିବା ସୁରକ୍ଷିତ ନୁହେଁ । ସବୁଠାରୁ ବଡ଼ କଥା ହେଲା ଏଠାରେ କେଦାର ପ୍ରସାଦ ଜଣେ ବିଜ୍ଞାନ ଛାତ୍ର ନୁହଁନ୍ତି କି ସେ ବୈଜ୍ଞାନିକ ନୁହନ୍ତି । ସେ ଜଣେ କଲେଜ ଡ୍ରପ୍‌ ଆଉଟ୍ ।