Advertisment

India Bans Pakistani YouTube Channels: ବଡ଼ ଆକ୍ସନ ନେଲା ଭାରତ; ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ

ଶୋଏବ ଅଖତର, ଆର୍‌ଜୁ କାଜ୍‌ମୀ, ସୟଦ ମୁଜାମ୍ମିଲ ଶାହ, ସମା ଟିଭି, ଏରି ନ୍ୟୁଜ୍‌, ଜିଓ ନ୍ୟୁଜ୍‌ ଓ ଡନ୍‌ ନ୍ୟୁଜ୍‌ ଚ୍ୟାନେଲ ବ୍ୟାନ ହୋଇଛି। ମିଥ୍ୟା ଖବର ପ୍ରସାରଣ କରିବା ନେଇ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି। ପହଲଗାମ ହମଲା ପରେ ବିଭ୍ରାନ୍ତି କର ଖବର ପ୍ରକାଶ କରୁଥିଲେ ଏହି ଚ୍ୟାନେଲ।

author-image
Tapaswini Nayak
ଅଦ୍ୟତନ ହୋଇଛି
Pakistan

Pakistan

ପୁଣି ପାକିସ୍ତାନ ଉପରେ ବଡ଼ ଆକ୍ସନ ନେଲା ଭାରତ। କଲା ଡିଜିଟାଲ ଷ୍ଟ୍ରାଇକ। ଭାରତରେ ଥିବା ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି ଭାରତ। ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି ଭାରତ ସରକାର।

Advertisment

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

ଶୋଏବ ଅଖତର, ଆର୍‌ଜୁ କାଜ୍‌ମୀ, ସୟଦ ମୁଜାମ୍ମିଲ ଶାହ, ସମା ଟିଭି, ଏରି ନ୍ୟୁଜ୍‌, ଜିଓ ନ୍ୟୁଜ୍‌ ଓ ଡନ୍‌ ନ୍ୟୁଜ୍‌ ସମେତ ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରାଯାଇଛି। ମିଥ୍ୟା ଖବର ପ୍ରସାରଣ କରିବା ନେଇ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି। ପହଲଗାମ ହମଲା ପରେ ବିଭ୍ରାନ୍ତି କର ଖବର ପ୍ରକାଶ କରୁଥିଲେ ଏହି ସବୁ ଚ୍ୟାନେଲ।    

ଉଲ୍ଲେଖଯୋଗ୍ୟ, ପୂର୍ବରୁ ପାକିସ୍ତାନର ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କରିଥିଲା ଭାରତ। ଏଥିସହ ସିନ୍ଧୁ ନଦୀ ଚୁକ୍ତିକୁ ବାତିଲ କରିଥିଲା ଭାରତ। ଫଳରେ ପାଣି ଟୋପେ ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ପାକିସ୍ତାନୀ। ଏଥିସହ ଶନିବାର ବିନା କୌଣସି ସୂଚନାରେ ଝେଲମ ନଦୀ ପାଣି ଛାଡ଼ିବା ଫଳରେ  ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦ ନିକଟରେ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି।

Advertisment

ପାକିସ୍ତାନର ଛକୋଟି ବର୍ଡରରୁ ମୁଜାଫରାବାଦ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । କିଛି ଗାଁ ପୂରା ପାଣି ଘେରରେ ରହିଛି । ଲୋକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜାରି ରହିଛି । ମୁଜାଫରାବାଦ୍ ଅଞ୍ଚଳରେ ୨୦ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି। ପାକିସ୍ତାନର ହାତିଆନ୍ ବାଲା ଜିଲ୍ଲାରେ ଜରୁରୀକାଳୀନ ଆଲର୍ଟ ଜାରି ହୋଇଛି।

ଅଧିକ ପଢ଼ନ୍ତୁ: ଖୋଜି ଖୋଜି ଟାର୍ଗେଟ୍‌,୧୦ ଆତଙ୍କବାଦୀଙ୍କ ଘର ସ୍ୱାହା

Pakistan YouTube Channel Pahalgam Attack
Advertisment
Advertisment