Advertisment

ମାଟ୍ରିକ୍‌ରେ ଆଖିଖୋସା ନମ୍ବରକୁ ନେଇ ଚର୍ଚ୍ଚା; ଓଡ଼ିଆ ଓ ଇଂରାଜୀରେ କେମିତି ଆସିଲା ଶହେରୁ ଶହେ?

ମାତୃଭାଷା ଓଡ଼ିଆ ଓ ଇଂରାଜୀରେ କେମିତି ଆସିଲା ଶହେରୁ ଶହେ ନମ୍ବର...ମହାମାରୀ ପାଇଁ ଧାର୍ଯ୍ୟ ନୂଆ ମୂଲ୍ୟାୟନ ପଦ୍ଧତିକୁ ଦାୟୀ କଲେ ଶିକ୍ଷାବିତ୍...

author-image
Otv Khabar Bureau
Students got full marks in literature subject

Students got full marks in literature subject

ସାହିତ୍ୟରେ ଶହେରୁ ଶହେ । ଇଂରାଜୀରେ ବି ମିଳିଲା ଶହେରୁ ଶହେ । ଏଭଳି ମାର୍କ ରଖିଥିବା ମେଧାବୀ ଛାତ୍ର ହେଲେ ଶିବରାମ ପାତ୍ର ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର । ଛାତ୍ର ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମାତୃଭାଷା, ଇଂରାଜୀ, ହିନ୍ଦୀ ଓ ସୋସିଆଲ୍ ସାଇନ୍ସରେ ଶହେରୁ ଶହେ ମାର୍କ ପାଇଛନ୍ତି । ମୋଟ୍ ୬ଟି ବିଷୟର ସମୁଦାୟ ୬୦୦ ମାର୍କରୁ ସେ ୫୯୮ ମାର୍କ ପାଇଛନ୍ତି ।

Advertisment

କେବଳ ଶିବରାମ ନୁହଁନ୍ତି ଭୁବନେଶ୍ୱର ୟୁନିଟ ୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ପ୍ରତ୍ୟୁଷ କୁମାର ଦାଶ ମଧ୍ୟ ମାତୃଭାଷା ଓ ସଂସ୍କୃତରେ ଶହେରୁ ଶହେ ପାଇଛନ୍ତି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଲାଙ୍ଗୁଏଜ୍ ସବ୍‌ଜେକ୍ଟରେ କିପରି ଜଣେ ଫୁଲ୍ ମାର୍କ ପାଇଲା? ଆଧାର କଣ? ସିବିଏସ୍ଇ ଭଳି ଲାଙ୍ଗୁଏଜ ସବ୍ଜେରେ କୋହଳ ମାର୍କିଂ କରିଛି କି ବୋର୍ଡ? ନା ଇଣ୍ଟରନାଲ୍ ପରୀକ୍ଷା ଓ ଦୁଇଟି ସମେଟିଭ ଆସେସମେଣ୍ଟ ରେଜଲ୍ଟ ୱେଟେଜ୍ ଲାଗି ଏଭଳି ମାର୍କ ମିଳିଲା? ୱେଟେଜ ନିଆଯିବ ସମୟରେ କେବଳ ଅବ୍‌ଜେକଟିଭ୍ ମାର୍କକୁ ଦୁଇଗୁଣା କରିବା ମେଥଡ ଲାଗି ଏଭଳି ସ୍ଥିତି ଉପୁଜିନାହିଁ ତ? ଶିକ୍ଷାବିତଙ୍କ ମତରେ ମହାମାରୀ ପାଇଁ ଲାଗୁ ହୋଇଥିବା ନୂଆ ମୂଲ୍ୟାୟନ ପଦ୍ଧତି ଯୋଗୁଁ ପିଲାଙ୍କୁ ଏଭଳି ମାର୍କ ମିଳିଛି ।

ଅନ୍ୟପଟେ ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୦.୫୫ ପ୍ରତିଶତ ରହିଛି । ଯାହାକି ଛାତ୍ରଛାତ୍ରୀଙ୍କ ଭିତରେ ଶଙ୍କା ବଢାଇଲାଣି । ଭଲ କଲେଜ୍‌ରେ ଏକାଦଶ ଶ୍ରେଣୀ ଲାଗି ସିଟ୍ ମିଳିବ ତ? A1 ଗ୍ରେଡ୍‌ରେ ଅର୍ଥାତ ୯୦ ପ୍ରତିଶତ ଉପରେ ମାର୍କ ରଖି ରାଜ୍ୟର ୮ହଜାର ୧୧୯ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏହାବାଦ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପାଠ ପଢିବା ପାଇଁ ବିଭିନ୍ନ କଲେଜରେ ନାଁ ଲେଖାନ୍ତି ।

Advertisment

ଏଥିପାଇଁ ବିଜେବି, ରମାଦେବୀ, ରେଭେନ୍ସା ଭଳି ଅଗ୍ରଣୀ ସରକାରୀ କଲେଜ୍‌ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି । ସେପଟେ ଉପାନ୍ତ ଅଞ୍ଚଳରେ ଥିବା କଲେଜ୍ ଗୁଡିକରେ ବି ଆଡମିଶନ୍ ନେଇ ସମସ୍ୟା ଦେଖାଦେଇପାରେ । ପିଲାମାନେ ପାଖରେ ଥିବା କଲେଜ୍ରେ ପଢିବା ଲାଗି ଇଚ୍ଛୁକ ଥାନ୍ତ । ହେଲେ କମ୍ ସଂଖ୍ୟକ ସିଟ୍ ଓ ପାସ୍ ହାର ବଢିଥିବାରୁ ପାଖ କଲେଜ ଆଡମିଶନ୍‌ରୁ ବି କେତେକ ଛାତ୍ରଛାତ୍ରୀ ବାଦ ପଡିପାରନ୍ତି । ଏପରିକି ଡ୍ରପ୍ ଆଉଟ ହାର ବଢିବା ଭଳି ସ୍ଥିତି ଉପୁଜିପାରେ । ତେଣୁ କଲେଜ୍ ଗୁ଼ଡିକରେ ସିଟ୍ ବଢାଇବା ଲାଗି ଦାବି ଉଠିଲାଣି । ସେପଟେ ସିଟ୍ ନେଇ କୌଣସି ସମସ୍ୟା ହେବନି ପର୍ଯ୍ୟପ୍ତ ପରିମାଣର ସିଟ୍ ରହିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ତେବେ ରାଜ୍ୟରେ ଥିବା ପ୍ରାୟ ୨ ହଜାର ଜୁନିୟର କଲେଜରେ ମୋଟ୍ ସିଟ୍ ସଂଖ୍ୟା ରହିଛି । ପ୍ରାୟ ୪ଲକ୍ଷ ୪୩ ହଜାର ଏବର୍ଷ କେବଳ ମାଧ୍ୟମିକ ଶିକ୍ଷା ବୋର୍ଡରେ ୫ଲକ୍ଷ ୧୭ହଜାର ୮୪୭ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରିଛନ୍ତି । ଏହାରି ଭିତରୁ କିଛି ବୈଷୟିକ ଶିକ୍ଷାକୁ ମଧ୍ୟ ଯିବେ ତେବେ ସିଟ୍ ଅଭାବ ଦେଖାଗଲେ ସରକାର କିଭଳି ଏହାର ଭରଣା କରୁଛନ୍ତି ତାହା ଦେଖିବା କଥା ।

ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା, ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଓ ଜଗଦୀଶ ଦାସଙ୍କ ରିପୋର୍ଟ

Matric Exam
Advertisment
Advertisment