• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହଷ୍ଟେଲରେ କ୍ୟାଣ୍ଟିନର କାନ୍ଥରେ ଲାଗିଲା ଶାକାହାରୀ ପୋଷ୍ଟର । ଆଉ ତାପରେ ଚାଲିଲା ଛାତ୍ରଛାତ୍ରୀଙ୍କ ହଙ୍ଗାମା । ଗତ ରବିବାର ଦିନ ଆଇଆଇଟି ବମ୍ବେ କ୍ୟାଣ୍ଟିନ ୱାଲ୍‌ରେ ଶାକାହାରୀମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା ।

ଖାଦ୍ୟ ଖାଇବା ପାଇଁ ଶାକାହାରୀମାନଙ୍କ ବସିବା ଲାଗି ସ୍ୱତନ୍ତ୍ର ସିଟ୍‌ କରାଯାଇଥିଲା । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବସିବାକୁ ସିଟ୍‌ ରହିଥିବା ପୋଷ୍ଟରରେ ଲେଖା ରହିଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଏହି ପଦକ୍ଷେପକୁ କଡ଼ା ବିରୋଧ କରାଯାଇଛି । ଶାକାହାରୀଙ୍କ ବସିବା ପାଇଁ ଲାଗିଥିବା ପୋଷ୍ଟରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଘଟଣାକୁ ନେଇ ଅନୁଷ୍ଠାନର ଜଣେ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏନେଇ ସେମାନେ କିଛି ଜାଣିନାହାନ୍ତି । କିଏ ଓ କାହିଁକି ଏହି ପୋଷ୍ଟର ଲଗାଇଛି ତାହା ଜଣାନାହିଁ । ଘଟଣାକୁ ନେଇ ଛାତ୍ରମାନେ ପ୍ରତିବାଦ କରିଥିଲେ । ପୋଷ୍ଟର ଚିରିବା ସହ ହୋହଲ୍ଲା କରିଥିଲେ ।

ଏନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଛାତ୍ରମାନେ ମେଲ୍‌ ଯୋଗେ ଅଭିଯୋଗ କରିଥିଲେ । ଯାହାକୁ ନେଇ ହଷ୍ଟେଲ ପକ୍ଷରୁ ମଧ୍ୟ ମେଲ୍‌ ଅସିଥିଲା । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଥିଲା । ଯଦି ଏପରି ଘଟଣାର ପୁନରାବୃତ୍ତି ହୁଏ ତେବେ ଆମେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଏହି ଇମେଲରେ କୁହାଯାଇଛି ।