Advertisment

Odia Widow Pension Struggle: ହଜାରେ ଟଙ୍କାର ଭତ୍ତା ପାଇବାକୁ ଖର୍ଚ୍ଚ କରୁଛନ୍ତି ୫ ଶହ, ଯାଉଛନ୍ତି ୬୦ କି.ମି.

ଗୋବିନ୍ଦପୁର ପଞ୍ଚାୟତ କଇଠପଦା ଗାଁର ବଗି ଶବର। ବୟସ ପାଖାପାଖି ୭୦ ହେଲାଣି। ୧୦ ବର୍ଷ ପୂର୍ବରୁ ସ୍ୱାମୀ ସୁରତନା ଶବରଙ୍କ ସହ ଆର.ଉଦୟଗିରି ବ୍ଲକ୍ ଛେଲାଗଡ ପଞ୍ଚାୟତରେ ରହୁଥିଲେ ବଗି। ସ୍ୱାମୀଙ୍କ ମୃତ୍ୟୁ ପରେ ସେଠାରେ ବିଧବା ଭତ୍ତା ପାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
pension-money

pension-money

ହଜାରେ ଟଙ୍କା ଭତ୍ତା ପାଇଁ ୫ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ବୃଦ୍ଧା। ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରୁ ସାମ୍ନାକୁ ଆସିଛି ଏଭଳି ଘଟଣା।

Advertisment

ଗୋବିନ୍ଦପୁର ପଞ୍ଚାୟତ କଇଠପଦା ଗାଁର ବଗି ଶବର। ବୟସ ପାଖାପାଖି ୭୦ ହେଲାଣି। ୧୦ ବର୍ଷ ପୂର୍ବରୁ ସ୍ୱାମୀ ସୁରତନା ଶବରଙ୍କ ସହ ଆର.ଉଦୟଗିରି ବ୍ଲକ୍ ଛେଲାଗଡ ପଞ୍ଚାୟତରେ ରହୁଥିଲେ ବଗି। ସ୍ୱାମୀଙ୍କ ମୃତ୍ୟୁ ପରେ ସେଠାରେ ବିଧବା ଭତ୍ତା ପାଉଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ବଗି ନିଜ ପୁଅ ମାନଙ୍କ ପାଖରେ ଆଶ୍ରୟ ନେବାକୁ ଗାଁକୁ ଆସିଲେ।

ଅଧିକ ପଢ଼ନ୍ତୁ: 'ପହଲଗାମ୍‌ ପୀଡିତଙ୍କୁ ନିଶ୍ଚୟ ନ୍ୟାୟ ମିଳିବ, ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯିବ'; ଭରସା ଦେଲେ ମୋଦି

Advertisment

ହେଲେ ପୁଅମାନେ ମାଆକୁ ପଚାରୁ ନାହାନ୍ତି। ଦୀର୍ଘ ୮ ବର୍ଷ ହେଲାଣି ବଗି ନିଜ ଗାଁରେ ରହି ଆସୁଛନ୍ତି। ସେ ଗୋବିନ୍ଦପୁର ପଞ୍ଚାୟତରେ ଚାଉଳ ପାଉଥିବା ବେଳେ ଭତ୍ତା ପାଇଁ ୬୦ କିମି ଦୂର ଆର. ଉଦୟଗିରି ବ୍ଲକ୍ ଛେଲାଗଡ ପଞ୍ଚାୟତକୁ ଯାଉଛନ୍ତି। ହଜାରେ ଟଙ୍କା ପାଇବା ପାଇଁ ୫ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ବଗି। ଅନ୍ୟପକ୍ଷରେ ଦରଖାସ୍ତ କଲେ ଆସନ୍ତା ମାସରୁ ସେ ଗୋବିନ୍ଦପୁର ପଞ୍ଚାୟତରୁ ଭତ୍ତା ପାଇବେ ବୋଲି କହିଛନ୍ତି ମୋହନା ବିଡିଓ ରାଜୀବ ଦାସ।

ବଗି ଶବର କହିଛନ୍ତି, ଭତ୍ତା ପାଇଁ ଏତେ ବାଟ ଯିବାକୁ ପଡ଼ୁଛି। ସେଥିପାଇଁ ୫୦୦ରୁ ୬୦୦ ଟଙ୍କା ଖର୍ଚ୍ଚ ହେଉଛି। ଗାଁ ପାଖରେ ଭତ୍ତା ମିଳିଲେ ସୁବିଧା ହୁଅନ୍ତା।

ଅଧିକ ପଢ଼ନ୍ତୁ: ପ୍ରଶାନ୍ତଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ ପଣ୍ଡା

Gajapati
Advertisment
Advertisment