Advertisment

ଭାରତ ବିଭାଜନକୁ ନେଇ ପ୍ରଶ୍ନ ଉଠାଇଲେ କଙ୍ଗନା

କଙ୍ଗନା ରାଣାୱତ ବଲିଉଡ୍‌ର ପଙ୍ଗା ଗାର୍ଲ ଭାବେ ପରିଚିତ। ଅନେକ ସମୟରେ ସେ ତାଙ୍କର ବୟାନ ନେଇ ବିବାଦକୁ ଆସିଥାନ୍ତି। ଏବେ ଭାରତର ସ୍ୱାଧୀନତା ଭିକ୍ଷାରେ ମିଳିଥିବା କହି ସେ ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ କଙ୍ଗନା ଯେତେ ଟ୍ରୋଲ୍ ହେଲେ ବି ସେ ତାଙ୍କ ଜିଦିରେ ଅଟଳ ଅଛନ୍ତି।

author-image
Pramod Behera
Kangana Ranaut now raised questions on partition of india

Kangana Ranaut now raised questions on partition of india

ମୁମ୍ବାଇ : ଭାରତର ସ୍ୱାଧୀନତା ‘ଭିକ୍ଷା’ରେ ପ୍ରାପ୍ତ କହି ବିବାଦରେ ଥିବା କଙ୍ଗନା ରାଣାୱତ୍ ନିଜ କଥାରେ ଅଟଳ ରହିଛନ୍ତି। ସେ ନିଜକୁ ଠିକ ପ୍ରମାଣ କରିବା ନେଇ ଲଗାତର ଯୁକ୍ତି ବାଢି ଚାଲିଛନ୍ତି। କଙ୍ଗନାଙ୍କ ଏହି ବିବାଦିୟ ବୟାନକୁ ନେଇ ଯେତେବେଳେ ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରାଗଲା ସେ ପଦ୍ମଶ୍ରୀ ସମ୍ମାନ ଫେରେଇଦେବା ନେଇ କଥା ଉଠେଇଲେ, କିନ୍ତୁ ଏହି ସମ୍ମାନକୁ ଫେରେଇଦେବା ପାଇଁ ସେ କିଛି ପ୍ରଶ୍ନ ମଧ୍ୟ ରଖିଛନ୍ତି।

Advertisment

ସେ କହିଛନ୍ତି, ଯଦି ତାଙ୍କ କଥା ଭୁଲ୍ ପ୍ରମାଣିତ ହୁଏ ତେବେ ସେ ପଦ୍ମ ସମ୍ମାନ ଫେରେଇବା ସହ କ୍ଷମା ମଧ୍ୟ ମାଗିବେ। ଏହ କହିବା ନେଇ ସୋସିଆଲ୍ ମିଡିଆରେ ସେ ଏକ ଲମ୍ବାଚୌଡା ପୋଷ୍ଟ୍‌ କରିଛନ୍ତି, ଯାହା ଖୁବ ଭାଇରାଲ ମଧ୍ୟ ହେଉଛି। କଙ୍ଗନା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ଯେ “ଇଂରେଜମାନେ ଯଦି ଅପରାଧ କରିଥିଲେ ତେବେ ଆମେ କ’ଣ କିଛି ମାମଲା କରିଥିଲେ କି? ଆମେ କ’ଣ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇଥିଲେ କି, ଯେଉଁମାନେ ଆମ ଦେଶକୁ ଭାଗ ଭାଗ କରିଦେଲେ?”

କଙ୍ଗନା ରାଣାୱତ ବ୍ରିଟିଶ ମିଡିଆ ସଂସ୍ଥା ବିବିସିର ୨୦୧୫ର ଏକ ଲେଖାର ସ୍କ୍ରିନ୍‌ସଟ୍ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ “ଏହା ହେଉଛି ୨୦୧୫ର ବିବିସି ଦ୍ୱାରା ପ୍ରକାଶିତ ହୋଇଥିବା ଏକ ଲେଖା, ଯେଉଁଥିରେ ଲେଖାଯାଇଥିଲା ଯେ ବ୍ରିଟେନ୍ ଭାରତର କୌଣସି କ୍ଷତି କରୁ ନ ଥିଲା। ଏବେ ଆପଣ କୁହନ୍ତୁ ଏହି ଉପନିବେଶବାଦୀ ବା ସେମାନଙ୍କ ସହୃଦୟ ବ୍ୟକ୍ତି ଆଜିର ଦିନରେ ଏଭଳି ନିର୍ବୋଧତାରୁ କିପରି ବା ଦୂରେଇ ରହିବେ? ଯଦି ଆପଣମାନେ ଏହା ବିଷୟରେ ଜାଣିବାକୁ ଚାହାନ୍ତି ତେବେ ଏହାର ଉତ୍ତର ମୋର ଟାଇମ୍ସ ନାଓ ସମିଟ୍ ଷ୍ଟେଟ୍‌ମେଣ୍ଟରେ ଅଛି।”

