Advertisment

Digha Jagnnath Temple Controversy: ବଢ଼ିଲା ମମତା ବାନାର୍ଜୀଙ୍କ ଅଡ଼ୁଆ, ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା କହିଲେ...

ବଢ଼ିଲା ମମତା ବାନାର୍ଜୀଙ୍କ ଅଡ଼ୁଆ । ଦୀଘାରେ ଜଗନ୍ନାଥଙ୍କ ମନ୍ଦିର ଗଢ଼ି 'ଜଗନ୍ନାଥ ଧାମ' ନାଁ ଦେଇ ଅଡ଼ୁଆରେ ପଡ଼ିଯାଇଛନ୍ତି ମମତା । ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।

author-image
Deviprasad Jena
ଅଦ୍ୟତନ ହୋଇଛି
'ନିମ୍ନ ସ୍ତରକୁ ଖସିଛନ୍ତି ପଶ୍ଚିମବଙ୍ଗ ସରକାର ।'

'ନିମ୍ନ ସ୍ତରକୁ ଖସିଛନ୍ତି ପଶ୍ଚିମବଙ୍ଗ ସରକାର ।'

ଦୀଘାରେ ଜଗନ୍ନାଥଙ୍କ ମନ୍ଦିର ଗଢ଼ି 'ଜଗନ୍ନାଥ ଧାମ' ନାଁ ଦେଇ ଅଡ଼ୁଆରେ ପଡ଼ିଯାଇଛନ୍ତି ମମତା । ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ସେ ବଳକା ନବକଳେବର ଦାରୁ ବ୍ୟବହାର ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ ବୋଲି କହିଛନ୍ତି ।

Advertisment

ସେ ଆହୁରି କହିଛନ୍ତି 'ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବେ ଉପସ୍ଥାପନ କରି ପଶ୍ଚିମବଙ୍ଗ ସରକାର ନିମ୍ନସ୍ତରକୁ ଖସି ଯାଇଛନ୍ତି ।' ଭକ୍ତଙ୍କୁ ଭ୍ରମିତ କରିବାକୁ ପଶ୍ଚିମବଙ୍ଗ ସରକାର ଏପରି କରିଛନ୍ତି ବୋଲି ସୋସିାଅଲ ମିଡିଆରେ ପୋଷ୍ଟ କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ।

ଏହା ସହ ପଶ୍ଚିମବଙ୍ଗ ସରକାରଙ୍କ ଦୋମୁହାଁ ନୀତିର ପର୍ଦ୍ଦାଫାସ ହେବା ଉଚିତ୍ ବୋଲି କହିଛନ୍ତି ଶୁଭେନ୍ଦୁ । ସେ ଆହୁରି କହିଛନ୍ତି, 'ସାରା ଭାରତ ଓ ବିଶ୍ବରେ ଜଗନ୍ନାଥଙ୍କ ମନ୍ଦିର ରହିଛି, ସେଗୁଡ଼ିକ ଧାମ ନୁହନ୍ତି । ରାମକୃଷ୍ଣ ଦାସମହାପାତ୍ରଙ୍କ ଭୂମିକା ଉପରେ ବିଚାର ଆବଶ୍ୟକ । ତାଙ୍କ କାର୍ଯ୍ୟ ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ ଆଣିଛି । ସେ ପଦବୀର ଅବବ୍ୟବହାର କରି ଭକ୍ତଙ୍କ ବିଶ୍ବାସକୁ କ୍ଷୁର୍ଣ୍ଣ କରିଛନ୍ତି ।' 

Advertisment

ଅଧିକ ପଢ଼ନ୍ତୁ: ଦୀଘା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଗୁନୀ; କହିଲେ, ଦୀଘାକୁ ଜଗନ୍ନାଥ ଧାମ କହିବା ଉଚିତ ନୁହେଁ

ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ବିବାଦ । ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରରେ ବସିଥିବା ବିଗ୍ରହ ନବକଳେବର ସମୟର ବଳକା ଦାରୁରେ ନିର୍ମାଣ ହୋଇଥିବା ନେଇ ଖୋଦ୍ ଦଇତାପତି ନିଯୋଗ ସଂପାଦକ କହିଥିଲେ । ପରେ ତାକୁ ନିଜେ ଖଣ୍ଡନ କରିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା ।

ଏମିତିକି ତାଙ୍କର ବିଭ୍ରାନ୍ତିପୂର୍ଣ୍ଣ କଥାକୁ ନେଇ ଶ୍ରୀମନ୍ଦିର ଦାରୁଗୃହର ସୁରକ୍ଷା ନେଇ ବି ସନ୍ଦେହ ଉପୁଜିବା ପରେ ଆକ୍ସନ ମୋଡ୍‌କୁ ଆସିଥିଲେ ରାଜ୍ୟ ସରକାର । ଗତକାଲି ନୋଟିସ ପରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଆଜି ପଚରାଉଚରା କରାଯାଇଛି । ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ବଳକା ଦାରୁ ବାବଦରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଚରାଉଚରା କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଏହାସହ ଦଇତାପତି ନିଯୋଗ ସଭାପତିଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ତେବେ ଏହି ବିବାଦୀୟ ଘଟଣା କେଉଁ ଦିଗକୁ ଗତି କରୁଛି, ତାହା ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ: ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଓଲଟିଲା ଡମ୍ପର, ଚାଲିଗଲା ୨ ଡ୍ରାଇଭରଙ୍କ ଜୀବନ

Jagannath Temple Odisha Government Suvendu Adhikari West Bengal Mamata Banerjee
Advertisment
Advertisment