/odishatv-khabar/media/post_attachments/uploadimage/library/16_9/16_9_0/corona_1669197142.jpg)
corona
କରୋନା କରୁଛି ବ୍ରେନ୍ ବେମାରୀ । ଏଭଳି ଦାବି କରିଛନ୍ତି ଆଇଆଇଇଟି ଦିଲ୍ଲୀର କିଛି ବୈଜ୍ଞାନିକ । ଗବେଷଣାରୁ ଜଣାପଡ଼ିଛି ଯେ, ଦୀର୍ଘଦିନ ଧରି କରୋନା ରେ ପୀଡ଼ିତ ଥିବା ବ୍ୟକ୍ତି ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡ଼ୁଛି । ଏହାସହ ସ୍ନାୟବିକ ଅସ୍ୱାଭାବିକତା ମଧ୍ୟ ଦେଖିବାକୁ ମିଳୁଛି ।
ମସ୍ତିଷ୍କର ଫ୍ରୋଣ୍ଟାଲ ଲୋବ୍ ଓ ବ୍ରେନ୍ ଷ୍ଟେମ୍ ଏହାଦ୍ୱାର ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ମସ୍ତିଷ୍କର ଏହି ଅଂଶ ଅବସାଦ ବା ଡିପ୍ରେସନ୍, ମୁଣ୍ଡବିନ୍ଧା, ନିଦ୍ରାହୀନତା, ଆଙ୍ଗଜାଇଟି, ଅସ୍ୱାଭାବିକ କ୍ଳାନ୍ତି, ବୋଧଶକ୍ତି ଆଦି ସହ ସଂପର୍କିତ । ୬ ମାସ ଭିତରେ କୋଭିଡରୁ ସୁସ୍ଥ ହୋଇଥିବା ୪୬ ଜଣ ବ୍ୟକ୍ତି ଏବଂ ୩୦ ଜଣ ସାଧାରଣ ବ୍ୟକ୍ତିଙ୍କୁ ନେଇ ଏହି ଗବେଷଣା ହୋଇଥିଲା ।
ଅଧିକ ପଢ଼ନ୍ତୁ: ଏଣିକି କରୋନା କବଳରୁ ବଞ୍ଚିବେ ପଶୁ: ଦିଆଯିବ କୋଭିଡ୍ ଭ୍ୟାକ୍ସିନ
ଏଥିପାଇଁ ସ୍ୱତନ୍ତ୍ର ଏମଆରଆଇ ବ୍ୟବହାର କରାଯାଇଥିଲା । ପୂର୍ବରୁ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର CDC ପକ୍ଷରୁ ମଧ୍ୟ ସତର୍କ କରାଯାଇଥିଲା ଯେ, ପ୍ରତି ୫ ଜଣରୁ ଜଣଙ୍କ ଠାରେ କୋଭିଡରଦୀର୍ଘମିଆଦି କୁପ୍ରଭାବ ଦେଖାଦେଇପାରେ ।
ସେପଟେ କିଛି ଦିନର ବ୍ୟବଧାନ ପରେ ଚୀନକୁ ପୁଣି ଫେରିଛି କରୋନା । ଚୀନର ସବୁଠୁ ବଡ଼ ଜିଲ୍ଲା ବାଇୟୁନରେ ଲାଗିଛି ଲକଡାଉନ୍ । ଗୁନଜାଓ ସହରରେ ଗତ ସୋମବାରରେ ୯ ହଜାର ୮୫ କରୋନା କେସ୍ ବାହାରିଥିବା ବେଳେ ପୁରା ଚୀନରେ ୨୭ ହଜାର ୯୫ ମାମଲା ସାମ୍ନାକୁ ଆସିଛି । ଏହାପରେ ସମସ୍ତ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ବନ୍ଦ କରାଯିବା ସହ ଘରୁ ବାହାରିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । କରୋନା ଟେଷ୍ଟ ବଧ୍ୟତାମୂଳକ କରିବା ସହ ପରିବାରର ସମସ୍ତଙ୍କ କରୋନା ପରୀକ୍ଷା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)