/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745549216.jpg)
Odisha Police Allowance
ବଢ଼ିଲା ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା । ରାଜ୍ୟ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି ହୋଇଛି । କନଷ୍ଟେବଳଙ୍କଠାରୁ ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ଦୁଇଗୁଣା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪,୩୦୦ ଟଙ୍କାରୁ ୮,୬୦୦ ଟଙ୍କାକୁ ବଢ଼ାଇଛନ୍ତି । SI ଏବଂ ASIଙ୍କ ପୋଷାକ ଭତ୍ତା ୪,୨୦୦ ଟଙ୍କାରୁ ୮,୪୦୦ ଟଙ୍କାକୁ ବଢ଼ିଛି ।
ଅଧିକ ପଢ଼ନ୍ତୁ: ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ
ସେହିପରି ହାବିଲଦାର, କନଷ୍ଟେବଲ ଓ ସିପାହୀଙ୍କ ବାର୍ଷିକ ପୋଷାକ ଭତ୍ତା ୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ଏହାବ୍ୟତୀତ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ପୋଷାକ ଭତ୍ତା ୫ ହଜାର ୯୦୦ ଟଙ୍କାରୁ ୧୧ ହଜାର ୮୦୦ ଟଙ୍କାକୁ ବୃଦ୍ଧି ପାଇଛି ।
କନଷ୍ଟେବଳ, ସିପାହୀଙ୍କ ପାଇଁ ଅତିରିକ୍ତ ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶି ୨୫ ହଜାରକୁ ବଢ଼ିଥିବାବେଳେ ହାବିଲଦାରଙ୍କ ପ୍ରୋତ୍ସାହନ ରାଶି ୩୦ ହଜାର ଟଙ୍କାକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବାକୁ ସରକାର ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ।
- ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି
- ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪୩୦୦ରୁ ୮୬୦୦ ଟଙ୍କାକୁ ବୃଦ୍ଧି
- SI, ASIଙ୍କ ପୋଷାକ ଭତ୍ତା ୮୪୦୦ ଟଙ୍କା ହେଲା
- ହାବିଲଦାର, କନଷ୍ଟେବଲ ଓ ସିପାହୀଙ୍କ ୫ ହଜାରରୁ ୧୦ ହଜାରକୁ ବୃଦ୍ଧି
- ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ୧୧,୮୦୦କୁ ବୃଦ୍ଧି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)