Advertisment

Palghar Man Killed Wife: ସନ୍ଦେହରେ ଆରମ୍ଭ ହତ୍ୟାରେ ଶେଷ, ପଥରରେ ଛେଚି ସ୍ତ୍ରୀକୁ ମାରିଲା ସ୍ୱାମୀ

ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିବା ପରେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ତେବେ ଏହାପରେ ସମ୍ପୃକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ ।

author-image
Deviprasad Jena
ଅଦ୍ୟତନ ହୋଇଛି
Husband Killed Wife

Husband Killed Wife

ପତି ପତ୍ନୀ ସମ୍ପର୍କକୁ କ୍ଷଣିକରେ ଶେଷ କରିଦିଏ ସନ୍ଦେହ । ଦମ୍ପତିଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ଅନ୍ୟ ଉପରେ ସନ୍ଦେହ କଲେ ପାରିବାରିକ ଜୀବନରେ ଆରମ୍ଭ ହୋଇଯାଏ ଝଡ଼ । ଏହି ଝଡ଼ ଅନେକ ସମୟରେ ଛାଡ଼ପତ୍ର ଯାଏଁ ପହଞ୍ଚିଥାଏ । କିନ୍ତୁ, ଏଭଳି ଘଟଣାକୁ ନେଇ ଏବେ ବୃଦ୍ଧି ପାଉଛି ଅପରାଧ ।

Advertisment

କେଉଁଠି ପତ୍ନୀ ନୃଶଂସତାର ସୀମା ଟପି ସ୍ବାମୀକୁ ହତ୍ୟା କରୁଛି ତ ପୁଣି କେଉଁଠି ସ୍ୱାମୀ ସବୁ କିଛି ଭୁଲି ଯାଇ ପତ୍ନୀକୁ ହତ୍ୟା କରୁଛି । ଏଭଳି ଅପରାଧ ସାରା ଦେଶରେ ବଢ଼ିବାରେ ଲାଗିଛି । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ । ଜଣେ ୫୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ସନ୍ଦେହ କରି ପଥରରେ ଛେଚି ହତ୍ୟା କରିଛି ।

ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିବା ପରେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ତେବେ ଏହାପରେ ସମ୍ପୃକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ । ମଙ୍ଗଳବାର ବିରାର ଅଞ୍ଚଳର ନରେଶ ପାଟିଲ ୱାଡିରେ ଏକ ଫାର୍ମହାଉସରେ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା । ମୃତଦେହ ନିକଟରେ ରକ୍ତ ଲାଗିଥିବା ଏକ ପଥର ପଡ଼ିଥିଲା । ଏହାପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।

Advertisment

ମହିଳା ଜଣଙ୍କ ପଡିଥିବା ଦେଖି କିଛି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିବା ବରିଷ୍ଠ ପୋଲିସ ଇନ୍ସପେକ୍ଟର ଶାହୁରାଜ ରାନାଭାରେ କହିଛନ୍ତି । ତଦନ୍ତ ସମୟରେ, ପୋଲିସ ମହିଳାଙ୍କୁ ଚିହ୍ନଟ କରିଥିଲା । ମୃତ ମହିଳା ଜଣକ ୫୦ ବର୍ଷ ବୟସର ବୋଲି ଜାଣିବାକୁ ପାଇଥିଲା ପୋଲିସ । ସେ ବିରାରର ଫୁଲପାଡା ରୋଡ ନିକଟସ୍ଥ ନାଗ୍ୟା କାଟକାରୀ ପଡାର ବାସିନ୍ଦା ଥିଲେ । ଏହାପରେ ପୋଲିସ ତନାଘନା ଆରମ୍ଭ କରିବା ସହିତ ପରିବାର ସଦସ୍ୟଙ୍କୁ ପଚରାଉଚରା ଆରମ୍ଭ କରିଦେଇଥିଲା । ଜେରା ସମୟରେ ମହିଳାଙ୍କ ସ୍ୱାମୀଙ୍କ ବୟାନକୁ ନେଇ ପୋଲିସର ସନ୍ଦେହ ହୋଇଥିଲା ।

ଅଧିକ ପଢ଼ନ୍ତୁ: ପୁଣି ଅନୈତିକ ପ୍ରେମ, ସ୍ୱାମୀକୁ ମର୍ଡର...ମଦ ବୋତଲ ଭୁସି ମାରିଲା ସ୍ତ୍ରୀ

ଏହାପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଧିକ ପଚରାଉଚରା କରିଥିଲା । ତେବେ ଜେରା ସମୟରେ ସମ୍ପୃକ୍ତ ବ୍ୟକ୍ତି ନିଜର ଦୋଷ ସ୍ୱୀକାର କରିଥିଲେ । ସେ ପୋଲିସକୁ କହିଥିଲେ ଯେ ସେ ତାଙ୍କ ସ୍ତ୍ରୀଙ୍କୁ ଅନ୍ୟ ଜଣେ ପୁରୁଷ ସହ ସମ୍ପର୍କରେ ଥିବାର ସନ୍ଦେହ କରୁଥିଲେ । ଫଳରେ ସେମାନଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା ।

ମହିଳା ଜଣଙ୍କ ସୋମବାର ରାତିରେ ଘରୁ ବାହାରି ଯାଇଥିଲେ । କିନ୍ତୁ, ଘରକୁ ଫେରି ନଥିଲେ। ତାଙ୍କ ସ୍ୱାମୀ ତାଙ୍କୁ ଖୋଜିବାକୁ ଯାଇ ନରେଶ ପାଟିଲ ୱାଡି ଅଞ୍ଚଳର ଏକ ଫାର୍ମରେ ଶୋଇଥିବା ଅବସ୍ଥାରେ ଦେଖିଥିଲେ । ଏହି ସମୟରେ ଦମ୍ପତିଙ୍କ ମଧ୍ୟରେ ତୀବ୍ର ଝଗଡ଼ା ହୋଇଥିଲା । ଏମିତିକି ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ଘରକୁ ଫେରିବାକୁ ମନା କରିଥିଲେ ।

କ୍ରୋଧରେ, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ପାଖରେ ପଡ଼ିଥିବା ଏକ ଭାରୀ ପଥର ଉଠାଇ ତାଙ୍କ ସ୍ତ୍ରୀଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ ।ଏହାପରେ ସେ ଘରକୁ ଫେରି ଯାଇଥିଲେ । ଏଥିରେ ମହିଳା ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।

ପୋଲିସ ବୁଧବାର ସ୍ବାମୀକୁ ଗିରଫ କରି ତାଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩(୧) (ହତ୍ୟା) ଅନୁଯାୟୀ ଏକ ମାମଲା ରୁଜୁ କରିଛି ।

ଅଧିକ ପଢ଼ନ୍ତୁ: ବ୍ଲୁ ଡ୍ରମ୍ ପରେ ଏବେ ସୁଟ୍‌କେଶରୁ ବାହାରିଲା ସ୍ୱାମୀର ଶବ...

Maharashtra Extra Marital Affair Crime News Husband Killed Wife Husband Kills Wife
Advertisment
Advertisment