/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746119608.jpg)
କେମିତି ହେଲା KIIT ଛାତ୍ରୀଙ୍କ ମୃତ୍ୟୁ ?
କିଟ୍ରେ ପୁଣି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ । କିଟ୍ ପରିସରରେ ଥିବା ଏକ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ନେଇ ପ୍ରାଥମିକ ସୂଚନା ମିଳିଛି । ପୋଲିସ କମିଶନର୍ ଏସ୍. ଦେବଦତ୍ତ ସିଂଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମୃତ ଛାତ୍ରୀଙ୍କ ପରିଚୟ ପ୍ରୀଶା ଶାହା ବୋଲି ସୂଚନା ମିଳିଛି ।
ନେପାଳ ବୀରଗଞ୍ଜର ଛାତ୍ରୀ ପ୍ରୀଶା ଶାହା କିଟ୍ ବିଶ୍ବବିଦ୍ୟାଳୟରେ ବିଟେକ୍ ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସର ତଦନ୍ତ ଜାରି ରଖିଛି । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ? ଏଯାଏଁ ଜଣାପଡ଼ି ନାହିଁ।
ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଏହି ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । କିଟ୍ ଲୋକସଂପର୍କ ଅଧିକାରୀ ଶ୍ରଦ୍ଧାଞ୍ଜଳି ନାୟକଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ବି ସେ ଫୋନ୍ ରିସିଭ କରିନାହାନ୍ତି ।
ପୂର୍ବରୁ ଜଣେ ଛାତ୍ରୀଙ୍କ ହଷ୍ଟେଲରେ ମୃତ୍ୟୁ ହେବାକୁ ନେଇ ରାଜନୀତି ଜୋର ଧରିଥିଲା । ପୂର୍ବ ଘଟଣାକୁ ନେଇ କଂଗ୍ରେସ ତାତିଥିଲା,ଜବାବ ମାଗିଥିଲା ବିଜେପି । ଆଉ ଓଡ଼ିଶାରେ ବି ଦେଖିବାକୁ ମିଳିଥିଲା କିଟ୍ ଛାତ୍ରୀ ମୃତ୍ୟୁ ନିଆଁ । ସରକାର ମଧ୍ୟ ଏକ କମିଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ସେହି ତଦନ୍ତର ରିପୋର୍ଟ ସାମ୍ନାକୁ ନଆସୁଣୁ ପୁଣି ଗଲା ଆଉ ଜଣେ ଛାତ୍ରୀଙ୍କ ଜୀବନ।