• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପାକିସ୍ତାନ ଅଧିକୃତ କାଶ୍ମୀର ବା POKରେ ଆକ୍ଟିଭ ଅଛି ୪୨ ଟେରରିଷ୍ଟ ଲଞ୍ଚ ପ୍ୟାଡ୍ । ପହଲଗାମ୍ ଆକ୍ରମଣ ପରେ ପିଓକେରେ ୪୨ ଆତଙ୍କୀ ଲଞ୍ଚ ପ୍ୟାଡ୍ ଠାବ କରିଛି ଭାରତୀୟ ସେନା । ଗୁଇନ୍ଦା ସୂଚନା ଅନୁଯାୟୀ ଏହି ୪୨ଟି ଲଞ୍ଚପ୍ୟାଡ ଏବେ କାର୍ଯ୍ୟକ୍ଷମ ରହିଛି ଓ ଏଠାରେ ପ୍ରାୟ ୧୩୦ ଆତଙ୍କବାଦୀ ଥିବା ମଧ୍ୟ ସୂଚନା ମିଳିଛି । ଏନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେନା ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି ।

Also Read

ଅଧିକ ପଢ଼ନ୍ତୁ: ପହଲଗାମ୍‌ ହମ୍‌ଲା ଭିତରେ ମିସାଇଲ୍ ପରୀକ୍ଷଣ କରିବ ପାକିସ୍ତାନ !

ତେବେ ଏହି ସବୁ ଟେରର କ୍ୟାଂପ ଉପରେ ସେନା ଓ ଗୁଇନ୍ଦା ସଂସ୍ଥା ପକ୍ଷରୁ ତୀକ୍ଷ୍ମ ନଜର ରଖାଯାଇଛି । ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସୂଚନା ଦେବା ସହ କ’ଣ ଆକ୍ସନ ହୋଇପାରେ ସେନେଇ ମଧ୍ୟ ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇସାରିଛି । ସେହିପରି ପିଓକେର ବିଭିନ୍ନ କ୍ୟାଂପରେ ୧୫୦ରୁ ୨୦୦ ତାଲିମ ପ୍ରାପ୍ତ ଆତଙ୍କବାଦୀ କାଶ୍ମୀରରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ଥିବା ମଧ୍ୟ ଗୁଇନ୍ଦା ସୂଚନା ମିଳିଛି । ଏହାକୁ କାଉଣ୍ଟର ପାଇଁ ସେନା ପକ୍ଷରୁ କଡ଼ା ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି । ପାକିସ୍ତାନ ସେନା ପକ୍ଷରୁ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ସହଯୋଗ କରାଯାଉଥିବା ମଧ୍ୟ ସୂଚନା ମିଳିଛି । ସେପଟେ ଭାରତ ପକ୍ଷରୁ ଆକ୍ସନ ଭୟରେ ପାକିସ୍ତାନ ଛାନିଆ ହୋଇଯାଇଛି ।