Advertisment

Terrorist Attack in Pahalgam: କୁନି ପୁଅ କହିଲା ପହଲଗାମ୍‌ କାହାଣୀ...ମୁଣ୍ଡରେ କ୍ୟାମେରା ବାନ୍ଧି ଆସିଲେ, ହିନ୍ଦୁଙ୍କୁ ଅଲଗା କରି ଗୁଳି ମାରିଲେ

୨ ଜଣ ଆତଙ୍କବାଦୀ ଆସି କିଏ ହିନ୍ଦୁ, କିଏ ମୁସଲମାନ ବୋଲି ପଚାରିଥିଲେ । ଏହାପରେ ୩ ଥର କଲାମ ବୋଲିବାକୁ କହିଥିଲେ । ଆଉ ଯିଏ କଲାମ ବୋଲିପାରିନଥିଲେ ସେମାନଙ୍କୁ ଆତଙ୍କବାଦୀମାନେ ଫାୟାରିଂ କରିଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
କୁନି ପୁଅ କହିଲା ପହଲଗାମ୍‌ କାହାଣୀ

କୁନି ପୁଅ କହିଲା ପହଲଗାମ୍‌ କାହାଣୀ

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ପୂରା ଦେଶ ଏବେ ସ୍ତବ୍ଧ । କେହି କିଛି ବୁଝିବା ଆଗରୁ ଆତଙ୍କୀଙ୍କ ଗୁଳିରେ ଚାଲିଯାଇଥିଲା ୨୬ ନିରୀହଙ୍କ ଜୀବନ । ଆଉ ପହଲଗାମ୍‌ ଆକ୍ରମଣ ପରେ ଏବେ ଆକ୍ସନ ମୁଡ୍‌ରେ ଭାରତ । ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛି ଭାରତ । ତେବେ ଏହାରି ମଧ୍ୟରେ ଏପ୍ରିଲ୍‌ ୨୨ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣେ ମୃତକଙ୍କ କୁନି ପୁଅ ବର୍ଣ୍ଣନା କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: POKରେ ଆକ୍ଟିଭ ଅଛି ୪୨ ଟେରରିଷ୍ଟ ଲଞ୍ଚ ପ୍ୟାଡ୍, ଆକ୍ସନ ପାଇଁ ପ୍ରସ୍ତୁତ ହୋଇସାରିଲାଣି ଷ୍ଟ୍ରାଟେଜି

