Advertisment

India Pakistan War Lands: ଯୁଦ୍ଧରେ କବ୍ଜା କରିଥିବା ଯେଉଁ ଜାଗା ପାକିସ୍ତାନକୁ ଫେରାଇଥିଲା ଭାରତ, ସେଇ ବାଟେ ଏବେ ପଶୁଛନ୍ତି ଆତଙ୍କୀ

୧୯୪୭ରେ ଭାରତ ବିଭାଜନ ହେବା ପୂର୍ବରୁ ଜମ୍ମୁ ଘାଟିକୁ କାଶ୍ମୀର ଘାଟି ସହ ଯୋଡିବାର ମୁଖ୍ୟ ଘାଟି ରାସ୍ତା ହେଉଛି ହାଜି ପୀର ପାସ୍ । ୧୯୪୮ରେ ପାକିସ୍ତାନ ଏହା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ସହ ପିଓକେକୁ ନିଜ କବ୍ଜାକୁ ନେଇ ଯାଇଥିଲା । ଏହା ପରେ ହାଜିପୀର ପାସ୍ ସବୁ ଦିନ ପାଇଁ ଭାରତ ଲାଗି ବନ୍ଦ ହୋଇ ଯାଇଥିଲା । ସାମରିକ ଦୃଷ୍ଟିକୋଣରୁ ଦେଖିଲେ, ହାଜିପୀର ପାସ ଖୁବ ମହତ୍ୱପୂର୍ଣ୍ଣ ।

author-image
Minati Mishra
ଅଦ୍ୟତନ ହୋଇଛି
ପରିଣତି ଭୋଗୁଛି ଭାରତ

ପରିଣତି ଭୋଗୁଛି ଭାରତ

ପହଲଗାମରେ ପାକ ଆତଙ୍କୀଙ୍କ ନରସଂହାର ସାରା ବିଶ୍ୱକୁ ରକ୍ତାକ୍ତ କରି ଦେଇଛି । ଏ ଦୁଃଖ ସାରା ମାନବଜାତିକୁ ଲାଗିଛି । ଧର୍ମ ନାଁରେ ଏ ପ୍ରକାର ଅମାନୁଷିକତା ଖାଲି ଇସଲାମ ଧର୍ମକୁ କଳଙ୍କିତ କରିନି, ବରଂ ମାନବ ଧର୍ମକୁ ଅପମାନିତ କରିଛି । ଆଜି ପାକ ପ୍ରେରିତ ଆତଙ୍କୀଙ୍କର ଏହି ବର୍ବର କାଣ୍ଡ ଭାରତର ୬୦ ବର୍ଷ ତଳର ଐତିହାସିକ ଭୁଲକୁ ମନେ ପକାଇ ଦେଇଛି ।

Advertisment

ହାଜି ପୀର ଘାଟିର ମହତ୍ୱ

୧୯୪୭ରେ ଭାରତ ବିଭାଜନ ହେବା ପୂର୍ବରୁ ଜମ୍ମୁ ଘାଟିକୁ କାଶ୍ମୀର ଘାଟି ସହ ଯୋଡିବାର ମୁଖ୍ୟ ଘାଟି ରାସ୍ତା ହେଉଛି ହାଜି ପୀର ପାସ୍ । ୧୯୪୮ରେ ପାକିସ୍ତାନ ଏହା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ସହ ପିଓକେକୁ ନିଜ କବ୍ଜାକୁ ନେଇ ଯାଇଥିଲା । ଏହା ପରେ ହାଜି ପୀର ପାସ୍ ସବୁ ଦିନ ପାଇଁ ଭାରତ ଲାଗି ବନ୍ଦ ହୋଇ ଯାଇଥିଲା । ସାମରିକ ଦୃଷ୍ଟିକୋଣରୁ ଦେଖିଲେ, ହାଜିପୀର ପାସ ଖୁବ ମହତ୍ୱପୂର୍ଣ୍ଣ । ଏହି ଘାଟି ରାସ୍ତା ପଞ୍ଜାଲ ପର୍ବତମାଳାରେ ରହିଛି । ଏହା ଜମ୍ମୁ ଓ କାଶ୍ମୀରର ପୁଞ୍ଝକୁ ପିଓକେର ରାୱଲକୋଟ ସହ ସଂଯୋଗ କରିଛି । ଏହା ୨,୬୩୭ ଅର୍ଥାତ ୮ ହଜାର ୬୫୨ ଫୁଟ ଉପରେ ଅବସ୍ଥିତ । ଏହି ଘାଟି ରାସ୍ତା ଦେଇ ପିଓକେ କାଶ୍ମୀର ଘାଟି ଉପରେ ନଜର ରଖିଛି । ଖାଲି ସେତିକି ନୁହେଁ, କାଶ୍ମୀର ଘାଟିକୁ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ପାଇଁ ଏହା ମୁଖ୍ୟ ମାର୍ଗ ପାଲଟିଛି ।