Advertisment
Kangana Ranaut now raised questions on partition of indiaକଙ୍ଗନା ଶେୟାର୍ କରିଥିବା ପୋଷ୍ଟ୍

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଦେଶ ସ୍ୱାଧୀନତା ସଂଗ୍ରାମ ସମୟରେ ଭାରତରେ କରାଯାଇଥିବା ଅନେକ ଅପରାଧ, ଆମ ଦେଶରୁ ଧନ ସମ୍ପତ୍ତି ଲୁଟିବାରୁ ନେଇ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନିର୍ଦ୍ଦୟଭାବେ ହତ୍ୟା କରିବା, ଆମ ଦେଶକୁ ଭାଗ ଭାଗ କରିବା ପାଇଁ ଆମ ରାଷ୍ଟ୍ର ନିର୍ମାତାମାନେ ଇଂରେଜୀମାନଙ୍କୁ ଦାୟୀ କରି ନାହାନ୍ତି।”

ଏହି ଦୀର୍ଘ ପୋଷ୍ଟରେ କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ “ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଇଂରେଜମାନେ ସେମାନଙ୍କ ସର୍ତ୍ତରେ ଭାରତକୁ ଛାଡିଦେଲେ। ସେତେବେଳେ ୱିଷ୍ଟନ୍‌ ଚର୍ଚ୍ଚିଲଙ୍କୁ ଯୁଦ୍ଧ ନାୟକ ଭାବେ ସମ୍ମାନିତ କରାଗଲା। ଏ ସେହି ବ୍ୟକ୍ତି ଥିଲେ ଯିଏ ବଙ୍ଗଳାର ଦୁର୍ଦ୍ଦଶା ପାଇଁ ଦାୟୀ ଥିଲେ। ତେବେ ଇଂରେଜମାନଙ୍କ ଦ୍ୱାରା କରାଯାଇଥିବା ଅପରାଧ ପାଇଁ କ’ଣ ସ୍ୱତନ୍ତ୍ର ଭାରତର ଅଦାଲତରେ କେବେ ସେମାନଙ୍କ ବିରୋଧରେ ମୋକଦ୍ଦମା କରାଯାଇଥିଲା? ତେବେ ଉତ୍ତର ବୋଧେ ନା ଆସିବ।”

ପଙ୍ଗା ଗାର୍ଲ ଏଇଠି ଅଟକି ଯାଇ ନାହାନ୍ତି। ସେ ଆହୁରି କହିଛନ୍ତି ଯେ “ଜଣେ ଗୋରା ସିରିଲ୍ ରେଡ୍‌କ୍ଲିଫ୍, ଯିଏ ପୂର୍ବରୁ କେବେ ବି ଭାରତ ଆସି ନ ଥିଲେ, କେବଳ ୫ ଦିନରେ ବିଭାଜନର ରେଖା ଟାଣିବା ନେଇ ଇଂରେଜମାନେ ତାଙ୍କୁ ଭାରତ ଆଣିଥିଲେ। ଉଭୟ କଂଗ୍ରେସ ଓ ମୁସ୍‌ଲିମ୍ ଲିଗ୍ ସେହି ସମିତିର ସଦସ୍ୟ ଥିଲେ। ଇଂରେଜମାନଙ୍କ ଦ୍ୱାରା ଟଣାଯାଇଥିବା ବିଭାଜନ ରେଖା ସର୍ତ୍ତରେ ସେମାନେ ରାଜିଥିଲେ। ଏହାର ପରିଣାମ ଏହା ହେଲା ଯେ ପାଖାପାଖି ୧୦ଲକ୍ଷ ଲୋକଙ୍କୁ ହତ୍ୟା କରାଗଲା। ତେବେ ଏବେ ଆପଣ କୁହନ୍ତୁ ଏଭଳି ନିର୍ଦ୍ଦୟଭାବେ ହତ୍ୟା ହୋଇଥିବା ବ୍ୟକ୍ତିଙ୍କୁ କ’ଣ ସ୍ୱାଧୀନତା ମିଳିଲା? ”

