/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680598656.jpg)
Indian Railway
ଟ୍ରେନ୍ରେ ଯାତ୍ରା କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି । ଅଳ୍ପ ଖର୍ଚ୍ଚରେ ଯାତ୍ରୀମାନଙ୍କୁ ଅନେକ ସୁବଧା ଯୋଗାଇଦେଇଥାଏ ରେଳ ବିଭାଗ । ହେଲେ କିଛି କର୍ମଚାରୀଙ୍କ ଅବହେଳା ଯୋଗୁଁ ନାନା ଅସୁବିଧାର ସାମ୍ନା କରିଥାନ୍ତି ଯାତ୍ରୀମାନେ । ଆପଣ ବି ଟ୍ରେନ୍ରେ ନିଶ୍ଚୟ ଯାତ୍ରା କରିଥିବେ । ଯାତ୍ରା ସମୟରେ ନାନା ଅସୁବିଧାର ସମ୍ମୁଖିନ ହୋଇଥିବେ । ବିଶେଷକରି ଖାଦ୍ୟ ଓ ମଇଳା କମ୍ବଳ, ବେଡସିଟ୍ ପାଇଁ ଯାତ୍ରୀମାନେ ଅସନ୍ତୋଷ ଜାହିର କରିଥା’ନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ରେଳ ବିଭାଗକୁ ଅଭିଯୋଗ ମଧ୍ୟ ଯାଇଥାଏ ।
ଯାତ୍ରୀମାନଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ରେଳବାଇ ଟେଣ୍ଡର ବ୍ୟବସ୍ଥାକୁ ବଦଳାଇ ଦେଇଛି । ଯାହାଫଳରେ ଆଉ ମଇଳା କମ୍ୱଳ ଓ ବେଡ୍ସିଟ୍ ସହ ଖରାପ ଖାଦ୍ୟ ମଧ୍ୟ ଟ୍ରେନ୍କୁ ଆସିବ ନାହିଁ । ରେଳବାଇର ନୂତନ ନିୟମ ଅନୁସାରେ ଯଦି ଟ୍ରେନ୍ର ଏସି କୋଚ୍ରେ ମଇଳା କମ୍ୱଳ, ବେଡ୍ସିଟ୍ ଓ ଖରାପ ଖାଦ୍ୟ ଦିଆଯାଇଛି, ତେବେ ଏହାକୁ ଗୁରୁତର ସହ ନେବ ରେଳ ବିଭାଗ ।
ରେଳବାଇର ନୂତନ ନିୟମ ଅନୁସାରେ ଦିଆଯାଉଥିବା ଏହି ଟେଣ୍ଡରର ଅବଧିକୁ ଖସାଇ ଦିଆଯାଇଛି । ଟ୍ରେନରେ କ୍ୟାଟେରିଂ ଏବଂ ବେଡ୍ କମ୍ବଳ ଯୋଗାଣ ପାଇଁ ଟେଣ୍ଡର ୬ ମାସ ପାଇଁ କରାଯାଇଛି । ତାହା ସହ ଟେଣ୍ଡର ପାଇଥିବା କଣ୍ଟ୍ରାକ୍ଟରଙ୍କ କାର୍ଯ୍ୟକୁ ସମୀକ୍ଷା କରିବ ରେଳ ବିଭାଗ । ଯଦି ସଠିକ୍ ଭାବେ ଟେଣ୍ଡର ଚାଲୁରହେ ତେବେ ୬ମାସର ଅବଧିକୁ ବଢ଼ାଇବ ରେଳବାଇ । ଫଳରେ ଟ୍ରେନ୍କୁ ଆଉ ମଇଳା ବେଡସିଟ୍ କିମ୍ୱା କମ୍ବଳ ଆସିବ ନାହିଁ ଏବଂ ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ।
ସେହିପରି ଟ୍ରେନ୍ରେ ଯାତ୍ରୀମାନଙ୍କୁ ଭଲ ଖାଦ୍ୟ ଯୋଗାଇ ଦେବାକୁ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ରେଳବାଇ । ଟ୍ରେନରେ କ୍ୟାଟରିଂ ଏବଂ ଅନ୍ୟାନ୍ୟ ସେବା ପାଇଁ ଟେଣ୍ଡର ଅବଧିକୁ ୬ମାସକୁ ହ୍ରାସ କରିଦିଆଯାଇଛି । ପୂର୍ବରୁ ଟେଣ୍ଡର ଗୁଡ଼ିକର ଅବଧି ୩ରୁ ୫ ବର୍ଷ ରହୁଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)