ପହଲଗାମ୍‌ ଆକ୍ରମଣରେ ପ୍ରାଣ ହରାଇଥିବା ସୁରଟର ଶୈଲେଶ କଲଥିଆଙ୍କ ପାଞ୍ଚ ବର୍ଷର ପୁଅ ନକ୍ସ କଲଥିଆ ପହଲଗାମର ଛାତି ଥରା କାହାଣୀ କହିଛନ୍ତି । କୁନି ପୁଅ ପହଲଗାମ୍‌ ଛାତି ଥରା ଦୃଶ୍ୟର ଘଟଣାବଳୀ ଗଣମାଧ୍ୟମ ସାମ୍ନାରେ ଗୋଟି ଗୋଟି କରି ବଖାଣିଛନ୍ତି । ବାପାଙ୍କୁ ଆତଙ୍କୀ ମାନେ ଗୁଳି କରି ହତ୍ୟା କଲେ ବୋଲି କହିଛନ୍ତି ପାଞ୍ଚ ବର୍ଷର କୁନି ପୁଅ । କୁନିପୁଅ ଜଣଙ୍କ କହିଛନ୍ତି, ବାପା, ମାଆଙ୍କ ସହ ଆମେ ଦୁଇ ଭାଇଭଉଣୀ ବୁଲିବାକୁ ଯାଇଥିଲୁ । ମିନି ସ୍ୱିଜରଲାଣ୍ଡ ଅନୁଭୂତି ନେଇ ଫେରିବା ଆଶା ଥିଲା । ଆମେ ସେଠାରେ ମାତ୍ର ୧୦-୧୫ ମିନିଟ୍ ରହିଲୁ । ଯେତେବେଳେ ଆମକୁ ଭୋକ ଲାଗିଲା, ଆମେ ଖାଇବା ଆରମ୍ଭ କଲୁ। ତା'ପରେ ଆମେ ଗୁଳି ଫୁଟିବାର ଶବ୍ଦ ଶୁଣିଲୁ, ଆମେ ଭାବିଲୁ କିଛି ଘଟିଛି। ଯେତେବେଳେ ଆମେ ରେଷ୍ଟୁରାଣ୍ଟ ମାଲିକଙ୍କୁ ପଚାରିଲୁ, ସେ ମଧ୍ୟ କିଛି ଜାଣି ନଥିଲେ। ଗୁଳି ଶବ୍ଦ ଶୁଣି ଆମେ ଜାଣିପାରିଲୁ ଯେ ଆତଙ୍କବାଦୀମାନେ ଅଞ୍ଚଳରେ ପ୍ରବେଶ କରିଛନ୍ତି, ତେଣୁ ଆମେ ଲୁଚି ରହିଲୁ। କିନ୍ତୁ, ସେମାନେ ଆମକୁ ପାଇଗଲେ । ଆମେ ଦୁଇଜଣ ଆତଙ୍କବାଦୀଙ୍କୁ ଦେଖିଲୁ । ପିଲାଟି କହିଲା ଯେ ଏହି ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ କହୁଥିଲା ଯେ ମୁସଲମାନ ଓ ହିନ୍ଦୁମାନେ ଅଲଗା ହୋଇଯାଅ । ପରେ ସମସ୍ତ ହିନ୍ଦୁ ପୁରୁଷଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ବୋଲି ସେ କହିଥିଲେ ।

Advertisment

ସେ ଆହୁରି କହିଛନ୍ତି, ୨ ଜଣ ଆତଙ୍କବାଦୀ ଆସି କିଏ ହିନ୍ଦୁ, କିଏ ମୁସଲମାନ ବୋଲି ପଚାରିଥିଲେ । ଏହାପରେ ୩ ଥର କଲାମ ବୋଲିବାକୁ କହିଥିଲେ । ଆଉ ଯିଏ କଲାମ ବୋଲିପାରିନଥିଲେ ସେମାନଙ୍କୁ ଆତଙ୍କବାଦୀମାନେ ଫାୟାରିଂ କରିଥିଲେ । ସେମାନେ ମୋ ବାପାଙ୍କୁ କଥା ହେବାକୁ ଦେଉ ନଥିଲେ । ସେ ସବୁଠାରୁ ଆଗରେ ଥିଲେ, କେତେବେଳେ ତାଙ୍କୁ ଗୁଳି ବାଜିଲା ​​ମୁଁ ଦେଖିପାରିଲି ନାହିଁ । ମୁଁ ୨ ଜଣ ଆତଙ୍କବାଦୀଙ୍କୁ ଦେଖିଛି । ସେମାନେ ମୁସଲିମ୍ କ୍ୟାପ୍‌ ପିନ୍ଧିଥିଲେ । ମୁଣ୍ଡ କ୍ୟାପ୍‌ରେ କ୍ୟାମେରା ଲାଗିଥିଲା । ଲୋକଙ୍କୁ ଫାୟାରିଂ କରିବା ସହ ଏହି ସମୟର ଭିଡିଓ ସୁଟିଂ କରୁଥିଲେ । କେବଳ ପୁରୁଷ ଲୋକଙ୍କୁ ଗୁଳି କରି ହତ୍ୟା କରୁଥିଲେ । ମହିଳା ଓ ପିଲାଙ୍କୁ ନ ମାରି ଛାଡ଼ି ଦେଉଥିଲେ ବୋଲି ପାଞ୍ଚ ବର୍ଷର କୁନି ପୁଅ ଜଣଙ୍କ କହିଥିଲେ ।

India Pahalgam Terrorist Attack Pahalgam Attack
Advertisment
Advertisment