/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679491866.jpg)
Salman khan Trolling His Own Dance Steps
ବଲିଉଡ୍ର 'ଭାଇଜାନ୍' ସଲମାନ ଖାନ ଦୁଇଟି କାରଣ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ତାଙ୍କ ଚଳଚ୍ଚିତ୍ର 'କିସି କା ଭାଇ କିସି କୀ ଜାନ' ଏବଂ ଦ୍ୱିତୀୟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ଦ୍ୱାରା ହତ୍ୟା ଧମକ। ନିକଟରେ ସଲମାନ୍ଙ୍କୁ ଇ-ମେଲ୍ ମାଧ୍ୟମରେ ଧମକ ମିଳିଥିଲା। ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷାବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା।
କିନ୍ତୁ, ଏହି ଧମକକୁ ଅତିକ୍ରମ କରି ଭାଇଜାନ ପୁଣି ଥରେ ପ୍ରଶଂସକମାନଙ୍କୁ ପ୍ରେମରେ ପକେଇବାକୁ ବାଧ୍ୟ କରୁଛନ୍ତି। ଏହି ସମୟରେ ତାଙ୍କର ଆସୁଥିବା ଫିଲ୍ମର ରୋମାଣ୍ଟିକ୍ ଗୀତରେ ସେ ତାଙ୍କ ଫ୍ୟାନ୍ସମାନଙ୍କ ଭୟକୁ କମ କରିବାକୁ ଚେଷ୍ଟା କରିଛନ୍ତି। ନିକଟରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କିସି କା ଭାଇ କିସି କୀ ଜାନ'ର ନୂଆ ଗୀତ 'ଜୀ ରହେ ଥେ ହମ୍' ରିଲିଜ୍ କରିଛନ୍ତି।
ଅଧିକ ପଢ଼ନ୍ତୁ: ସଲମାନ ଖାନଙ୍କୁ ୬ ମାସ ମିଳି ନଥିଲା କାମ; ଏହି ବ୍ୟକ୍ତି ଭଗବାନ ହୋଇ ଆସିଥିଲେ
Woh joh falling wala step hai jisme koi step nahiin hai, woh karke dikha do… love ka toh pata nahiin falling is sure 🤣 …#JeeRaheTheHum#30DaysToKBKJhttps://t.co/T1cs92bqlG@hegdepooja@VenkyMama@farhad_samji@AmaalMallik@Musicshabbir@Ranju_Varghese@IamJagguBhai
— Salman Khan (@BeingSalmanKhan) March 21, 2023
ଏହି ଗୀତର ସବୁଠାରୁ ବିଶେଷ କଥା ହେଉଛି ଏହି ଗୀତଟିକୁ ସଲମାନ ଖାନ ନିଜେ ଗାଇଛନ୍ତି। ଏହି ଗୀତଟିକୁ ଅମାଲ ମଲିକ ରଚନା କରିଛନ୍ତି। ଏହି ଗୀତରେ ସଲମାନଙ୍କ ଠାରୁ ୨୫ ବର୍ଷ ଛୋଟ ପୂଜା ହେଗ୍ଡେ ତାଙ୍କ ସହ ନଜର ଆସିଛନ୍ତି। ଆଉ ଏକ କଥା ହେଲା ଏଥିରେ ଏକ ଅଜବ ଡ୍ୟାନ୍ସ ଷ୍ଟେପ୍ ଦେଖିବାକୁ ମିଳେ। ଏନେଇ ସଲମାନ ନିଜେ ନିଜକୁ ଟ୍ରୋଲ୍ କରିଛନ୍ତି।
Lawrence Bishnoi should send another love letter to Salman just for murder of a song.Salman pressured music director to make him singer,even with no tallent & 100% Autotune.He is just killed a Singer opportunity.SRK is also a superstar,but he isn't a hypocrite like bhoi.
