• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବୋଝ ଉପରେ ନଳିତା ବିଡ଼ା। ମହଙ୍ଗା ମାଡ଼ରେ କଲବଲ। ଖାଉଟିଙ୍କ ଉପରେ ଏବେ ଜିଏସଟି ଚଡକ। କାରଣ ଆସନ୍ତାକାଲିଠୁ ଅନେକ ନୂଆ ଜିନିଷ ଉପରେ ଲାଗିବ ଜିଏସ୍‌ଟି। ଏସବୁ ଭିତରେ ରହିଛି ମୁଢି, ଚୁଡ଼ା ଓ ଖଇ ଭଳି ନୀତିଦିନିଆ ଖାଇବା ଜିନିଷ ପ୍ୟାକେଟ୍ ଓ ଲେବଲ ଲାଗି ବିକ୍ରି ହେଉଥିବା ଏଭଳି ଅଣ ବ୍ରାଣ୍ଡେଡ୍ ସାମଗ୍ରୀକୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଛି। ଲାଗିବ ୫ ପ୍ରତିଶତ ଜିଏସଟି। କେବଳ ଏହି ୩ଟି ଖାଦ୍ୟ ସାମଗ୍ରୀ ନୁହେଁ, ପ୍ୟାକେଟ୍ ଦହି, ଲସି, ପନିର, ଗହମ, ଚାଉଳ, ବାର୍ଲି, ଓଟ୍ସରେ ଉପରେ ବି ଲାଗିବ ୫ ପ୍ରତିଶତ ଜିଏସଟି ଗଣିବେ ଖାଉଟି।

ସେହିପରି ପ୍ରିଟିଂ କାଳି, ଏଲ୍ଇଡି ଲ୍ୟାମ୍ପ, ଲାଇଟ୍, ସାଇକେଲ ପମ୍ପ, ବିଦ୍ୟୁତ୍ ଚାଳିତ ପମ୍ପ, ଛୁରୀ, ବ୍ଲେଡ, ପେନସିଲ କଟର, ଚାମଚ, ଫର୍କ ଉପରେ ସଂଶୋଧିତ ଜିଏସଟି ଲାଗୁ ହେବ। ବିହନ ସହ କୃଷି ଯନ୍ତ୍ରାଶଂ, ପବନ ଚାଳିତ ଅଟା ଚକି, ଗ୍ରାଇଣ୍ଡରରେ ଜିଏସ୍‌ଟିକୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି। ପୂର୍ବରୁ ୫ ପ୍ରତିଶତ ସ୍ଲାବରେ ଥିବା ସୋଲାର ଓ୍ବାଟର ହିଟର, ଚମଡ଼ା, ପ୍ରିଣ୍ଟେଡ୍ ମ୍ୟାପ୍ ଓ ଚାର୍ଟ ଉପରେ ଏଣିକି ୧୨ ପ୍ରତିଶତ ଜିଏସଟି ପଡିବ। ସରକାରଙ୍କ ଏ ନିଷ୍ପତ୍ତି, କୋଭିଡ୍ ଦାଉରୁ ମୁକୁଳି ନଥିବା ସାଧାରଣ ଜନତାଙ୍କୁ ନୟାନ୍ତ କରିବ ବୋଲି କହିଛନ୍ତି ଅର୍ଥନୀତି ବିଶାରଦ। ତେଣେ ଖାଦ୍ୟ ଶସ୍ୟ ଉପରୁ ଜିଏସଟି ହଟାଇବାକୁ ଦାବି କରିଛି ବ୍ୟବସାୟୀ ମହାସଂଘ।

କେବଳ ସାମଗ୍ରୀ ନୁହେଁ, ସେବା କ୍ଷେତ୍ରରେ ବଢିବ ଜିଏସଟି ବ୍ୟାଙ୍କ ସେବା, ହୋଟେଲ ରହଣୀ ଓ ଡାକ୍ତରଖାନା ଚିକିତ୍ସା ଖର୍ଚ୍ଚ ବି ଢେର୍ ବଢ଼ିଯିବ। ବ୍ୟାଙ୍କ ଚେକ୍ ସେବା ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ। ଶସ୍ତା ହେଟେଲ ରୁମକୁ ଜିଏସଟି ଭୁକ୍ତ କରାଯାଇଥିବାରୁ ସେଗୁଡିକରେ ରହଣୀ ବି ମହଙ୍ଗା ହେବ। ହଜାରେ ଟଙ୍କାରୁ କମ୍ ମୂଲ୍ୟର ହୋଟେଲ ରୁମରେ ଦେବାକୁ ପଡ଼ିବ ୧୨ ପ୍ରତିଶତ ଜିଏସ୍‌ଟି। ଖାଲି ସେତିକି ନୁହେଁ, ହସ୍ପିଟାଲରେ ଚିକିତ୍ସା ଲାଗି ଦାମୀ ରୁମ୍ ଭଡ଼ାରେ ନେଲେ ବି ଟିକସ ଗଣିବାକୁ ପଡ଼ିବ। ଆଇସିୟୁକୁ ଛାଡ଼ିଦେଲେ ୫ ହଜାର ଟଙ୍କାରୁ ଅଧିକ ଭଡ଼ା ଥିବା ହସ୍ପିଟାଲ ରୁମ୍ ଉପରେ ବି ୫ ପ୍ରତିଶତ ଜିଏସଟି ଦେବାକୁ ହେବ।

ଖାଦ୍ୟ ପଦାର୍ଥକୁ ଜିଏସଟି ପରିସରକୁ ଅଣାଯିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ବୃଦ୍ଧିକୁ ଜୋରଦାର ବିରୋଧ କରାଯାଇଛି। ଯଦି ଏତେ ସବୁ ସମଗ୍ରୀ ଜିଏସଟି ପରିସରକୁ ଆସିଲା, ସରକାର ପେଟ୍ରୋଲ ଓ ଡିଜେଲକୁ କାହିଁକି ଜିଏସଟି ପରିସରକୁ ଆଣୁନାହାନ୍ତି ବୋଲି ପ୍ରଶ୍ନ ଉଠିଛି।

ରିପୋର୍ଟ: ବିବର୍ତ୍ତନ ପଣ୍ଡା ଓ କପିଳେନ୍ଦ୍ର ପ୍ରଧାନ

OTV is now on Whatsapp

Join and get latest news update delivered to you via whatsapp

Join Now