ହାଜି ପୀର ଘାଟି ରାସ୍ତା ଏବେ ସାଜିଛି ଅନୁପ୍ରବେଶର ମାର୍ଗ

ତେବେ ଅନୁତାପର କଥା ହେଉଛି, ୧୯୬୫ ଯୁଦ୍ଧରେ ଏହି ଘାଟି ରାସ୍ତାକୁ ଭାରତ ନିଜ କବଜାକୁ ଆଣିବାରେ ସକ୍ଷମ ହୋଇଥିଲା । ଯଦି ଏହି ଘାଟି ରାସ୍ତା ଆଜି ଭାରତ ପାଖରେ ଥାଆନ୍ତା ପ୍ରତି ମୁହୂର୍ତ୍ତରେ ପାକିସ୍ତାନ ତାର କରିଥିବା କର୍ମ ପାଇଁ ଅନୁତାପ କରୁଥାନ୍ତା । ହେଲେ ଭାରତୀୟ ରାଜନେତାଙ୍କ ଅଦୂରଦର୍ଶିତା ଯୋଗୁ ଯୁଦ୍ଧରେ ମିଳିଥିବା ସଫଳତାକୁ ଶାନ୍ତି ବୁଝାମଣା ଟେବୁଲରେ ହରେଇ ବସିଲା । ଆଜି ୬୦ ବର୍ଷ ତଳର ଏହି ଭୁଲ ପାଇଁ ଭାରତ କାନ୍ଦୁଛି । ଏହି ଭୁଲ ପାଇଁ ଆଜି ଭାରତର ଛାତିରେ ହଜାରେ କ୍ଷତ ସୃଷ୍ଟି ହୋଇଛି । ଏ ମାଟି ଲହୁଲୁହାଣ ହେଉଛି ।

Advertisment

ଯଦି ଏହି ଘାଟି ଆଜି ଭାରତ ହାତରେ ଥାଆନ୍ତା ତେବେ ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ କରାଇ ଆତଙ୍କ ଖେଳାଉଥିବା ପାକିସ୍ତାନର କ୍ଷମତା ଦୁର୍ବଳ ହୋଇ ଯାଇଥାନ୍ତା । ଏହି ରାସ୍ତା ଯୋଗୁ ପୁଞ୍ଝ ଏବଂ ଉରୀ ମଧ୍ୟରେ ସଡକ ପଥର ଦୂରତା ୨୮୨ରୁ ହ୍ରାସ ପାଇ ୫୬ କିମି ହୋଇଥାନ୍ତା । ଫଳରେ ଭାରତକୁ ଜମ୍ମୁ-କଶ୍ମୀର ଘାଟି ମଧ୍ୟରେ ଯୋଗାଯୋଗ ରଖିବା ସହଜ ହୋଇ ପାରିଥାନ୍ତା । ବ୍ୟାବସାୟିକ ଯୋଗାଯୋଗ ବୃଦ୍ଧି ପାଇଥାନ୍ତା । ସେନାର ଶକ୍ତି ବୃଦ୍ଧି ହୋଇଥାନ୍ତା ।

