Advertisment

India-Pakistan Tensions: 'ବିନା ନାଗରିକତାରେ ଭାରତରେ ବିବାହ କରିଛନ୍ତି ୫ ଲକ୍ଷରୁ ଅଧିକ ପାକିସ୍ତାନୀ ଯୁବତୀ'

ଭାରତରେ ବିବାହ କରିଥିବା ପାକିସ୍ତାନୀ ମହିଳା ମାନେ ଭାରତ ଛାଡ଼ିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଘଟଣା ସାମ୍ନାକୁ ଆସିବାରେ ଲାଗିଥିଲା। ଏହାରି ଭିତରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡ଼ିଆ 'ଏକ୍ସ' ମାଧ୍ୟମରେ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି ।

author-image
Deviprasad Jena
ଅଦ୍ୟତନ ହୋଇଛି
ବଡ଼ ଦାବିକଲେ ବିଜେପି ସାଂସଦ ।

ବଡ଼ ଦାବିକଲେ ବିଜେପି ସାଂସଦ ।

ପହଲଗାମ୍‌ ନରସଂହାର ପରେ ଭାରତ ନେଇଛି କଡ଼ା ପଦକ୍ଷେପ । ପାକିସ୍ତାନକୁ ଜବତ କରିବା ପାଇଁ କଠୋର ହୋଇଛି ଭାରତ । CCS ବୈଠକ ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ୍‌ କରି ବଡ଼ ଘୋଷଣା କରିଥିଲେ ।

Advertisment

ଏହାପରେ ତୁରନ୍ତ ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କରିଥିଲା ଭାରତ । ତେବେ ଏହାରି ଭିତରେ ଅନେକ ପାକିସ୍ତାନ ମହିଳା ଭାରତରେ ବିବାହ କରି ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବିନା ବୈଧ ଭିସାରେ ରହୁଥିବା ଘଟଣା ସାମ୍ନାକୁ ଆସିଥିଲା ।

ଏମିତିକି ଭାରତରେ ବିବାହ କରିଥିବା ପାକିସ୍ତାନୀ ମହିଳା ମାନେ ଭାରତ ଛାଡ଼ିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଘଟଣା ସାମ୍ନାକୁ ଆସିବାରେ ଲାଗିଥିଲା । ଏହାରି ଭିତରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡ଼ିଆ 'ଏକ୍ସ' ମାଧ୍ୟମରେ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି ।

Advertisment

ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, 'ପାକିସ୍ତାନୀ ଆତଙ୍କବାଦର ଏକ ନୂତନ ଚେହେରା ଏବେ ସାମ୍ନାକୁ ଆସିଛି । ପାଞ୍ଚ ଲକ୍ଷରୁ ଅଧିକ ପାକିସ୍ତାନୀ ଝିଅ ବିବାହ କରିବା ପରେ ଭାରତରେ ରହୁଛନ୍ତି । ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଭାରତୀୟ ନାଗରିକତା ମିଳିନାହିଁ ।' ଏହାସହ ଭିତରେ ପ୍ରବେଶ କରିଥିବା ଏହି ଶତ୍ରୁମାନଙ୍କ ସହିତ କିପରି ଲଢ଼ିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ପାକିସ୍ତାନୀ ନାଗରିକଙ୍କ ଭାରତ ଛାଡିବା ପାଇଁ ଦିଆଯାଇଥିବା ସମୟ ଶେଷ ହେବା ପରେ ଦୁବେ ଏଭଳି ମନ୍ତବ୍ୟ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୫ ରୁ ୨୭ ମଧ୍ୟରେ ପ୍ରାୟ ୫୩୦ ଜଣ ପାକିସ୍ତାନୀ ନାଗରିକ ଅଟାରୀ ଚେକ୍ ପୋଷ୍ଟ ଦେଇ ପାକିସ୍ତାନ ଫେରିଛନ୍ତି ।

ଅପରପକ୍ଷେ ୭୪୪ ଜଣ ଭାରତୀୟ ନାଗରିକ ୱାଘା ଦେଇ ପାକିସ୍ତାନରୁ ଭାରତ ଫେରିଛନ୍ତି । ଜମ୍ମୁ-କଶ୍ମୀରର ପହଲଗାମରେ ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ।

ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଛି ଏବଂ ଅନେକ କଠୋର ପଦକ୍ଷେପ ନେଇଛି । ଦୁଇ ଦେଶ ମଧ୍ୟରେ ଜଳସମ୍ପଦ ବଣ୍ଟନ ପାଇଁ ଏକ ଐତିହାସିକ ଚୁକ୍ତିନାମା, ସିନ୍ଧୁ ଜଳ ଚୁକ୍ତିନାମାକୁ ସରକାର ସ୍ଥଗିତ ରଖିଛନ୍ତି । ଏହା ବ୍ୟତୀତ ଭାରତ ୨୭ ଏପ୍ରିଲ ସୁଦ୍ଧା ସ୍ବଳ୍ପକାଳୀନ ଭିସାରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ।

ଏହା ପରେ, ଭାରତ ଆସିଥିବା ପାକିସ୍ତାନୀ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରାଯାଇଥିଲା ଏବଂ ଦେଶର ବିଭିନ୍ନ ରାଜ୍ୟରୁ ସେମାନଙ୍କୁ ଚିହ୍ନଟ କରିବା ପରେ ପାକିସ୍ତାନ ପଠାଯାଇଥିଲା ।

ଅଧିକ ପଢ଼ନ୍ତୁ : ଯୁଦ୍ଧରେ କବ୍ଜା କରିଥିବା ଯେଉଁ ଜାଗା ପାକିସ୍ତାନକୁ ଫେରାଇଥିଲା ଭାରତ, ସେଇ ବାଟେ ଏବେ ପଶୁଛନ୍ତି ଆତଙ୍କୀ

BJP MP India And Pakistan Pahalgam Terrorist Attack Pahalgam Attack
Advertisment
Advertisment