ଆମେ ଅନେକ ସମୟରେ ପୋଲିସ ଏନକାଉଣ୍ଟର କରିଥିବା ଖବର ପଢିଥାଉ। ଅଭିଯୁକ୍ତ ଖସି ପଳାଉଥିବା ବେଳେ ପୋଲିସ ତାକୁ ଗୁଳି ଚଳାଇଥାଏ। ପରବର୍ତ୍ତୀ ସମୟରେ ତାକୁ ହେପାଜତକୁ ନେଇ ତଦନ୍ତ କରିଥାଏ। ନିକଟରେ ଉତ୍ତରପ୍ରଦେଶ ବାହରାଇଚ ଜିଲ୍ଲାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ହିଂସାକାଣ୍ଡ ଘଟଣାରେ ପୋଲିସ ଏନକାଉଣ୍ଟର କରିଛି। ହିଂସାରେ ହତ୍ୟା ଅଭିଯୋଗରେ ସରଫରାଜ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗୁଳିର ଶିକାର ହୋଇଛି। ତେବେ ଆପଣ ଜାଣନ୍ତି କି ଏନକାଉଣ୍ଟରର ପ୍ରୋଟୋକଲ୍ କ’ଣ ଏବଂ ଏଥିରେ ଗୁଳି କେଉଁ ଜାଗାକୁ ଚଳାଯାଏ ?
ଭାରତରେ ପୋଲିସ ଦୁଇଟି ଉପାୟରେ ଏନକାଉଣ୍ଟର କରିଥାଏ। ପ୍ରଥମେ, ଯେତେବେଳେ ଜଣେ ଅପରାଧୀ ପୋଲିସ କିମ୍ବା ସୁରକ୍ଷା ବାହିନୀର ହେପାଜତରୁ ଖସିଯିବାକୁ ଚେଷ୍ଟା କରେ । ଏଭଳି ପରିସ୍ଥିତିରେ ପୋଲିସ ତାଙ୍କୁ ଧରିବା ପାଇଁ ଏନକାଉଣ୍ଟର କରିଥାଏ। ଦ୍ୱିତୀୟ ଉପାୟ ହେଉଛି ଯେତେବେଳେ ପୋଲିସ ଜଣେ ଅପରାଧୀଙ୍କୁ ଗିରଫ କରିବାକୁ ଯାଏ ଏବଂ ଏପରି ପରିସ୍ଥିତିରେ ଅପରାଧୀ ଗିରଫଦାରୀକୁ ଏଡ଼ାଇବା ପାଇଁ ପୋଲିସ ଉପରେ ଆକ୍ରମଣ କରେ । ଏଭଳି ପରିସ୍ଥିତିରେ ପୋଲିସ ଏନକାଉଣ୍ଟର କରିଥାଏ।
Also Read
ଭାରତର ସମ୍ବିଧାନରେ ଏନକାଉଣ୍ଟର ବିଷୟରେ କିଛି ଉଲ୍ଲେଖ ନାହିଁ। କିନ୍ତୁ ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ଶବ୍ଦ ବ୍ୟବହାର କରନ୍ତି। ଯେତେବେଳେ ଅପରାଧୀ ଏବଂ ଆତଙ୍କବାଦୀ ପୋଲିସ କିମ୍ବା ସୁରକ୍ଷା ବାହିନୀର ହେପାଜତରୁ ଖସିଯିବାକୁ ଚେଷ୍ଟା କରେ ସେତେବେଳେ ଏନକାଉଣ୍ଟର କରାଯାଏ। ତେଣୁ ପ୍ରଥମେ ପୋଲିସ ତାକୁ ଚେତାବନୀ ଦେଇଥାଏ। ତଥାପି ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କଲେ ପୋଲିସ ଏନକାଉଣ୍ଟର କରିଥାଏ।
ତେଣୁ ଏଭଳି ପରିସ୍ଥିତିରେ ପୋଲିସ ଏବଂ ସୁରକ୍ଷା ବାହିନୀ ତାଙ୍କୁ ଗୋଡରେ ଗୁଳି ଚଳାଇବେ ଯେପରି ସେ ପଳାଇ ପାରିବ ନାହିଁ। କିନ୍ତୁ ଯଦି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଏ, ଗୋଡ଼ ବ୍ୟତୀତ ଶରୀରର ଯେକୌଣସି ଅଙ୍ଗ ଉପରକୁ ପୋଲିସ ଗୁଳି ଚାଳନା କରିପାରେ। ଏପରି ଏନକାଉଣ୍ଟରରେ ଅପରାଧୀର ମୃତ୍ୟୁ ବି ହୋଇଥାଏ। CrPC ର ଧାରା ୪୦ ଅନୁଯାୟୀ, ଏହା ନିଶ୍ଚିତ କରାଯାଇଛି ଯେ ଯଦି କୌଣସି ଅପରାଧୀ ଗିରଫଦାରୀକୁ ଏଡ଼ାଇବା ପାଇଁ ଖସିଯିବାକୁ ଚେଷ୍ଟା କରେ , କିମ୍ବା ପୋଲିସ ହେପାଜତରୁ ଖସି ପଳାଏ ଅଥବା ପୋଲିସ ଉପରେ ଆକ୍ରମଣ କରେ ତେବେ ଏନକାଉଣ୍ଟର କରାଯାଇପାରିବ।