ହାଜି ପୀର ଘାଟିକୁ ନିଜ କବଜାକୁ ନେଇଥିଲା ଭାରତ

୧୯୬୫ ଅଗଷ୍ଟ ୧୫ ତାରିଖରେ ଭାରତୀୟ ସେନା ଯୁଦ୍ଧ ବିରତି ରେଖା ବା ସିଏଫଏଲ ପାର ହୋଇ ତିନୋଟି ପାହାଡି ଇଲାକକୁ ନିଜ କବ୍ଜାକୁ ନେଇ ଆସିଥିଲା । ଏହା ପରେ ହାଜି ପୀର ଘାଟିକୁ କବ୍ଜାକୁ ନେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । କାରଣ ପାକ କବ୍ଜାରେ ଥିବା ଏହି ରାସ୍ତା ଦେଇ ପାକ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରୁଥିଲେ । ଏହି ଅପରେଶନର କୋଡ ନେମ ଥିଲା ‘ଅପରେଶନ ବକ୍ସି’ । ହାଜି ପୀର ପାସ କବ୍ଜା କରିବା ଦାୟିତ୍ୱ ୧୯ ଇନଫାଣ୍ଟ୍ରି ଡିଭିଜନକୁ ଦିଆ ଯାଇଥିଲା । ଏହାର ନେତୃତ୍ୱ ନେଇଥିଲେ ମେଜର ଜେନରାଲ ଏସଏସ କଲାଂ । ୬୮ ଇନଫ୍ୟାଣ୍ଟ୍ରି ବ୍ରିଗ୍ରେଡର କୋର ରିଜର୍ବର ନେତୃତ୍ୱ ବ୍ରିଗେଡିୟର ଜେଡସୀ ବକ୍ସୀ ନେଇଥିଲେ । ଭାରତୀୟ ସେନା ସେହିବର୍ଷ ଅଗଷ୍ଟ ୨୮ ତାରିଖରେ ହାଜି ପୀର ପାସକୁ ନିଜ କବ୍ଜାକୁ ଆଣିଥିଲେ । ପାକିସ୍ତାନ ସେନା ଅଗଷ୍ଟ ୨୯ରେ ପୁଣି ଏହି ପାସକୁ ନିଜ କବଜାକୁ ନେବାକୁ ଚେଷ୍ଟା କରିଥିଲା କିନ୍ତୁ ବିଫଳ ହୋଇଥିଲା ।

ତାସକେଣ୍ଡ ବୁଝାମଣାରେ ସବୁ ହରେଇଲା ଭାରତ

ହେଲେ ବିଡମ୍ବନାର ବିଷୟ ଥିଲା, ପାକିସ୍ତାନ ଯୁଦ୍ଧ ମୈଦାନରେ ଯାହା କରିପାରି ନଥିଲା ଆଲୋଚନାର ଟେବୁଲ ଉପରେ ତାହା କରିପାରି ଥିଲା । ୧୯୬୬ ଜାନୁଆରୀ ୧୦ ତାରିଖରେ ହୋଇଥିଲା ତାସକେଣ୍ଡ ବୁଝାମଣା । ଏହି ବୁଝାମଣା ଅନୁସାରେ, ଭାରତ-ପାକିସ୍ତାନ ସେନାକୁ ୧୯୬୫ ଅଗଷ୍ଟ ୫ ତାରିଖ ପୂର୍ବର ସ୍ଥିତିକୁ ଫେରି ଆସିବାର ଥିଲା । ଯାହାଫଳରେ ଭାରତକୁ ହାଜି ପୀର ରାସ୍ତାକୁ ଫେରାଇବାକୁ ପଡିଥିଲା । ସେତେବେଳକୁ ଭାରତ ହାଜିପୀର ଘାଟି ସମେତ ୧୯୨୦ ବର୍ଗ କିଲୋମିଟର ପାକିସ୍ତାନୀ ଇଲାକା ନିଜ କବ୍ଜାକୁ ନେଇ ସାରିଥିଲା । ପାକିସ୍ତାନ ପାଖରେ ଥିଲା ମାତ୍ର ୫୫୦ ବର୍ଗ କିଲୋମଟରର ଭାରତୀୟ କ୍ଷେତ୍ର । ଏହା ମଧ୍ୟରେ ମୁଖ୍ୟତଃ ଥିଲା ସିନ୍ଧ ପ୍ରାନ୍ତ ସମ୍ମୁଖ ମରୁଭୂମି ଇଲାକା ଏବଂ ଅଖନୁରର ଛଂବ । ଚାରିଗୁଣା ଅଧିକ ପାକିସ୍ତାନୀ ଜମିକୁ ନିଜ କବ୍ଜାରେ ରଖି ମଧ୍ୟ ଭାରତକୁ ତାସକେଣ୍ଟ ଚୁକ୍ତିରେ କୌଣସି ଲାଭ ମିଳି ନ ଥିଲା ।

