• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଧ୍ୟବିତ୍ତ ପରିବାର ଉପରେ ଭାରି ପଡ଼ିଲା ଚିକିତ୍ସା ଖର୍ଚ୍ଚ(Treatment Cost) । ବାପାମା’ଙ୍କ ଦୁଃଖ ଦେଖି ପାରିଲେନି ଯୁବକ । ଜମିବାଡ଼ି ବିକ୍ରି କରି ତଥା ଧାର ଉଧାର କରି ପୁଅର ଚିକିତ୍ସା କରାଉଥିଲେ । ଶେଷରେ ନିରାଶ ହୋଇ ନୀତେଶ ନାମକ ଜଣେ ୨୪ ବର୍ଷ ବୟସ୍କ ଯୁବକ ଉତ୍ତର ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଜୀବନ ହାରି ଦେଇଛନ୍ତି । ଯୁବକ ଜଣକ ଆତ୍ମହତ୍ୟା କରିବା ପାଇଁ ଏକ ହୋଟେଲ ରୁମ ବୁକ୍ କରିଥିଲେ ।

ଅଧିକ ପଢ଼ନ୍ତୁ: ଚାରି ପାଞ୍ଚ ଦିନ ଧରି ଆତ୍ମହତ୍ୟା କଥା କହୁଥିଲେ, ଶେଷରେ ଜୀବନ ହାରିଦେଲେ . .

ଅମ୍ଳଜାନର ଓରଭଡୋଜ୍‌ ନେଇ ନୀତେଶ ଆତ୍ମହତ୍ୟା କରିଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ସେ ଏକ ସୁଇସାଇଡ୍‌ ନୋଟ ମଧ୍ୟ ଛାଡ଼ିକି ଯାଇଛନ୍ତି, ଯେଉଁଥିରେ ସେ ତାଙ୍କର ଅସୁସ୍ଥତା ବିଷୟରେ ଉଲ୍ଲେଖ କରିଛନ୍ତି । ମଙ୍ଗଳବାର ଦିନ ନିତେଶ ଉତ୍ତର ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଏକ ହୋଟେଲ୍‌ ବୁକ୍‌ କରିଥିଲେ । ହୋଟେଲରେ ଚେକ୍‌ ଇନ୍‌ କରିବା ସମୟରେ ତାଙ୍କ ପାଖରେ ଥିଲା କେବଳ ଏକ ଛୋଟ ବ୍ୟାଗ୍‌ । ସାଥୀରେ ଆଉ କିଛି ନେଇ ନଥିଲେ ନୀତେଶ ।

ମୁହଁ ପ୍ଲାଷ୍ଟିକ୍ ବ୍ୟାଗରେ ଗୁଡ଼ାଇ ହୋଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ୍‌ । ଟ୍ୟୁବ୍ ମାଧ୍ୟମରେ ଏକ ଛୋଟ ଅମ୍ଳଜାନ ସିଲିଣ୍ଡରକୁ ସଂଯୁକ୍ତ କରି ଆତ୍ମହତ୍ୟା କରିଛନ୍ତି ନିତେଶ । ଅଧିକ ଅକ୍ସିଜେନ୍‌ ନେଲେ ତାହା ହାର୍ଟ ବିଟ୍‌ ଉପରେ ପ୍ରଭାବ ପକାଇଥାଏ ।

ସୁଇସାଇଡ୍‌ ନୋଟରେ ନିତେଶ ତାଙ୍କ ବାପାମା’ଙ୍କ ଅକ୍ଷମତା ବିଷୟରେ ଉଲ୍ଲେଖ କରିଛନ୍ତି । ‘ଦୀର୍ଘ ଦିନର ଅସୁସ୍ଥତା ଏବଂ ତାଙ୍କ ଚିକିତ୍ସା ବିଲ୍‌ ପାଇଁ ବାପାମା’ ବେଶ୍‌ ହଇରାଣ ହେଉଛନ୍ତି । ଆଉ ବାପାମା’ଙ୍କୁ ଅଧିକ ଖର୍ଚ୍ଚାନ୍ତ କରିବାକୁ ଚାହୁଁ ନ ଥିବାରୁ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଉଛି ।’ ପୋଲିସ୍‌ ଏବେ ସୁଇସାଇଡ୍‌ ନୋଟ୍‌ ଜବତ କରି ମୃତଦେହକୁ ପୋଷ୍ଟମୋଟର୍ମ ପାଇଁ ପଠାଇ ଦେଇଛି ।