Amritpal Singh?
ଧରାପଡୁନି ଖଲିସ୍ତାନୀ ସମର୍ଥକ। ତଥାକଥିତ ଭିଣ୍ଡରନୱାଲେ-ଟୁ କୁ ଧରିବାକୁ ନାକେଦମ୍ ପୋଲିସ। କେତେବେଳେ କାର୍ ତ କେତେବେଳେ ବାଇକ୍ ଯୋଗେ ଚମ୍ପଟ ମାରିବା ପରେ ପୋଲିସ ଏବେ ହରଡ଼ଘଣାରେ । ୧୫୪ ସହଯୋଗୀଙ୍କୁ ଗିରଫ କରିଛି ସତ, ମାତ୍ର ଅସଲ ଅଭିଯୁକ୍ତକୁ ଧରିବାରେ ବିଫଳ ହେବା ନେଇ, ପଞ୍ଜାବ ପୋଲିସକୁ ଭର୍ସନା କରିଛନ୍ତି ହାଇକୋର୍ଟ। ...
ଅମ୍ରିତ ପାଲ୍ ଏଯାଏଁ ଧରା ପଡ଼ନଥିବା ବେଳେ ସାରା ପଞ୍ଜାବରେ ଆଲର୍ଟ ଜାରି କରାଯାଇଛି । ତାକୁ ୱାଣ୍ଟେଡ଼୍ ଘୋଷିତ କରିବା ସହ ପୋଲିସ ତାକୁ ଧରିବାକୁ ଚଳାଇଛି ଜୋରଦାର ତନାଘନା । ଏପଟେ ପଞ୍ଜାବରେ ସୋଲିଆଲ୍ ମିଡିଆ ଏବଂ ଇଣ୍ଟରନେଟ୍ ଉପରେ ଲାଗିଥିବା କଟକଣା କୋହଳ ହୋଇଛି । ୪ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ସ୍ଥାନମାନଙ୍କରେ ସ୍ୱାଭାବିକ ହୋଇଛି ସେବା । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପଞ୍ଜାବର ତ୍ରାନ୍ ତାରନ, ଫିରୋଜପୁର, ମୋଗା, ସାନ୍ ଗୁରୁ, ଅମ୍ରିତସରର ଐନାଲା, ୱାଇପିଏସ୍ ଚୌକ୍, ଏୟାରପୋର୍ଟ ରୋଡ୍, ଏସ୍ଏଏସ୍ ନଗରରେ ଇଣ୍ଟରନେଟ୍ ଓ ଏସଏମଏସ୍ ସେବା ବନ୍ଦ ରହିଥିବା ବେଳେ ମାର୍ଚ୍ଚ ୨୩ ଦିନ ୧୨ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏସବୁ ଅଞ୍ଚଳରେ କେବଳ ମୋବାଇଲ ରିଚାର୍ଜ ଓ ବ୍ୟାଙ୍କ କାରବାର ପାଇଁ ଏସଏମଏସକୁ ଅନୁମତି ଦିଆଯାଇଥିବା ପଞ୍ଜାବ ସରକାର ସୂଚନା ଦେଇଛନ୍ତି।...
ଅଧିକ ପଢ଼ନ୍ତୁ: ଅମ୍ରିତପାଲ୍ ସିଂ କିଏ ? କ’ଣ ତାର ଇତିହାସ ?
ସେପଟେ ଆଶଙ୍କା କରାଯାଉଛି ଯେ, ଅମ୍ରିତପାଲ୍ ପଞ୍ଜାବ ଛାଡ଼ି ଅନ୍ୟ ରାଜ୍ୟକୁ ପଳାଇଛି । ହୁଏତ ବିଦେଶ ପଳାଇବାକୁ ଯୋଜନା କରୁଛି ଏହି ଦୁବାଇ ଫେରନ୍ତା । ବେଶ ବଦଳାଇ ହୁଏତ ଖସିଯିବାକୁ ସମର୍ଥ ହୋଇପାରେ ଏହ ତଥାକଥିତ ଭିଣ୍ଡରନୱାଲେ-ଟୁ । ତାକୁ ଧରିବା ଲାଗି ପଞ୍ଜାବ ପୋଲିସ ଓ ଗୁଇନ୍ଦା ସଂସ୍ଥା ରାଜ୍ୟ ଭିତରେ ଏବଂ ବାହାରେ ତୀକ୍ଷ୍ଣ ନଜର ରଖିଛନ୍ତି।
ହରିୟାଣା ହିମାଚଳ ପ୍ରଦେଶ ଏବଂ ରାଜଧାନୀ ଚଣ୍ଡୀଗଡ଼ରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି କରାଯିବା ସହ ଏଥିରେ ପଞ୍ଜାବ ସରକାରଙ୍କୁ ସମସ୍ତ ପ୍ରକାରର ଜରୁରୀ ସହାୟତା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ପଡ଼ୋଶୀ ରାଜ୍ୟର ପୋଲିସ ସହ ପଞ୍ଜାବ ପୋଲିସ ଲଗାତାର ସଂପର୍କରେ ରହିଛି ଏବଂ ଅମ୍ରିତ୍ ପାଲ୍ ର ସହଯୋଗୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବାରେ ଲାଗିଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)