ଭାରତର ଏହି ଉଦାରବାଦୀ ଚିନ୍ତାଧାରା ଯୋଗୁ ଆଜି ପସ୍ତେଇବାକୁ ପଡୁଛି । ହାଜି ପୀର ପାସ୍ କବ୍ଜା ମିଶନର ନାୟକ ଲେଫ୍ଟନାଣ୍ଟ ଜେନରାଲ ରଣଜିତ ସିଂହ ଦୟାଲ ୨୦୦୨ରେ ଏକ ସାକ୍ଷାତକାରରେ କହିଥିଲେ, ଏହି ଘାଟି ଭାରତ ପାଇଁ ନିଶ୍ଚିତ ସାମରିକ ବଳ ଯୋଗାଇଥାନ୍ତା । ଏହାକୁ ଫେରାଇ ଦେବା ଭାରତର ଐତିହାସିକ ଭୁଲ ଥିଲା ।’ ଏହି ଅପରେଶନରେ ରଣଜିତ ସିଂହ ଦୟାଲଙ୍କୁ ତାଙ୍କର ବୀରତା ପାଇଁ ମହାବୀର ଚକ୍ରରେ ସମ୍ମାନିତ କରା ଯାଇଥିଲା ।

ପୁଣି ୧୯୭୧ରେ ୧୫, ୦୧୦ ବର୍ଗ କିମି ନିଜ କବ୍ଜାକୁ ଆଣିଥିଲା ଭାରତ

ଏ ତ ଗଲା ୧୯୬୫ ଯୁଦ୍ଧ କଥା । ଏହି ଚୁକ୍ତିନାମାରୁ ବି ଭାରତକୁ ଉପଯୁକ୍ତ ଶିକ୍ଷା ମିଳି ନଥିଲା । ୧୯୭୧ ରେ ପୁଣି ସମାନ ଘଟଣାର ପୁନରାବୃତ୍ତି ଘଟିଲା । ୧୯୭୧ରେ ଭାରତୀୟ ସେନାର ଦୁଇଟି ମୋର୍ଚ୍ଚା ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଗୋଟିଏ ଏବର ପାକିସ୍ତାନ ବିରୋଧରେ, ଅନ୍ୟଟି ପୂର୍ବ ପାକିସ୍ତାନ ଯାହା ଏବେ ବାଂଲାଦେଶ ଅଛି , ତା ସପକ୍ଷରେ । ଭାରତୀୟ ସେନା ପାକିସ୍ତାନର ପାଖାପାଖି ୧୫, ୦୧୦ ବର୍ଗ କିମି ଭୂମି (୫,୭୯୫ ବର୍ଗ ମାଇଲ) ନିଜ କବ୍ଜାକୁ ନେଇ ଆସିଥିଲା । ୯୦ ହଜାରରୁ ଅଧିକ ପାକ୍ ସେନାକୁ ବନ୍ଦୀ କରିଥିଲା । ଏହି ଯୁଦ୍ଧରେ ଭାରତକୁ ଯେପରି ବଡ ଧରଣର ବିଜୟ ମିଳିଥିଲା ସେହି ଅନୁସାରେ ଜମି ଓ ସେନା ହସ୍ତାନ୍ତର ବଦଳରେ ଭାରତ ବଡ ଧରଣର ସଉଦା କରିପାରିଥାନ୍ତା । ଏପରିକି କତାର ପୁର କରିଡର ନିଜ କବ୍ଜାକୁ ଆଣି ପାରିଥାନ୍ତା । କାରଣ ଭାରତୀୟ ସେନା ପଞ୍ଜାବ ପ୍ରାନ୍ତର ଶକରଗଢ ତହସିଲ ନିଜ କବଜାକୁ ଆଣି ପାରିଥିଲେ ।

