Advertisment

ଭଗବାନ ଯେବେ ଦିଅନ୍ତି ଛପର ଫାଡ଼ି...ଫିଟିଲା ଏମିତି ଲଟେରୀ, ୨୫ ବର୍ଷ ଯାଏ ମିଳିବ ମାସକୁ ୫ ଲକ୍ଷ

ଦୁବାଇରେ କାମ କରୁଥିବା ଜଣେ ଭାରତୀୟ ଆର୍କିଟେକ୍ଟ ଏକ ନୂଆ ମେଗା ପ୍ରାଇଜ୍‌ର ପ୍ରଥମ ବିଜେତା ହୋଇଛନ୍ତି। ସବୁଠାରୁ ବଡ଼ କଥା, ଲଟେରୀ ଜିତିବା ପରେ ୨୫ ବର୍ଷ ଯାଏ ତାଙ୍କୁ ପ୍ରତି ମାସରେ ୫.୫ ଲକ୍ଷ ଟଙ୍କା ମିଳିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UP man bags mega prize in dubai

UP man bags mega prize in dubai

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। କେତେବେଳେ କାହା ଭାଗ୍ୟରେ ଲକ୍ଷ୍ନୀ ପ୍ରସନ୍ନ ହେବେ, ତାହା କେହିବି କହିପାରିବେ ନାହିଁ। ଆଉ ରାତାରାତି ବଦଳି ଯାଏ ଭାଗ୍ୟ। ଏମିତି କିଛି ଘଟିଛି ଭାରତର ଜଣେ ଆର୍କିଟେକ୍ଟଙ୍କ ସହ। ଦୁବାଇରେ କାମ କରୁଥିବା ଜଣେ ଭାରତୀୟ ଆର୍କିଟେକ୍ଟ ଏକ ନୂଆ ମେଗା ପ୍ରାଇଜ୍‌ର ପ୍ରଥମ ବିଜେତା ହୋଇଛନ୍ତି। ସବୁଠାରୁ ବଡ଼ କଥା, ଲଟେରୀ ଜିତିବା ପରେ ୨୫ ବର୍ଷ ଯାଏ ତାଙ୍କୁ ପ୍ରତି ମାସରେ ୫.୫ ଲକ୍ଷ ଟଙ୍କା ମିଳିବ। ସାଧାରଣତଃ ଲଟେରୀ ଜିତିଲେ ଏକାଥରେ ଲଟେରୀ  ଟଙ୍କା ମିଳିଥାଏ। ହେଲେ ଏହି ଆର୍କିଟେକ୍ଟଙ୍କୁ ଏକାଥରେ ନୁହେଁ ବରଂ ପ୍ରତି ମାସରେ ୫ ଲକ୍ଷରୁ ଅଧିକ ଟଙ୍କା, ଯାହାକି ୨୫ ବର୍ଷ ଯାଏ ମିଳିବ। ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। 

Advertisment

ସୂଚନା ଅନୁସାରେ, FAST 5 ଡ୍ର’ର ମେଗା ପ୍ରାଇଜ୍‌ ବିଜେତା ଭାବେ ଉତ୍ତରପ୍ରଦେଶର ମହମ୍ମଦ ଆଦିଲ୍‌ ଖାନ୍‌ଙ୍କ ନାଁକୁ ଘୋଷଣା କରାଯାଇଥିଲା। ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ଆଦିଲ୍‌ଙ୍କ ନାଁ ଘୋଷଣା ହୋଇଥିଲା। ସେ ଦୁବାଇରେ ଏକ ରିଅଲ୍‌ ଇଷ୍ଟେଟ୍‌ କମ୍ପାନୀ ପାଇଁ ଇଣ୍ଟେରିଅର୍‌ ଡିଜାଇନ୍‌ କନସଲ୍‌ଟାଣ୍ଟ ଭାବେ କାମ କରନ୍ତି। ଲଟେରୀର ବିଜେତା ହେବା ପରେ ତାଙ୍କୁ ପ୍ରତି ମାସରେ Dh25,000(5,59,822) ଟଙ୍କା ୨୫ ବର୍ଷ ଯାଏ ମିଳିବ। 

ଏତେ ବଡ଼ ଲଟେରୀ ଲାଗିବା ପରେ ଆଦିଲ୍‌ଙ୍କ ଖୁସି କହିଲେ ନସରେ। ଏସବୁ ଭଗବାନଙ୍କ କୃପା ବୋଲି ସେ କହିଛନ୍ତି। ଆଦିଲ୍‌ କହିଛନ୍ତି, ‘ମୁଁ ଏକୁଟିଆ ପରିବାର ଚଳାଏ। କୋଭିଡ୍‌ ସମୟରେ ମୋ ଭାଇଙ୍କ ଦେହାନ୍ତ ହୋଇଥିଲା। ସେବେଠୁ ମୁଁ ତାଙ୍କ ପରିବାର ମଧ୍ୟ ଚଳାଉଛି। ମୋ ପାଖରେ ବାପାମା’ ରହୁଥିବା ବେଳେ ୫ ବର୍ଷର ଝିଅ ମଧ୍ୟ ରହୁଛି।’।

Advertisment

ସେ ଆହୁରି କହିଛନ୍ତି ଯେ, ଏତେ ବଡ଼ ଲଟେରୀ ଜିତିବା ନେଇ ତାଙ୍କ ପରିବାର ଲୋକ ପ୍ରଥମେ ବିଶ୍ୱାସ କରିପାରୁନଥିଲେ। 

Lottery
Advertisment
Advertisment