Advertisment

ପ୍ରତିଦିନ କରନ୍ତୁ ଏହି ୩ ଧ୍ୟାନଯୋଗ,ଆସିବ ସୁଖ ନିଦ୍ରା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଦିନକୁ ଦିନ ଚାପଗ୍ରସ୍ତ ଜୀବନ ଓ ​​କାର୍ଯ୍ୟଭାର ବୃଦ୍ଧି ପାଉଛି । ସେଥିପାଇଁ ଆମ ଶରୀରରକୁ ସୁସ୍ଥ ଓ ଚାପମୁକ୍ତ କରିବା ପାଇଁ ମେଡିଟେସନ୍ ବା ଧ୍ୟାନ ନିତ୍ୟାନ୍ତ ଜରୁରୀ । ତେବେ ଆଜି ଜାଣିବା ବିଭିନ୍ନ ପ୍ରକାର ମେଡିଟେସନ୍ ବା ଧ୍ୟାନ ବିଷୟରେ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହ ଭଲ ନିଦ୍ରା ଦେଇଥାଏ ।

author-image
Pallipuspa Samal
ଅଦ୍ୟତନ ହୋଇଛି
 Meditation For Better Sleep

meditation techniques that help you sleep better

ଧ୍ୟାନ ଆପଣଙ୍କୁ ଭଲ ନିଦ ଆସିବାରେ ସାହାଯ୍ୟ କରିଥାଏ ଏବଂ ମନର ଅନ୍ୟ ଚାପକୁ ଦୂର କରି ମନକୁ ଶାନ୍ତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପ୍ରତିଦିନ ଧ୍ୟାନ କରିବା ଦ୍ୱାରା ଏହା ଶରୀରର ମେଲାଟୋନିନ୍ ଏବଂ ସେରୋଟୋନିନ୍ ବୃଦ୍ଧି କରାଇଥାଏ ଏବଂ ରକ୍ତଚାପ ଏବଂ ହୃଦସ୍ପନ୍ଦନକୁ ହ୍ରାସ କରିଥାଏ ।

Advertisment

ଚାପଗ୍ରସ୍ତ ଜୀବନ,​​ଅଧିକ କାର୍ଯ୍ୟଭାର ଯୋଗୁଁ ବିଳମ୍ବିତ ରାତିରେ ଶୋଇବା ଏକ ସାଧାରଣ କଥା ହୋଇଗଲାଣି । ନିଦ୍ରାହୀନତା ଏଭଳି ଏକ ରୋଗ,ଯାହା ଔଷଧ ଦ୍ୱାରା ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନଥାଏ । ନିଦ୍ରାହୀନତାପାଇଁ ଆମେ ଯେଉଁ ଔଷଧ ବ୍ୟବହାର କରିଥାଉ ତାହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଥାଏ ଯାହା ଆମ ଶରୀର ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଥାଏ ।

ଅଧିକ ପଢ଼ନ୍ତୁ: ସବୁବେଳେ ଥଣ୍ଡା କାଶ ଲାଗି ରହୁଛି କି; କରନ୍ତୁ ଏହି ୪ଟି ଯୋଗାସନ

ହେଲ୍ଥ ଲାଇନ୍ ଡଟ୍ କମ୍‌ର ରିପୋର୍ଟ ଅନୁଯାୟୀ ଧ୍ୟାନ ଆପଣଙ୍କୁ ଭଲ ନିଦ କରିବାରେ ସାହାଯ୍ୟ କରିଥାଏ ଏବଂ ମନର ଚାପକୁ ଦୂର କରି ମନକୁ ଶାନ୍ତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଶରୀରର ରକ୍ତଚାପ ଏବଂ ହୃଦସ୍ପନ୍ଦନକୁ ହ୍ରାସ କରିଥାଏ । ତେବେ ଆସନ୍ତୁ ଜାଣିବା କିଛି ମେଡିଟେସନ୍ ଓ ଧ୍ୟାନ ବିଷୟରେ..।

Advertisment

ମାନସିକ ଧ୍ୟାନ:

  • ହେଲ୍ଥଲାଇନ୍ ଡଟ୍ କମ୍ ଅନୁଯାୟୀ, ସର୍ବପ୍ରଥମେ ଆପଣଙ୍କ ରୁମରେ ଥିବା ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବାହାର କରି ଦିଅନ୍ତୁ ଏବଂ ତାପରେ ଆରାମରେ ଶୋଇପଡ଼ନ୍ତୁ ।
  • ଶୋଇବା ପୂର୍ବରୁ ୧୦ ଥର ନିଶ୍ୱାସ ନିଅନ୍ତୁ ଏବଂ ୧୦ ଥର ନିଶ୍ୱାସ ଛାଡନ୍ତୁ। ଏହିଭଳି ଭାବେ ଅତି କମରେ ୫ ଥର କରନ୍ତୁ । ଯଦି ଏହି ସମୟ ମଧ୍ୟରେ କୌଣସି ଚିନ୍ତାଧାରା ଆପଣଙ୍କ ମନକୁ ଆସେ, ତେବେ ଆପଣଙ୍କର ନିଶ୍ୱାସ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ ।

ଶରୀର ଶୁଦ୍ଧିକରଣ ଧ୍ୟାନ:

  • ଶରୀର ଶୁଦ୍ଧିକରଣ ଧ୍ୟାନ ଦ୍ୱାରା ଆମେ ଆମ ଶରୀରର ପ୍ରତ୍ୟେକ ଅଙ୍ଗ ଉପରେ ଧ୍ୟାନ ଦେଇଥାଉ । ଏହି ଧ୍ୟାନ ଆରମ୍ଭରେ ସର୍ବପ୍ରଥମେ ଶୋଇଯାଅ ଏବଂ ଆଖି ବନ୍ଦ କରି ଧୀରେ ଧୀରେ ନିଶ୍ୱାସ ନିଅ । ତେବେ ଏହି ଧ୍ୟାନ କରିବା ସମୟରେ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ,କିନ୍ତୁ ମନରେ ଧ୍ୟାନ ରଖନ୍ତୁ । ଏହି ଧ୍ୟାନ କରିବା ଦ୍ୱାରା ଶରୀରରେ ଏକାଗ୍ରତା ବଢିଥାଏ ।

ସହଯୋଗୀ ଧ୍ୟାନ:

  • ସହଯୋଗୀ ଧ୍ୟାନ କରିବା ପୂର୍ବରୁ ସର୍ବପ୍ରଥମେ,ସଫ୍ଟ ମ୍ୟୁଜିକ୍ ବାଛନ୍ତୁ ଏବଂ ଏହାକୁ ମୋବାଇଲ୍ ଫୋନରେ ରଖନ୍ତୁ ଏବଂ ଆଖି ବନ୍ଦ କରି ଶୋଇ ଯାଆନ୍ତୁ । ଏହାପରେ ଧୀର ନିଶ୍ୱାସ ନେଇ ସଙ୍ଗୀତ ଉପରେ ଧ୍ୟାନ ଦିଅନ୍ତୁ । ଏଭଳି କରିବା ଦ୍ୱାରା ମଧ୍ୟ ସୁଖନିଦ୍ରା ଆସିଥାଏ।
Meditation
Advertisment
Advertisment