ହେଲେ ଭାରତ ସେପରି କିଛି କରି ନ ଥିଲା । ବରଂ ୧୯୭୧ ଯୁଦ୍ଧରେ ପାକିସ୍ତାନ ପରାଜିତ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲି ଭୁଟ୍ଟୋ ୧୯୭୨ରେ ଶିମଳା ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ଆସିଥିଲେ । ବୁଝାମଣା ଅନୁସାରେ ଭାରତ ପାକିସ୍ତାନକୁ ସମସ୍ତ ଯୁଦ୍ଧବନ୍ଦୀଙ୍କୁ ହସ୍ତାନ୍ତର କରିଥିଲା । ଏଥିସହିତ ସମସ୍ତ ଭୂମି ଯାହା ଯୁଦ୍ଧ କରି ଅକ୍ତିଆର କରିଥିଲା ତାହା ମଧ୍ୟ ଫେରାଇ ଦେଇଥିଲା । ଯେଉଁ ଭୂମି ଫେରାଇଥିଲା ଆଜି ସେହି ବାଟ ଦେଇ ପାକିସ୍ତାନୀ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରୁଛନ୍ତି । ୧୯୭୧ ଯୁଦ୍ଧରେ ପାକିସ୍ତାନ ଭିତରେ ପଶି ଭାରତୀୟ ସେନା ଅଧିକାରୀ କରିଥିବା ଜାଗା ଗୁଡିକ ହେଉଛି-

-ପାକିସ୍ତାନର ପଞ୍ଜାବ ପ୍ରାନ୍ତର ଶକରଗଢ ତହସିଲ

-ରାଜସ୍ଥାନ ସୀମାକୁ ଲାଗିଥିଲା କିଛି ଗୁରୁତ୍ୱପୂର୍ଣ୍ଣ ଇଲାକା

-ପାକ ଅଧିକୃତ କାଶ୍ମୀରର ବାଲ୍ଟିସ୍ଥାନ କ୍ଷେତ୍ରର ତିନି ମହତ୍ୱପୂର୍ଣ୍ଣ ଗାଁ

-୧୯୭୧ ଡିସେମ୍ବର ୧୩ରେ ଅଧିକାର କରିଥିଲା ନୁବ୍ରା ଘାଟିର ତୁରତୁକ ଗାଁ

ଶିମଳା ଚୁକ୍ତିନାମା ପରେ ଭାରତ ସଦଭାବନା ଦେଖାଇ ପାକିସ୍ତାନକୁ ଏ ସମସ୍ତ ଜମି ଫେରାଇ ଦେଇଥିଲା । ତଥାପି ପାକିସ୍ତାନ ସଦଭାବନା ଦେଖାଇବା ଦୂରେ ଥାଉ, ଭାରତ ଭୂମିରେ ପଶି ବର୍ବର କାଣ୍ଡ ଘଟାଉଛି । ଆଉ ସେଥିପାଇଁ ଭାରତ ଆଜି ଅତୀତର ଭୁଲ ପାଇଁ ପଶ୍ଚାତାପ କରୁଛି ।

Indo-Pak War 1971 India-Pak War Pakistan Sponsors Terrorism
Advertisment
Advertisment