Advertisment

ରାତି ପାହିଲେ ପରୀକ୍ଷା, ହେଲେ ପିଲାଙ୍କ ପାଇଁ ନାହିଁ ପରୀକ୍ଷା ଖାତା

ଯଦି ପେପରର ଅନ୍ତର୍ଜାତୀୟ ଦର ବୃଦ୍ଧି ପ୍ରଭାବ ଉତ୍କଳ ୟୁନିଭର୍ସିଟି ଉପରେ ପଡିଲା ତେବେ ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକ ଉପରେ ପଡିଲାନି କିପରି?

author-image
Chandan Shishu
Utkal University Examination

Utkal University Examination

ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟରେ ଉତ୍ତର ଖାତା ସଂକଟ। ରାତି ପାହିଲେ ପରୀକ୍ଷା ହେଲେ ଉତ୍ତର ଖାତା ପାଇଁ ବାରଦୁଆର ବୁଲୁଛନ୍ତି କଲେଜ ଅଧ୍ୟକ୍ଷ। ଆମେ କହୁଛୁ- ଉତ୍କଳ ବିଶ୍ୱବିଦ୍ୟାଳୟ କଥା। ଆସନ୍ତାକାଲି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କଲେଜ ଗୁଡିକରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ତିନି ଚତୁର୍ଥ ସେମିଷ୍ଟର ପରୀକ୍ଷା କିନ୍ତୁ କଲେଜଗୁଡିକ ପାଖରେ ଆବଶ୍ୟକ ମୁତାବକ ଉତ୍ତର ଖାତା ନାହିଁ। ଶେଷରେ ଅସହାୟ ହୋଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଏହି ଚିଠି ଲେଖିଛନ୍ତି। ଯେଉଁଥିରେ ଉଲ୍ଲେଖ ଅଛି, ଯେଉଁସବୁ କଲେଜରେ ଉତ୍ତର ଖାତା ନାହିଁ। ସେମାନେ ନିକଟସ୍ଥ କଲେଜଗୁଡିକୁ ଯୋଗାଯୋଗ କରି ଉତ୍ତର ଖାତା ଆଣନ୍ତୁ ନିଜ ଭିତରେ ସହଯୋଗ ମାଧ୍ୟମରେ ପରୀକ୍ଷା ପରିଚାଳନା କରନ୍ତୁ।

Advertisment

ସେପ୍ଟେମ୍ବର ୨୮ ଅର୍ଥାତ ବୁଧବାର ପରଠାରୁ ବିଶ୍ୱବିଦ୍ୟାଳୟ ଖାତା ସଂକଟକୁ ଦୂର କରିବ। ଏନେଇ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ସ୍ପଷ୍ଟୀକରଣ ହେଲା, ଋଷ-ୟୁକ୍ରେନ୍ ଯୁଦ୍ଧ ଲାଗି ପେପର ଦର ତିନିଗୁଣା ବଢିଛି। ଏହାସହ କଞ୍ଚାମାଲ ମଧ୍ୟ ଆସିପାରୁନି ଯେଉଁଥିପାଇଁ ଟେକ୍ସଟ ବୁକ୍ ବ୍ୟୁରୋ ଓ ପ୍ରାଇଭେଟ୍ ଫାର୍ମ, ଖାତା ପ୍ରିଣ୍ଟ କରି ଯୋଗାଇବାରେ ବିଳମ୍ବ କରୁଛନ୍ତି।

ଉତ୍ତର ଖାତା ନିଅଣ୍ଟ ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ କାହିଁକି ନହେବେ? ଯଦି ପେପରର ଅନ୍ତର୍ଜାତୀୟ ଦର ବୃଦ୍ଧି ପ୍ରଭାବ ଉତ୍କଳ ୟୁନିଭର୍ସିଟି ଉପରେ ପଡିଲା ତେବେ ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକ ଉପରେ ପଡିଲାନି କିପରି? ଛାତ୍ରଛାତ୍ରୀମାନେ ପରୀକ୍ଷା ଫି ଦେଉଛନ୍ତି ଯେଉଁଅର୍ଥରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ରସ୍ତୁତ ହୁଏ ଏଭଳି ସ୍ଥିତିରେ ଆର୍ଥିକ ସଙ୍କଟ କଥା ଉଠୁଛି କେମିତି? ଉତ୍ତର ଖାତା ଗଚ୍ଛିତ କାହିଁକି ରଖାଗଲା ନାହିଁ? ସେପଟେ ଉତ୍କଳର ୟୁକ୍ରେନ୍ ଥିଓରୀକୁ କଡା ଭାଷାରେ ନିନ୍ଦା କରିଛନ୍ତି ଶିକ୍ଷାବିତ୍।

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟକୁ ପ୍ରତି ବର୍ଷ ୧୨ ଲକ୍ଷ ଖାତା ଆସିଥାଏ କିନ୍ତୁ ଚଳିତ ବର୍ଷ ମାତ୍ର ୪ ଲକ୍ଷ ଖାତା ଆସିଛି, ଆଉ ୧୨ ଲକ୍ଷ ଖାତା ଖୁବ ଶୀଘ୍ର ଆସିବ ବୋଲି କର୍ତ୍ତୃପକ୍ଷ କହୁଛନ୍ତି ଯାହାବି ହେଉ ଏତେ ବଡ ବିଶ୍ୱବିଦ୍ୟାଳୟ ଲାଗି ଯଦି ଉତ୍ତର ଖାତାର ସଙ୍କଟ ଦେଖାଯାଏ, ତାହାଲେ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବା ସ୍ବାଭାଭିକ।

(ରିପୋର୍ଟ: ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ ଓ ଭୁବନେଶ୍ୱରରୁ ଜଗଦୀଶ ଦାସ

Utkal University Examination
Advertisment
Advertisment