Advertisment

State Bank Of India: SBI ଗ୍ରାହକଙ୍କୁ ଝଟକା, ସେପ୍ଟେମ୍ବର ପହିଲାରୁ ଲାଗୁ ହେବ ନୂଆ ନିୟମ

SBI ଗ୍ରାହକ ଯଦି କୌଣସି ସରକାରୀ ଟିକସ କ୍ରେଡିଟ କାର୍ଡରେ ପୈଠ କରନ୍ତି, ତେବେ ରିୱାର୍ଡ ପଏଣ୍ଟ ମିଳିବ ନାହିଁ।

author-image
Chinmayee Sahoo
ଅଦ୍ୟତନ ହୋଇଛି
SBI-Credit-Card

SBI-Credit-Card

SBI କାର୍ଡ ପକ୍ଷରୁ କେତେକ ନିୟମରେ ପରିବର୍ତ୍ତନ କରାଯାଇଛି। ଏହି ନୂଆ ନିୟମ ସେପ୍ଟେମ୍ବର ୧ ରୁ ଲାଗୁ କରାଯିବ। ଏହି ପରିବର୍ତ୍ତନଗୁଡ଼ିକ ବିଶେଷ କରି ସରକାରୀ ସେବା ସହ ଜଡ଼ିତ କାରବାର ଏବଂ ରିୱାର୍ଡ ପଏଣ୍ଟକୁ ପ୍ରଭାବିତ କରିବ। ଯଦି ଆପଣଙ୍କର SBI କ୍ରେଡିଟ କାର୍ଡ ଅଛି, ତେବେ ଏହି ନୂଆ ନିୟମଗୁଡ଼ିକ ବିଷୟରେ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ।

Advertisment

ନୂଆ ନିୟମ ଅନୁଯାୟୀ, କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କ୍ରେଡିଟ କାର୍ଡ ମାଧ୍ୟମରେ କରାଯାଉଥିବା କାରବାର ଉପରେ ଗ୍ରାହକମାନଙ୍କୁ ଆଉ SBI ରିୱାର୍ଡ ପଏଣ୍ଟ ମିଳିବ ନାହିଁ। ଏହି ପରିବର୍ତ୍ତନ ପ୍ରାୟ ସମସ୍ତ ପ୍ରକାରର SBI କ୍ରେଡିଟ କାର୍ଡ ଉପରେ ଲାଗୁ ହେବ।

SBI କ୍ରେଡିଟ୍ କାର୍ଡ ମାଧ୍ୟମରେ ଅନଲାଇନ୍ ଗେମିଂ ପ୍ଲାଟ୍‌ଫର୍ମରେ କରାଯାଇଥିବା ଯେକୌଣସି କାରବାର ଉପରେ ଆଉ କୌଣସି ରିୱାର୍ଡ ପଏଣ୍ଟ ଦେବ ନାହିଁ।

Advertisment

ସେହିପରି ଯଦି ଗ୍ରାହକ କୌଣସି ପ୍ରକାରର ସରକାରୀ କାରବାର କିମ୍ବା ସରକାରୀ ସେବା ପାଇଁ ଟ୍ରାଞ୍ଜାକସନ୍ କରନ୍ତି, ତେବେ ଏପରି ଖର୍ଚ୍ଚ ଉପରେ ମଧ୍ୟ କୌଣସି ରିୱାର୍ଡ ପଏଣ୍ଟ ମିଳିବ ନାହିଁ।

ଯଦି ଆପଣ Income Tax, GST କିମ୍ବା ଅନ୍ୟ କୌଣସି ସରକାରୀ ଟିକସ କ୍ରେଡିଟ କାର୍ଡରେ ପୈଠ କରନ୍ତି, ତେବେ ରିୱାର୍ଡ ପଏଣ୍ଟ ମିଳିବ ନାହିଁ।

ସେହିପରି ଟ୍ରାଫିକ ଚାଲାଣ କିମ୍ବା ଅନ୍ୟ କୌଣସି ସରକାରୀ ଜରିମାନା ପୈଠ କିମ୍ବା କୌଣସି ସରକାରୀ ସେବା ପାଇଁ ଦିଆଯାଉଥିବା ଫି' ବା ଶୁଳ୍କ ପୈଠ ପାଇଁ ଏହି ନିୟମ ଲାଗୁ ହେବ ନାହିଁ।

ତେବେ ହଠାତ ଏହି ପରିବର୍ତ୍ତନର କାରଣ କ’ଣ SBI କାର୍ଡ ପକ୍ଷରୁ କୁହାଯାଇ ନଥିବା ବେଳେ ବିଶେଷଜ୍ଞଙ୍କ ମତରେ, ଅନେକ ଲୋକ କେବଳ ରିୱାର୍ଡ ପଏଣ୍ଟ ଲୋଭରେ ବଡ଼ ବଡ଼ ସରକାରୀ କାରବାର କ୍ରେଡିଟ କାର୍ଡରେ ହିଁ କରୁଥିଲେ, ଯାହାଦ୍ୱାରା ବ୍ୟାଙ୍କ୍‌ ଉପରେ ଆର୍ଥିକ ବୋଝ ବଢୁଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥାଇପାରେ ବୋଲି କୁହାଯାଉଛି।

ଅଧିକ ପଢନ୍ତୁ: ସେପ୍ଟେମ୍ୱର ପହିଲାରୁ ବଦଳିବ ଏହି ୫ ନିୟମ

SBI State Bank Of India
Advertisment
Advertisment