Kangana in Boldnessକଙ୍ଗନାଙ୍କ ବୋଲ୍ଡନେସ୍

କଙ୍ଗନା ଆହୁରି କହିଛନ୍ତି ଯେ “ବ୍ରିଟିଶ୍‌ ଆଉ କଂଗ୍ରେସ୍‌ ଯେଉଁମାନେ ବିଭାଜନ ରେଖା ଟାଣିବାରେ ରାଜିଥିଲେ, ବିଭାଜନ ପରେ ହୋଇଥିବା ନରସଂହାର ପାଇଁ କ’ଣ ସେମାନେ ଦାୟୀ ନୁହନ୍ତି କି? ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ତରଫରୁ ୧୯୪୮ ଅପ୍ରିଲ୍ ୨୮ରେ ବ୍ରିଟିଶ ସମ୍ରାଟ୍‌ଙ୍କୁ ଏକ ପତ୍ର ଲେଖାଯାଇଥିଲା। ଏଥିରେ ଭାରତର ଗଭର୍ଣ୍ଣର ଜେନେରାଲ୍‌ ଭାବେ ପଶ୍ଚିମ ବଙ୍ଗଳାରେ ତତ୍କାଳୀନ ଗଭର୍ଣ୍ଣର ନିଯୁକ୍ତି ପାଇଁ ବ୍ରିଟିସ୍ ସ୍ୱୀକୃତି ପାଇଁ ଅନୁରୋଧ କରାଯାଇଥିଲା। ଯଦି ଏଭଳି ଚିଠିର ପ୍ରମାଣ ଅଛି ତେବେ ଆପଣ କ’ଣ ସ୍ୱୀକାର କରୁଛନ୍ତି ଯେ ଇଂରେଜଙ୍କ ଅପରାଧ ପାଇଁ କଂଗ୍ରେସ୍ କେବେ ସେମାନଙ୍କୁ ଦାୟୀ କରିବାକୁ ଚେଷ୍ଟା କରିଥିବ? ତେବେ ଦୟାକରି କୁହନ୍ତୁ ମୋ କହିବା କିପରି ଭୁଲ୍ ହେଇଗଲା।”

ଏହି ପୋଷ୍ଟ୍‌ର ଶେଷରେ କଙ୍ଗନା କହିଛନ୍ତି ଯେ “ସ୍ୱତନ୍ତ୍ର ଭାରତ ପାଇଁ ଜୀବନ ଦେଇଥିବା ଆମ ସ୍ୱାଧୀନତା ସଂଗ୍ରାମୀମାନକୁ କ’ଣ ଜଣାଥିଲା ଯେ ବ୍ରିଟିଶ ଆଉ ଆମ ରାଷ୍ଟ୍ର ନିର୍ମାତାମାନେ ଅବିଭାଜିତ ଭାରତକୁ ଦୁଇ ଭାଗରେ ବାଣ୍ଟିଦେବେ, ଯାହାର ପରିଣାମସ୍ୱରୂପ ୧୦ଲକ୍ଷ ଲୋକଙ୍କ ନରସଂହାର ହେବ? ଶେଷରେ ମୁଁ ଏହା କହି ମୋର କଥା ସମାପ୍ତ କରିବି ଯେ ଯଦି ଆମେ ଭାରତରେ କରାଯାଇଥିବା ଅସଂଖ୍ୟ ଅପରାଧ ପାଇଁ ଇଂରେଜମାନଙ୍କୁ ଦାୟି କରିଲୁ ନାହିଁ ତେବେ ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅନାଦର କରୁଛୁ। ଜୟ ହିନ୍ଦ୍।”

Kangana Ranaut Bollywood
Advertisment
Advertisment