— Tushar 🇮🇳 (@Tushar69406576) March 21, 2023
When you reach your date and realise you have dog poop stuck under your shoes. #SalmanKhanpic.twitter.com/JGDnrId7lN
— Bahadur 2.0 (@my2bit) March 21, 2023
🤣🤣🤣🤣🤣fir se 🤣😂☺️ shyd #SalmanKhan sir ko memes banne me maza ata hai https://t.co/berR7nk757
— RANVEER 🔥 Hai Apun (@RANVEER42147927) March 21, 2023
ସଲମାନ ଖାନ ଏବଂ ପୂଜା ହେଗ୍ଡେଙ୍କ ଉପରେ ଚିତ୍ରିତ ଏହି ରୋମାଣ୍ଟିକ ଗୀତ ସହିତ ଭାଇଜାନ ଏବଂ ଅମାଲ ପ୍ରାୟ ୮ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଏହାପୂର୍ବରୁ ଅମାଲ ସଲମାନଙ୍କ ହୋମ୍ ପ୍ରଡକ୍ସନ୍ ଫିଲ୍ମ 'ହିରୋ' ପାଇଁ 'ମେ ହୁଁ ହିରୋ ତେରା' ରଚନା କରିଥିଲେ। ଏହି ଚଳଚ୍ଚିତ୍ର ୨୦୧୫ରେ ମୁକ୍ତିଲାଭ କରିଥିଲା ​।
ସଲମାନ ଖାନ ନିଜେ ଟ୍ୱିଟର୍ରେ ଏହି ଗୀତର ରିଲିଜ୍କୁ ଘୋଷଣା କରିଛନ୍ତି ଏବଂ ଏହି ଗୀତର ଲିଙ୍କ୍ ମଧ୍ୟ ଶେୟାର କରିଛନ୍ତି। କେବଳ ଏତିକି ନୁହେଁ, ଗୀତର ସିଗ୍ନେଚର୍ ଷ୍ଟେପ୍ କରିବାକୁ ସେ ଲୋକଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ସଲମାନ ଟ୍ୱିଟର୍ରେ ଏକ ପୋଷ୍ଟ୍ରେ ଲେଖିଛନ୍ତି, “ସେ ଯୋଉ ପଡୁଥିବା ଷ୍ଟେପ୍ ଅଛି, ଯେଉଁଥିରେ କିଛି ବି ଷ୍ଟେପ୍ ନାହିଁ, ତାଙ୍କୁ କରିକି ଦେଖାଅ... ପ୍ରେମର କ’ଣ ହେବ କିଛି ଜଣା ନାହିଁ କିନ୍ତୁ ପଡିବା ନିଶ୍ଚିତ…. "
After listening #SalmanKhan's new song #JeeRheTheHum
Le SRKians :- pic.twitter.com/VCJfBacGOJ
— 𝙂𝙐𝙍𝙐⚡ (@iAagAhan1) March 21, 2023
ଏହି ଗୀତରେ ସଲମାନ ଖାନ ପୂଜା ହେଗ୍ଡେଙ୍କ ପ୍ରତି ନିଜର ଭାବନା ପ୍ରକାଶ କରୁଥିବା ଦେଖାଯାଏ। ଏହି ଗୀତରେ ସିଦ୍ଧାର୍ଥ ନିଗମ, ରାଘବ ଜୁୟାଲ ଏବଂ ଜସ୍ସୀ ଗିଲ୍ ମଧ୍ୟ ନଜର ଆସିଛନ୍ତି। ଏହି ଗୀତରେ ସଲମାନ ପୂଜାଙ୍କ ସହ ନାଚୁଥିବା ନଜର ଆସିଛନ୍ତି।
Just Salman Khan thing 😂
Aise steps bhi viral ho jaate hain, koi doosra Actor sochne ki bhi himmat nahi karta hoga aise steps try karne ki bhi— FilmoHolic FarHan (@filmy_farhan) March 21, 2023
When Gravity Go Away From The World🤣🤣#JeeRaheTheHum#KisiKaBhaiKisiKiJaanpic.twitter.com/UM8OAk914j
— CJ⚡ (@Tweets_Of_CJ) March 21, 2023
ଏହି ଗୀତକୁ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। ସଲମାନ ଗାଇଥିବା ଏହି ଗୀତକୁ କିଛି ପସନ୍ଦ କରିଥିବା ବେଳେ ଆଉ କିଛି ଏହାକୁ ଟ୍ରୋଲ୍ କରୁଛନ୍ତି। ଜଣେ ଲେଖିଛନ୍ତି, "ସ୍ୱର ଅତ୍ୟନ୍ତ ଦୁଃଖଦାୟକ। ସେ ଟଙ୍କା ବଞ୍ଚେଇବା ପାଇଁ ନିଜେ ଗୀତ ଗାଇଛନ୍ତି।" ଏହି ସମୟରେ, ଅନ୍ୟ ଜଣେ ଲେଖିଛନ୍ତି ଯେ ମୁଁ ଏହି ଗୀତ ଦେଖିବା ପରେ ଲରେନ୍ସ ବିଷ୍ନୋଇ ହୋଇଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)