/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680599865.jpg)
Student Drowning
ଭଦ୍ରକରେ ବଡ଼ ଧରଣର ଅଘଟଣ ଘଟିଛି । ନାଳିଆ ନଦୀରେ ବୁଡ଼ିଯାଇ ୪ଜଣ ଛାତ୍ର ଗୁରୁତର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ଗାଧୋଇଲା ବେଳେ ସମସ୍ତ ଛାତ୍ର ବୁଡ଼ିଯାଇଥିବା ଜଣାପଡ଼ିଛି । ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ୪ ଛାତ୍ର ଗୋଟିଏ କଲେଜରେ ପଢୁଥିବା ସୂଚନା ମିଳିଛି ।
ସୂଚନା ମୁତାବକ ୪ଜଣ ଛାତ୍ର ସାଙ୍ଗହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବିଧିର ବିଧାନ ଥିଲା ଅଲଗା । ଗାଧୋଇବା ବେଳେ ସମସ୍ତ ୪ ଜଣ ଛାତ୍ର କୌଣସି କାରଣରୁ ବୁଡ଼ିଯାଇଥିଲେ । ଏନେଇ ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ ।
ଅଧିକ ପଢ଼ନ୍ତୁ: ସେଲଫି ହେଲା କାଳ; ନଦୀରେ ବୁଡ଼ିଯାଇ ୩ ଛାତ୍ରଙ୍କ ମୃତ୍ୟୁ
ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ପରେ ସେଠାରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ସଙ୍କଟାପନ୍ନ ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି । ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଲାଙ୍ଗୁଡ଼ି ଅଞ୍ଚଳରେ ଏହି ଅଘଟଣ ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)