Advertisment

ମୋଟା ଅଙ୍କର ଦରମା ପାଉଥିଲେ, କିନ୍ତୁ ମନ ବୁଝିଲାନି...ପିଲାଙ୍କୁ ପଢ଼ାଇବାକୁ IAS ଚାକିରି ଛାଡ଼ିଦେଲେ

ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ। ସେମାନଙ୍କ ମଧ୍ୟରୁ ଡଃ ବିକାଶ ଦିବ୍ୟକୀର୍ତ୍ତି ଅନ୍ୟତମ। ଯିଏକି ସରକାରୀ ଚାକିରି କରି ମୋଟା ଅଙ୍କର ଦରମା ପାଉଥିଲେ ବି ତାଙ୍କ ମନ ବୁଝିନଥିଲା। କାରଣ ସେ ଚାହୁଁଥିଲେ ପିଲାଙ୍କୁ ପାଠପଢ଼ାଇବା ପାଇଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dr Vikas Divyakirti who quit IAS to become teacher

Dr Vikas Divyakirti who quit IAS to become teacher

ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ଓ ପାଠପଢ଼ାଇବା ପାଇଁ କିଛି ଶିକ୍ଷକ କୌଣସି ସ୍ତରକୁ ବି ଚାଲି ଯାଆନ୍ତି। ଅର୍ଥାତ୍‌ ଯେତେବଡ଼ ଚାକରି ସେମାନେ କରିଥାଆନ୍ତୁ ନା କାହିଁକି ଏହାକୁ ସେମାନେ ଛାଡ଼ି ଦେଇଥାନ୍ତି। ସେମାନଙ୍କ ମଧ୍ୟରୁ ଡଃ ବିକାଶ ଦିବ୍ୟକୀର୍ତ୍ତି ଅନ୍ୟତମ। ଯିଏକି ସରକାରୀ ଚାକିରି କରି ମୋଟା ଅଙ୍କର ଦରମା ପାଉଥିଲେ ବି ତାଙ୍କ ମନ ବୁଝିନଥିଲା। କାରଣ ସେ ଚାହୁଁଥିଲେ ପିଲାଙ୍କୁ ପାଠପଢ଼ାଇବା ପାଇଁ। ଶେଷରେ IAS ଚାକିରି ଛାଡ଼ି ସେ ଏବେ ପିଲାଙ୍କୁ ପାଠପଢ଼ାଉଛନ୍ତି।

Advertisment

ଡଃ ବିକାଶ ଦିବ୍ୟକୀର୍ତ୍ତି ଏକ IAS କୋଚିଂ ସେଣ୍ଟରର ପ୍ରତିଷ୍ଠାତା। ଯେଉଁଭଳି ଭାବେ ସେ ପିଲାଙ୍କୁ ପାଠ ପଢ଼ାଇଥାନ୍ତି, ଏଥିରୁ ସହଜରେ ଅନୁମେୟ ଯେ, ଶିକ୍ଷାଦାନ ପ୍ରତି ତାଙ୍କର କେତେମାତ୍ରାରେ ଆଗ୍ରହ ରହିଛି। ଡଃ ବିକାଶ ଦିବ୍ୟକୀର୍ତ୍ତିଙ୍କ ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଥିବାବେଳେ ଏଥିରେ ଶିକ୍ଷାଦାନକୁ ନେଇ ଅନେକ ଭିଡିଓ ପୋଷ୍ଟ ହୋଇଛି।

ସେ ସାହିତ୍ୟ, ବିଜ୍ଞାନ, ଦର୍ଶନ, ଧର୍ମ, ଭୂ-ରାଜନୀତି ଏବଂ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ସମ୍ପର୍କରେ ଆଲୋଚନା କରୁଥିବା ଭିଡିଓ ଦେଖିବାକୁ ମିଳିଛି। ଡଃ ବିକାଶ ଦିବ୍ୟକୀର୍ତ୍ତି ଦିଲ୍ଲୀ ୟୁନିଭର୍ସିଟିରୁ ହିନ୍ଦୀ ଭାଷାରେ ପିଏଚ୍‌ଡି କରିଛନ୍ତି। ଏହାସହ ସେ ହିନ୍ଦୀ ଭାଷାରେ  MA, M Phil ମଧ୍ୟ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ଶିକ୍ଷକତା ଆରମ୍ଭ କରିଥିଲେ। 

Advertisment

ତାଙ୍କ ବାପା,ମା’ ଉଭୟ ହିନ୍ଦୀ ଭାଷାରେ ପ୍ରଫେସର ଥିଲେ। ୧୯୯୬ ମସିହାରେ ଡଃ ବିକାଶ ଦିବ୍ୟକୀର୍ତ୍ତି ପ୍ରଥମ ପ୍ରୟାସରେ UPSC କ୍ଲିୟର୍‌ କରିଥିଲେ। ଗୃହମନ୍ତ୍ରାଳୟରେ ତାଙ୍କୁ ନିଯୁକ୍ତ ମିଳିଥିଲା। ହେଲେ ବର୍ଷକ ମଧ୍ୟରେ ତାଙ୍କୁ ଅନୁଭବ ହୋଇଥିଲା ଯେ ସେ ଶିକ୍ଷାଦାନ କରିବେ। ଏହାପରେ ସେ IAS ଚାକିରି ଛାଡ଼ି ଦେଇଥିଲେ।

୧୯୯୯ ମସିହାରେ ଦିଲ୍ଲୀରେ ସେ ଏକ IAS କୋଚିଂ ସେଣ୍ଟର ଖୋଲିଥିଲେ। ଯାହାକି ଦେଶରେ ବର୍ତ୍ତମାନ ଏକ ଭଲ  IAS କୋଚିଂ ସେଣ୍ଟର ଭାବେ ଜଣାଶୁଣା। 

Advertisment
Advertisment