• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଗୋଟେ କଥା କହିବି . . ଜିଜ୍ଞାସା ତ ରଶ୍ମିର . . .ସେ ପ୍ରଥମରୁ ରଶ୍ମିର ହିଁ ଥିଲା । ଯେତେ ସନସେଟ୍‌ ହେଉ କିମ୍ବା ସନରାଇଜ୍‌ ହେଉ .. ଡିଜେ ଆଜେକ୍ସ ଆଉ କାହାକୁ ମିଳିବନି । ତମ ଖଡ଼ୁସ୍‌ ଆଉ ନାହିଁ । Your khadush is dead . .ଆଜି ମୋ ଶେଷ ଦିନ । ତୁମେ ମୋତେ ଛାଡ଼ିକି ଯାଉଛ । ମୁଁ ଆଉ ରହି ପାରିବି ନାହିଁ । ମୁଁ ଭାବିଲି ତୁମେ ରାତିରେ କଲ୍‌ କରିବ । ଆଉ ତୁମେ ରାତିରେ କଲ ବି କଲ । ମୁଁ ତୁମ ଘର ପାଖରେ ଅଛି ନା ନାହିଁ ଜାଣିବା ପାଇଁ କଲ୍‌ କଲ । କାରଣ ତୁମର ରଶ୍ମି ସହିତ ଯିବାର ଥିଲା . . ତୁମେ ଜାଣିନ ମୁଁ ବାହାରେ ଅଛି । ରଶ୍ମି ଆସିଲା.. ତୁମେ ବାହାରକୁ ଗଲ , ବୁଲିକି ଆସିଲ । ଜାଣିଛ ମୁଁ ତୁମ ରୁମ ପାଖରେ କେତେବେଳୁ ଅପେକ୍ଷା କରି ବସିଛି । ବସିଛି ଆଉ ତୁମ ଫେରିବା ସମୟକୁ ଜଗିଛି । ତୁମେ ଆସିଲ, ଖାଇଲ, ରୁମ୍‌ ବନ୍ଦ କଲ, ତା’ପରେ ଲାଇଟ୍‌ ବନ୍ଦ କରି ଶୋଇବାକୁ ଗଲ ।

ଥରେ ହେଲେ କଲ୍‌ କରିଥାଆନ୍ତ । ଏବେ ଲଭ୍‌ ପଳେଇଲା ତ . . ହଉ ତୁମେ ଲାଇଫ୍‌ରେ ଖୁସିରେ ରୁହ.. ବହୁତ ପଇସା ଇନକମ୍‌ କର । ହେଲେ ତୁମେ ଯେତେ ଟଙ୍କା ଇନକମ୍ କଲେ କି ତୁମ ଖାନଦାନର ମିଶିକି ଟଙ୍କା ଇନକମ୍‌ କଲେ ବି ଆଜେକ୍ସକୁ ଆଉ ଦେଖି ପାରିବନି । ମୁଁ ଯାଉଛି ଜିଜ୍ଞାସା .. ଆଉ କେବେ ଆସିବିନି .. କହିଥିଲି ନା ପଳେଇବି ବୋଲି .. ତୁମେ କହିଲ ପଳା. . ମୁଁ ସତରେ ପଳଉଛି .. ଜୀବନରେ କେବେ ଦେଖିବନି .. ମୋ ଫଟୋ ଦେଖୁଥିବ .. ମୁଁ ଉପରକୁ ଯାଇକି ଷ୍ଟାର ହୋଇଯିବି .. ଆଉ କେବେ ଦେଖିବନି କି ଭଏସ୍ ଶୁଣିପାରିବନି । ଯାହା ମୋ ଭିଡିଓ ଆଉ କଲ୍‌ ରେକର୍ଡିଂ ଅଛି ଶୁଣୁଥିବ । ମୁଁ ଯାଉଛି ... I LOVE U .. BYE .THIS IS MY LAST MESSAGE … I LOVE U .. .. BYE ..

ଅଧିକ ପଢ଼ନ୍ତୁ: ଡିଜେ ଆଜେକ୍ସ ମୃତ୍ୟୁ ପଛରେ ବ୍ରେକଅପ୍ ?

ଜୀବନ ହାରିବା ପୂର୍ବରୁ ଲୋକପ୍ରିୟ ଡିଜେ ନିଜ ବାନ୍ଧବୀଙ୍କ ଉଦ୍ଦେଶ୍ୟରେ ଏପରି ଏକ ଭଏସ୍‌ ମେସେଜ୍‌ କରିଛନ୍ତି । ଏହାସହ ସାମ୍ନାକୁ ଆସିଛି ଡିଜେ ଆଜେକ୍ସଙ୍କ ମୃତ୍ୟୁ ପୂର୍ବର ଫଟୋ । ଫଟୋରେ ଆଜେକ୍ସ ମାନସିକ ଚାପରେ ଥିବା ସ୍ପଷ୍ଟ ଜଣାପଡୁଛି । ୨ଟି ଫଟୋରେ ସେ କାନ୍ଦୁଥିବା ଦେଖିବାକୁ ମିଳିଛି ।

ଏଥିସହ ମୃତ୍ୟୁ ପୂର୍ବରୁ ନିଜ ବାନ୍ଧବୀଙ୍କୁ ମେଲ୍ କରି ଆଜେକ୍ସ ଅନେକ ଗୁଡିଏ କଥା ଲେଖିଥିଲେ । ସପ୍ତାହ ହେଲାଣି ଶୋଇ ପାରୁନି, ସ୍ଲିପିଂ ଟାବଲେଟ୍ ଖାଉଛି। ଯେତେବେଳେ ଝଗଡ଼ା ହୁଏ, ତମେ ମୋତେ କୁହ ଭୂତ ହୋଇଯିବାକୁ ଏବେ ମୁଁ ସବୁଦିନ ପାଇଁ ଭୂତ ହୋଇଯାଉଛି, ବହୁ ଦୂରକୁ ଚାଲିଯାଉଛି ବୋଲି ମେଲ୍ ଯୋଗେ ଲେଖିଥିଲେ ଡିଜେ ଆଜେକ୍ସ ।

ସୂଚନାଯୋଗ୍ୟ ଆଜିକୁ ପାଞ୍ଚ ଦିନ ତଳେ ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ଆଜେକ୍ସଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜେକ୍ସଙ୍କ ମୃତ୍ୟୁ ପଛରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଥିଲେ ପରିବାର । ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ ।