• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

କାର୍ତ୍ତିକ ମାସ ଶେଷ ହୋଇଛି। ଧର୍ମ ମାସ କାର୍ତ୍ତିକର ଶେଷ ଦିନ, କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ଛାଡ଼ଖାଇ ପଡେ। ତେବେ କାର୍ତ୍ତିକର ଧର୍ମ ମାସରେ ଘରେ ଆମିଷ ହୁଏ ନାହିଁ। କେହି କେହି କେବଳ ପଞ୍ଚୁକ ପାଞ୍ଚ ଦିନ ମାନନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସେଇ ଏହାର ପରଦିନ ଲୋକେ ଆମିଷ ଖାଇବା ଆରମ୍ଭ କରନ୍ତି। ତେବେ ଛାଡଖାଇକୁ ନେଇ ଅନେକ ମତ ରହିଛି।

ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ। ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ। ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ। କେହି କେହି କେବଳ ପଞ୍ଚୁକ ପାଞ୍ଚ ଦିନ ମାନନ୍ତି।

ତା’ ପରଦିନ କିନ୍ତୁ ପ୍ରାୟ ସମସ୍ତଙ୍କ ଘରେ ଆମିଷ ହୁଏ। ଆମିଷ ବଜାରରେ ଦେଖାଯାଏ ନାହିଁ ନ ଥିବା ଭିଡ। ଛାଡଖାଇ ବାହାନାରେ ହଜାର ହଜାର ନିରୀହ ଜୀବଙ୍କୁ ମାଂସ ପାଇଁ ହତ୍ୟା କରାଯାଏ। କିନ୍ତୁ ପ୍ରକୃତରେ ଛାଡଖାଇର ଅର୍ଥ କ’ଣ ଆମିଷ ଭକ୍ଷଣ, ନା ଆଉ କିଛି ଆସନ୍ତୁ ଜାଣିବା।

ଛାଡଖାଇର ଅର୍ଥ କ’ଣ:

କାର୍ତ୍ତିକ ମାସରେ ହବିଷ କରୁଥିବା ହବିଷ୍ୟାଳିମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି। କାର୍ତ୍ତିକ ପୂର୍ଣ୍ଣମୀ ପରଦିନକୁ ଛାଡଖାଇ ଭାବରେ ପାଳନ କରନ୍ତି। ଏହିଦିନ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରିଥାଆନ୍ତି, ଯାହାକୁ ଛାଡଖାଇ କୁହାଯାଏ। ଯେହେତୁ ଖାଇବା ଛାଡି ଦିଆଯାଏ, ସେଥିପାଇଁ ଏହାକୁ ଛାଡଖାଇ କୁହାଯାଏ।

ଆମେ କିନ୍ତୁ ଛାଡଖାଇକୁ ଅଲଗା ଅର୍ଥରେ ନେଇ, ସେହି ପବିତ୍ର ଦିନରେ ଗୋଟେ ନିରୀହ ଜୀବକୁ କଲବଲ କରି ତା'ର ବିନା ଇଚ୍ଛାରେ ତାକୁ ମାରି, ତା'ର ଭୟ ଆଉ ରାଗରେ ଜର୍ଜରିତ ଶରୀରକୁ ଉଦରସ୍ଥ କରି ପାପ କରୁନେ କି? ଆମେ ଆମ ପରମ୍ପରାକୁ ମାରି ଦେଇନେ କି? ଆମେ ବାସ୍ତବତାକୁ ଜାଳିପୋଡି ନିଜ ଇଛାରେ ଜୀଉନେ କି?

ଅନ୍ୟ ମତ:

ଅନ୍ୟ ଅର୍ଥରେ ଦେଖିଲେ ‘ଉପବାସ’ ଦୁଇଟି ଶବ୍ଦ, ‘ଉପ + ବାସ’ରୁ ସୃଷ୍ଟି। ‘ଉପ’ ଅର୍ଥ - ସହଯୋଗ, ‘ବାସ’ କହିଲେ - ସଦାଚାରକୁ ବୁଝାଏ। ସହଯୋଗ ପୂର୍ବକ ସଦାଚାର ଭାବରେ ଦିନଟିକୁ ପାଳନ କରିବାକୁ ଉପବାସ କୁହାଯାଏ। ଆମେ କ’ଣ ଆଜି ଏହି ବାସ୍ତବତାକୁ ବୁଝିଛେ? ଆମେ ହିନ୍ଦୁଧର୍ମର ସଂସ୍କୃତିକୁ କଳୁଷିତ କରି ଷଡ଼ଯନ୍ତ୍ରରେ ବୁଡି ରହୁନେ କି?

ଛାଡ଼ଖାଇର ଅନ୍ୟାନ୍ୟ ଅର୍ଥ:

ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି। ବ୍ରତୀମାନେ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣରୁ ନିଜକୁ ବଞ୍ଚେଇ ରଖିଥାନ୍ତି। ଛାଡ଼ଖାଇ ଶବ୍ଦଟି, 'ଛାଡ଼' ଓ 'ଖାଇ' ଦୁଇଟି ଶବ୍ଦର ସନ୍ଧିରୁ ସୃଷ୍ଟି। ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା। ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା। ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଶେଷରେ ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି।

କିଛି ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ ଏବଂ କୈବର୍ତ୍ତମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ। ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା। ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ ବୋଲି ଲୋକମତ ରହିଛି। ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ।

କିଛି ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ। ଶୀତ ଦିନରେ ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନେ ଆମିଷ ଖାଇବା ସବୁଠାରୁ ଭଲ।

OTV is now on Whatsapp

Join and get latest news update delivered to you via whatsapp

Join Now