• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Untitled-2
ବଜେଟ୍‌ ୨୦୨୦-୨୧ ହେବ ପେପରଲେସ୍‌

ଭୁବନେଶ୍ୱର: ପେପରଲେସ୍ ହେବ ରାଜ୍ୟ ବଜେଟ୍। ୨୦୨୦-୨୧ ବର୍ଷ ପାଇଁ ଆଜି ଉପସ୍ଥାପିତ ହେବାକୁ ଯାଉଥିବା ରାଜ୍ୟ ବଜେଟ। ଏହି ବଜେଟ ହେବ ପେପରଲେସ୍ । ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କାରଣରୁ  ଛପା ଯାଇ ନାହିଁ ବଜେଟ ପୁସ୍ତିକା । ଏଥିଯୋଗୁ ୭୫ ଲକ୍ଷ ପେଜ୍ କାଗଜ ବଞ୍ଚିଯିବ । ଡିଜିଟାଲ ମେଥଡ୍‌ରେ ଏଥର ଉପସ୍ଥାପିତ ହେବ ବଜେଟ୍। ଯଦି ପୁସ୍ତିକା ଛପା ଯାଇଥାନ୍ତା, ତେବେ ଏଥିଲାଗି ହଜାରେରୁ ଅଧିକ ଗଛ କାଟିବାକୁ […]

corona-2
ଭାରତରେ ପ୍ରସ୍ତୁତ ହେଲା କରୋନା ଭାଇରସ୍‌ ଭ୍ୟାକ୍ସିନ

ପୁଣେ:ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ପାଇଁ ଭ୍ୟାକ୍‌ସିନ ଭାରତ ତିଆରି କରୁଛି।ଏହି ଭ୍ୟାକ୍ସିନ ଏବେ ପ୍ରି-କ୍ଲିନିକାଲ ଟ୍ରାଏଲ ଷ୍ଟେଜ୍‌ରେ ରହିଛି। ୬ ମାସ ଭିତରେ ଏହା ମଣିଷ ଶରୀରରେ ପରୀକ୍ଷା କରାଯିବାର ସମ୍ଭାବନା ରହିଛି। ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ISI) ଏବଂ ଆମେରିକା ବାୟୋଟେକ୍ନିକାଲ ଫର୍ମ କୋଡାଜିନିକ୍ସ ପକ୍ଷରୁ ମିଳିତ ଭାବେ ଏହି ଭ୍ୟାକ୍‌ସିନ ପ୍ରସ୍ତୁତ କରାଯାଇଛି। ସାରା ବିଶ୍ୱରେ ଏଭଳି ଟୀକା ପ୍ରସ୍ତୁତି ପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି। ତେବେ ପୁଣେରେ […]

corona
କେତେଦିନ ବଞ୍ଚିପାରେ କରୋନା ଭାଇରସ୍‌

ବେଜିଂ:ନିଦ ହଜାଇ ଦେଇଛି କରୋନା। କରୋନା ଦମନ ପାଇଁ ଲାଗି ପଡ଼ିଛନ୍ତି ସାରା ବିଶ୍ୱର ବୈଜ୍ଞାନିକ। କରୋନାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଜାଣନ୍ତି, କେଉଁ ଜିନିଷରେ କରୋନା ଭାଇସର କେତେ ଦିନ ବଞ୍ଚି ରହିପାରେ ? ନିକଟରେ ଚୀନ୍‌ ସେଣ୍ଟ୍ରାଲ ବ୍ୟାଙ୍କ ଏଠାରେ ଥିବା ନୋଟ୍‌କୁ ସଫା କରିଛନ୍ତି। କେତେକ ନୋଟକୁ ତ ଫୋପାଡ଼ି ଦେଇଛନ୍ତି। ନୋଟ ପ୍ରତିଦିନ କେତେ ଲୋକଙ୍କ ହାତ ଦେଇ ଆସୁଛି। ହୁଏତ ଏହି […]

