• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବ୍ଲକ ଉପାଧକ୍ଷଙ୍କ ଘରେ ରେଡ୍

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଉପାଧକ୍ଷ ତଥା ବିଜେଡ଼ି ନେତା ବେଣୁଧର ପ୍ରଧାନଙ୍କ ଘରେ ।ଆୟକର ବିଭାଗର ବଡ଼ ଧରଣର ଚଢ଼ଉ l ଗତକାଲି ଚଢ଼ଉ କରିଥିବା ବେଳେ ଆଜି ପୁଣି ଚଢ଼ଉ ଜାରି ରହିଛି । ଭୁବନେଶ୍ୱର ଆୟକର ବିଭାଗର ଏକ ଟିମ ବିଜେଡ଼ି ନେତା ବେଣୁଙ୍କର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ସହ ତାଙ୍କ ଘରେ ଏବଂ କ୍ରସର ଉପରେ ଚଢ଼ଉ ଜାରି ରଖିଛି ।

ଚଢ଼ଉ ବେଳେ ଆୟକର ବିଭାଗ ଗତକାଲି ବହୁ ଜରୁରୀ କାଗଜପତ୍ରକୁ ତନଖି କରିଥିଲା । ଯାଞ୍ଚ ବେଳେ ନଗଦ ଟଙ୍କା ମଧ୍ୟ ଜବତ କରିଥିବା ସୂଚନା ମିଳିଛି l ବେଣୁଧରଙ୍କର ଫତେଗଡ଼ ବାସଭବନ ଓ ନିମାଣିରେ ଥିବା କ୍ରସରକୁ ଯାଇ କାଗଜପତ୍ର ଯାଞ୍ଚ ହେଉଛି ।

ବିଜେଡ଼ି ନେତା ବେଣୁଧର ପ୍ରଧାନଙ୍କ ସମେତ ୩ ଜଣଙ୍କ ମାଲିକାନାରେ ଥିବା ସ୍ୱୟଂ ସଦାଶିବ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ର କାଗଜପତ୍ର ଯାଞ୍ଚ କରୁଛି ଆୟକର ବିଭାଗ l ରେଡ ବେଳେ ଆୟକର ବିଭାଗକୁ ସହଯୋଗ କରୁଥିବା ସୂଚନା ଦେଇଛନ୍ତି ସ୍ୱୟଂ ସଦାଶିଵ କନଷ୍ଟ୍ରକସନର ଲୋକ ସମ୍ପର୍କ ଅଧିକାରୀ ।

ସେହିପରି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡି ନେତାଙ୍କ ଘରେ ଆୟକର ବିଭାଗ କାଗଜପତ୍ର ଯାଞ୍ଚ କରିଛି। ବ୍ଲକ ଉପାଧ୍ୟକ୍ଷ ହେଲେ ଭ୍ରମରବର ନାୟକ l ଆୟକର ବିଭାଗ ସୋର ବ୍ଲକ ବାଗୁଡ଼ି ସ୍ଥିତ ତାଙ୍କ ଘର ସହିତ ଅନ୍ୟ ୫ଟି ଜାଗାରେ କାଗଜପତ୍ର ଯାଞ୍ଚ କରୁଛନ୍ତି l ଏଥିରେ ୩ଟି ଟିମ ସାମିଲ ଥିବା ବେଳେ ୨୦ ଜଣ କାଗଜପତ୍ର ଯାଞ୍ଚ କରୁଛନ୍ତି l ଏବେ ସେ ସୋର ବ୍ଲକର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବାବେଳେ ଭ୍ରମରବର ନାୟକଙ୍କର ଖାଦାନରେ ପଥର ବ୍ୟବସାୟ କରନ୍ତି l ଆୟକର ବିଭାଗ ଭ୍ରମରବରଙ୍କ କଲ୍ୟାଣମଣ୍ଡପ, ପେଟ୍ରୋଲ ପମ୍ପ ସହିତ ବାସଭବନରେ ଖାନତଲାସି କରିଛନ୍ତି l କିନ୍ତୁ ଭ୍ରମରବର ନାୟକ ଘରେ ଅନୁପସ୍ଥିତ ଥିଲେ ।...