/odishatv-khabar/media/post_attachments/uploadimage/library/16_9/16_9_0/Arrest_1745496970.jpg)
Arrest
INSର ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ସ୍କାମ୍ ଅଭିଯୋଗ ହୋଇଛି । ଏହି ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଖୋର୍ଦ୍ଧା ଏସପି ସାଗରିକା ନାଥ । ଅଗ୍ନିବୀର ନିଯୁକ୍ତିରେ ଏହି ଅଭିଯୁକ୍ତମାନେ ଦୁର୍ନୀତି କରୁଥିଲେ । ତେଣୁ ନୌବାହିନୀର ୫ ଅଧିକାରୀଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ୍ । ପୋଲିସ୍ ୧୨ଟି ବ୍ୟାଙ୍କ ଆକାଉଣ୍ଟ ଓ ବହୁ ମୋବାଇଲ୍ ଫୋନ୍ ସିଜ୍ କରିଛି । ଏମାନଙ୍କ ଠକେଇର ଷ୍ଟାଇଲ୍ ଥିଲା ଅଲଗା ପ୍ରକାରର । ଅଗ୍ନିବୀର ପଦବୀ ପାଇଁ ହେଉଥିବା ନିଯୁକ୍ତି ସହ ଏମାନେ ସଂପୃକ୍ତ ଥିଲେ ।
କେଉଁ କେଉଁ ପିଲା ସିଲେକ୍ଟ ହେଉଛନ୍ତି, ତାହା ଏମାନେ ଆଗରୁ ଜାଣିଯାଉଥିଲେ । ଏହି ପିଲାମାନଙ୍କୁ ସେମାନେ ଫୋନରେ ଯୋଗାଯୋଗ କରୁଥିଲେ । ତୁମେ ଟଙ୍କା ଦେଲେ ତୁମର ଚାକିରି ହୋଇଯିବ ବୋଲି କହୁଥିଲେ ।
ଚାକିରି ଆଶାୟୀଙ୍କ ଠାରୁ ଏମାନେ ଏହି ଭଳି ଟଙ୍କା ଆଦାୟ କରୁଥିଲେ । କାହା ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ତ ଗରିବ ପିଲାଙ୍କ ଠାରୁ କମ୍ ଟଙ୍କା ଆଦାୟ କରୁଥିଲେ । ବାସ୍ତବରେ ଏମାନେ ସିଲେକ୍ସନରେ କିଛି ହେରଫେର୍ କରୁନଥିଲେ । କିନ୍ତୁ କୃତକାର୍ଯ୍ୟ ହୋଇଥିବା ପିଲାଙ୍କ ଠାରୁ ନିଯୁକ୍ତି ପୂର୍ବରୁ ଟଙ୍କା ଆଦାୟ କରୁଥିଲେ । କେବଳ ଓଡ଼ିଶାର INS ଚିଲିକା ନୁହେଁ ଆଣ୍ଡାମାନର INS କେଶରୀର ଅଧିକାରୀ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ।
ଅଧିକ ପଢ଼ନ୍ତୁ: ସନ୍ଦେହରେ ଆରମ୍ଭ ହତ୍ୟାରେ ଶେଷ, ପଥରରେ ଛେଚି ସ୍ତ୍ରୀକୁ ମାରିଲା ସ୍ୱାମୀ
ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ INS ଚିଲିକାର ଓ ୨ ଜଣ INS କେଶରୀର କର୍ମଚାରୀ । ସେମାନଙ୍କୁ ଫୋନ୍ କରି ଟଙ୍କା ଦେଲେ ଚାକିରି ହୋଇଯିବ ବୋଲି କହୁଥିଲେ । ଟଙ୍କା ଦେଲେ ଚାକିରି ପକ୍କା ବୋଲି ଆଶାୟୀମାନଙ୍କୁ କହୁଥିଲେ । ହ୍ୱାଟସଆପ୍ ଗ୍ରୁପ କରି ଟଙ୍କା ଆଦାୟ କରୁଥିଲେ ।
ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ, କେତେକ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠାଯାଇଛି । ଗତ ୧୯ ତାରିଖରେ ରୁଜୁ ହୋଇଥିବା ଏକ କେଶର ତଦନ୍ତ ବେଳେ ଏହା ଜଣାପଡିଛି । ନିର୍ଦ୍ଦିଷ୍ଟ ଭାବେ କେତେଜଣ ଚାକିରି ଆଶାୟୀ ଠକାମିର ଶିକାର ହୋଇଛନ୍ତି, ତାହା ଜଣାପଡିନାହିଁ । ଏଥିରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କୁ ମଧ୍ୟ ପୋଲିସ୍ ଗିରଫ କରିବ ବୋଲି କହିଛନ୍ତି ଏସପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)