• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବୋର୍ଡ ଓ କାଉନସିଲ୍ ପକ୍ଷରୁ ଚାଲିଥିବା ପରୀକ୍ଷା ସୂଚୀ ଅପରିବର୍ତ୍ତିତ

  • ଅସହ୍ୟ ଖରାକୁ ନଜରରେ ରଖି ପାଞ୍ଚଦିନ ପାଇଁ ଛୁଟି ଘୋଷଣା ହୋଇଥିଲା

ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍ ଟାଇମ୍ । ସକାଳୁଆ ସ୍କୁଲ୍ ସମୟରେ ଗତକାଲି ପୁଣି ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଗ୍ରୀଷ୍ମ ପ୍ରବାହକୁ ଦେଖି ବର୍ତ୍ତମାନ ଛୁଟିଥିବା ବେଳେ ଆସନ୍ତା ମେ ୨ ତାରିଖରୁ ସ୍କୁଲ ଖୋଲିବ । ଏହିଦିନ ଠାରୁ ସକାଳ ୬ଟାରୁ ରୁ ୯ଟା ପର୍ଯ୍ୟନ୍ତ ପିଲା ସ୍କୁଲିରେ ପାଠପଢ଼ିବେ । ଏନେଇ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ ବୋର୍ଡ ଓ କାଉନସିଲ୍ ପକ୍ଷରୁ ଜାରି ରହିଥିବା ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିଛି । ଅର୍ଥାତ ଏଥିରେ କୌଣସି ସମୟ ପରିବର୍ତ୍ତନ କରାଯାଇନାହିଁ

ଏହା ସହିତ କେମିତି ପାଠପଢ଼ା ହେବ, ତାର ଗାଇଡଲାଇନ୍ ଜାରି କରାଯାଇଛି । ପୂର୍ବ ପାଠ ଗୁଡ଼ିକର ରିଭିଜନକୁ ଏଥିରେ ଦିଆଯାଇଛି ଗୁରୁତ୍ୱ । ଫାଉଣ୍ଡେସନାଲ ଲିଟେରାସି ଆଣ୍ଡ ନ୍ୟୁମେରାସି ଦ୍ୱାରା ପ୍ରସ୍ତୁତ ବହି ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ପଢ଼ାଯିବ । ସେହିପରି ଚତୁର୍ଥ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ପଢ଼ାଯିବ ଲର୍ଣ୍ଣିଂ ଏନହାନସେମଣ୍ଟ ପ୍ରୋଗ୍ରାମ ଦ୍ୱାରା ପ୍ରସ୍ତୁତ ବହି । ନିର୍ଦ୍ଦିଷ୍ଟ ଦିନରେ ନିର୍ଦ୍ଦିଷ୍ଟ ବିଷୟର ନିର୍ଦ୍ଦିଷ୍ଟ ପାଠ ପଢ଼ାଯିବ ।

ତୃତୀୟରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ପାଇଁ ସ୍ୱତନ୍ତ୍ର ଭାବେ ଆକ୍ଟିଭିଟି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଏହାକୁ ଅନୁସରଣ କରି ପାଠ ପଢ଼ାଯିବ । ସବୁ ସ୍କୁଲକୁ ଏହା ଦିଆଯାଇଛି । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପ୍ରତିଦିନ ୩ଟି ପିରିୟଡ ପଢ଼ାଯିବ । ଗୋଟିଏ ପିରିୟଡର ସମୟ ହେଲା ୫୦ ମିନିଟ । ସେହିପରି ଷଷ୍ଠରୁ ଅଷ୍ଟମର ପିଲାଙ୍କ ପାଇଁ ହେବ ୪ଟି ପିରିୟଡ । ପ୍ରତ୍ୟେକ ପିରିୟଡର ସମୟ ରହିବ ୪୫ ମିନିଟ ।