joy panda
ରୋଗାକ୍ରାନ୍ତ ଛାତ୍ରୀଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ବୈଜୟନ୍ତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ାରେ ପହଞ୍ଚି ସେ ସ୍ନାୟୁ ଜନିତ ରୋଗରେ ପୀଡିତ କୃତୀ ଛାତ୍ରୀ ଅନୁଷ୍କା ଦାସଙ୍କୁ ଭେଟିଛନ୍ତି। ଅନୁଷ୍କାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସହାୟତାର ହାତ ବଢାଇଛନ୍ତି। ମେଧାବୀ ଛାତ୍ରୀ ଅନୁଷ୍କା ଗୋଡ ଯନ୍ତ୍ରଣା ହେବାରୁ ପ୍ରଥମେ କେନ୍ଦ୍ରାପଡା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ପରେ କଟକ, ଭୁବନେଶ୍ୱର ଓ ବାଙ୍ଗାଲୋର ଭଳି ବହୁ ବଡ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ହେଲେ ସବୁଥିରୁ ବିଫଳ […]

abdo
ଆଖି ବୁଜିଲେ ଦୁର୍ଘଟଣାରେ ଗୁରୁତର ଏବିଡିଓ

ବଲାଙ୍ଗିର: ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବଲାଙ୍ଗିର ଜିଲ୍ଲା ବେଲପଡ଼ା ABDO ରାମବିଳାସ ମଙ୍ଗରାଜର ଆଜି ସକାଳେ ମୃତ୍ୟୁ ଘଟିଛି।  ABDO ରାମବିଳାସ ମଙ୍ଗରାଜ ଗତକାଲି କାରରେ ଯାଉଥିବାବେଳେ ବଙ୍ଗୋମୁଣ୍ଡାରେ ଦୁର୍ଘଟଣାର ଶିକାର ହୋଇଥିଲେ।  ତାଙ୍କ କାର୍ ବଙ୍ଗୋମୁଣ୍ତା ନିକଟ ଏମିନିଟି ସେଣ୍ଟର ପାଖରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା। ସେ ଗୁରୁତର ହୋଇଥିଲେ। ତାଙ୍କୁ ରାୟପୁର ନିଆଯାଉଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ନୂଆପଡ଼ା […]

tiger-1
ଟୁରିଷ୍ଟ ବସ୍‌କୁ ଗୋଡ଼ାଇଲା ମହାବଳ ବାଘ

ରାୟପୁର:ବସ୍‌କୁ ଗୋଡ଼ାଇଲା ମହାବଳ ବାଘ। ବସ୍‌ ଭିତରେ ଯାତ୍ରୀ ଦେଖୁଥାନ୍ତି। ଭୟରେ ଥରୁଥାନ୍ତି। ହଠାତ୍‌ ବସ୍‌କୁ ପଛପଟୁ ଭିଡି ଧରିଲା ବାଘ।  ଆଗକୁ ଗଡ଼ି ପାରିଲାନି ବସ୍‌। ବାଘର ବଳ ପାଖରେ ହାର ମାନିଲା ଡ୍ରାଇଭର। ବସ୍‌ ଅଟକିବା ପରେ ବାଘ ଆକ୍ରମଣ ଉଦ୍ୟମ କଲା। ତେବେ ଭାଗ୍ୟ ଭଲ, ବସ୍‌ଟି ବାଘ ହାବୁଡ଼ରୁ ଖସି ଆସିଥିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି  ଛତିଶଗଡ଼ ରାୟପୁର ସ୍ଥିତ ନନ୍ଦନବନ ଜଙ୍ଗଲ ସଫାରୀରେ। ଗତ ଶୁକ୍ରବାର ଦିନ ଯାତ୍ରୀଙ୍କୁ […]

blessing
କେଶର, ହଳଦୀ ଓ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୮ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

