Advertisment

ନ୍ୟାୟ ପାଇଁ ଶ୍ୱଶୂର ଘର ସାମ୍ନାରେ ଆଉ ଜଣେ ତପସ୍ୱିନୀ

ବାପଘର ଲୋକଙ୍କ ପକ୍ଷରୁ ବୁଝାମଣା ପାଇଁ ପୂର୍ବରୁ ଚେଷ୍ଟା କରାଯାଇଥିଲା।

author-image
Chandan Shishu
Martial Dispute

Martial Dispute

ନ୍ୟାୟ ପାଇଁ ଶ୍ୱଶୂର ଘର ସାମ୍ନାରେ ଆଉ ଜଣେ ତପସ୍ୱିନୀ। ଡହଡହ ଖରାରେ ଶ୍ୱଶୂର ଘର ଆଗରେ ଧାରଣା ଦେଇଛନ୍ତି ଗଜପତି ପାରଳାଖେମୁଣ୍ଡି ସହର କଲେଜ ରୋଡ୍ ସାହିର ମନୀଷା। ଶଶ୍ୱର ଘର ପକ୍ଷରୁ ହଟାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ମନୀଷାଙ୍କ ଗୋଟିଏ ଜିଦ୍ ନ୍ୟାୟ ମିଳିବା ଯାଏ ସେ ଉଠିବେ ନାହିଁ । ଅଭିଯୋଗ ନୁହେଁ ବରଂ ସେ ସ୍ବାମୀଙ୍କ ଶାଶୂଘରେ ରହିବାକୁ ଚାହୁଛନ୍ତି ବୋଲି କହିଛନ୍ତି ମନୀଷା।

Advertisment

୨୦୧୬ରେ ପାରଳାଖେମୁଣ୍ଡିର ଏସ ଜଗନ୍ନାଥ ରାଜୁଙ୍କ ପୁଅ ଚୈତନ୍ୟଙ୍କୁ ବିବାହ କରିଥିଲେ। ମାତ୍ର ବିବାହ ପରେ ଆରମ୍ଭ କରିଦେଇଥିଲେ ଯୌତୁକ ନିର୍ଯାତନା  ପରେ ୨୦୧୭ରେ ଘରକୁ ଜୋରଜବରଦସ୍ତ କାଢି ଦେଇଥିବା ଅଭିଯୋଗ କରିଛନ୍ତି ମନୀକ୍ଷା।

ବାପଘର ଲୋକଙ୍କ ପକ୍ଷରୁ ବୁଝାମଣା ପାଇଁ ପୂର୍ବରୁ ଚେଷ୍ଟା କରାଯାଇଥିଲା। ହେଲେ ସମାଧାନର ବାଟ ବାହାରିନଥିଲା। ଏବେ ମନୀଷାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ, ସେ ନିଜ ଭାଇ ପାଖରେ ଆନ୍ଧ୍ରର ବିଜୟନଗରମ ଜିଲ୍ଲାରେ ରହିଆସୁଛନ୍ତି। ଏବେ ଯାଏଁ କୌଣସି ସମଧାନ ନହେବାରୁ ଶ୍ୱଶୂର ଘର ସାମନାରେ ଧାରଣା ଦେଇଛନ୍ତି ମନୀଷା।

Advertisment
Advertisment
Advertisment