tapas
ଅଭିନେତା ତାପସ ପାଲ ଆଉ ନାହାନ୍ତି

ମୁମ୍ବାଇ: ବରିଷ୍ଠ ବଙ୍ଗାଳୀ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲ୍‌ ଆଉ ନାହାନ୍ତି। ଆଜି ଭୋର୍‌ରେ ତାଙ୍କର ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାପସ ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ଗତ ଦୁଇ ବର୍ଷରେ ସେ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ ହୋଇଥିଲେ। ତାପସ ଦୁଇ ଥର ଲୋକସଭା ସାଂସଦ ହେବା ସହିତ ବିଧାୟକ ମଧ୍ୟ ରହିଥିଲେ। […]

naveen-patnaik-
ଆରମ୍ଭ ହେବ ଓବିସି ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ୍-୨୦୨୦। ଏହି ବିଲ୍ ଅନୁଯାୟୀ, ଏଣିକି ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗଙ୍କ ଚିହ୍ନଟ କରିବେ। ଏନେଇ ଅଲଗା ଜଣଗଣନା ହେବ॥ ରାଜ୍ୟ ପଛୁଆ ବର୍ଗ କମିଶନ, ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ କରିବେ । ୧୯୩୧ ମସିହାରୁ ପଛୁଆ ବର୍ଗଙ୍କ ଗଣନା ହୋଇ ନାହିଁ। ଏବେ ଯେଉଁ ତଥ୍ୟ ଅଛି, ତାହ ୯୦ ବର୍ଷ ତଳର […]

budget
ଆଜି ରାଜ୍ୟ ବଜେଟ୍‌; ଫୋକସରେ ରହିପାରେ ଫାଇଭ୍ ଟିି, ମୋ ସରକାର

ଭୁବନେଶ୍ୱର: ଆଜି ରାଜ୍ୟ ବେଜଟ୍‌।  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଗୃହରେ ଉପସ୍ଥାପିତ ହେବ ବଜେଟ୍‌। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ ଉପସ୍ଥାପନ କରିବେ । ଏଥର ରାଜ୍ୟ ବଜେଟର ଆକାର ବଢି ୧ ଲକ୍ଷ ୫୩ ହଜାର କୋଟି ଛୁଇଁବାର ସମ୍ଭାବନା ରହିଛି। ଫୋକସରେ ରହିପାରେ ଫାଇଭ୍ ଟିି, ମୋ ସରକାର ସହ ପୁରୀ, ଲିଙ୍ଗରାଜ ଆଦି ତୀର୍ଥସ୍ଥଳୀର ବିକାଶ । ଏସବୁ ବାଦ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜିନିବେଶ […]

congress-2
ପୁରୀ କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମାର୍‌ପିଟ; ଲୁହାରଡ ମାଡରେ ୩ ଛାତ୍ରନେତା ଗୁରୁତର

ପୁରୀ: କଂଗ୍ରେସ୍‌ରେ ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି।  ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସ୍ଥିତି ଆହୁରି ଖରାପ ହେଲା ପରି ଲାଗୁଛି। ଏହାର ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ। ପୁରୀ ଜିଲ୍ଲା କଂଗ୍ରେସରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି! ତାହା ପୁଣି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରି ନେତାଙ୍କ ଉପସ୍ଥିତିରେ ।  ଆକ୍ରମଣରେ ୩ ଜଣ ଛାତ୍ର ନେତା ଗୁରୁତର ଆହତ ହୋଇଛନ୍ତି। […]

ciber-crime
ନେଲ୍‌ପଲିସର ଦାମ ୯୨,୪୪୬ ଟଙ୍କା !

ପୁଣେ : ନେଲ ପଲିସର ଦାମ ପୁଣି ୯୨ ହଜାର ୪୪୬ ଟଙ୍କା ! ଆଶ୍ଚର୍ଯ୍ୟ କଥା ନୁହେଁ ତ ଆଉ କଣ ? ହେଲେ  ପୁଣେର ଜଣେ ମହିଳା ନେଲ୍‌ପଲିସ କିଣି ଏତିକି ଟଙ୍କା ଗଣିଛନ୍ତି। ପ୍ରକୃତରେ ମହିଳାଜଣକ ଠକେଇର ଶିକାର ହୋଇଛନ୍ତି।  ୨୫ ବର୍ଷୀୟ ମହିଳା ସପ୍ଟୱେୟାର୍‌ ଇଞ୍ଜିନିୟର୍‌ । ତଥାପି ଅନଲାଇନ୍‌ ଇ-କମର୍ସ ୱେବସାଇଟ୍‌ରୁ ୩୮୮ ଟଙ୍କାର ନେଲ୍‌ପଲିସ୍‌ କିଣି ୯୨,୪୪୬ ଟଙ୍କା ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଏନେଇ ମହିଳା ଜଣକ […]

IrRKCyKm
ନିର୍ଭୟା ଦୋଷୀଙ୍କ ବିରୋଧରେ ନୂଆ ଡେଥ୍‌ ୱାରେଣ୍ଟ: ମାର୍ଚ୍ଚ ୩ରେ ପାଇବେ ଫାଶି

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତ ଫାଶିପାଇବେ। ମାର୍ଚ୍ଚ ୩ ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ପଟିଆଲା ହାଉସ୍‌ କୋର୍ଟ ଜାରି କରିଛନ୍ତି ସାନି ଡେଥ୍‌ ୱାରେଣ୍ଟ। ନୂଆ ଡେଥ୍‌ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯିବ। ଆଜି ଶୁଣାଣି ବେଳେ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେଇଥିଲେ। ସରକାରୀ ଓକିଲ ରାଜୀବ ମୋହନ କହିଥିଲେ ଯେ ବର୍ତ୍ତମାନ […]

fire mishap
ରୋଷେଇ କରୁଥିଲେ, ଜୀବନ୍ତ ଜଳିଗଲେ

ଭଦ୍ରକ: ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ। ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଚରଦିଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ମହିଳା ଜଣକ ହେଲେ ପୂର୍ଣ୍ଣିମା ମହାଳିକ। ସକାଳୁ ପୂର୍ଣ୍ଣିମା ଗ୍ୟାସରେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ କରି ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାଳ ଛପର ଘରକୁ ବ୍ୟାପିଥିଲା। ଫଳରେ ପୂର୍ଣ୍ଣିମା ଘରୁ ବାହାରିବାର ସୁଯୋଗ ପାଇ ନ ଥିଲେ। ଘର ଭିତରେ ଜୀଅନ୍ତା ଜଳି ଯାଇଥିଲେ ା ଅଗ୍ନିକାଣ୍ଡରେ […]

sena
ସେନା ନିଯୁକ୍ତିରେ ପୁରୁଷ-ମହିଳା ସମାନ-ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସ୍ଥଳସେନାରେ ମହିଳାଙ୍କ ସ୍ଥାୟୀ କମିଶନ ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଚାକିରି ସୀମାର ଅବଧି ନ ଦେଖି ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ କମିଶନ ନିଯୁକ୍ତି ଦିଆଯାଉ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ପୁରୁଷଙ୍କ ଭଳି ମହିଳା ସେନା ଅଧିକାରୀଙ୍କୁ କମାଣ୍ଡ୍ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ସଂଘର୍ଷପୂର୍ଣ୍ଣ କ୍ଷେତ୍ରକୁ ଛାଡି ଅନ୍ୟ କ୍ଷେତ୍ରରେ ଏହି ନିଯୁକ୍ତି ଦିଆଯାଇପାରେ ବୋଲି କୋର୍ଟ କହିଛନ୍ତି । ଆଜି […]

3
ହଲିଉଡ୍‌ରେ ଚର୍ଚ୍ଚିତ ଓଡ଼ିଆ ନାଁ ରାଧାରାଣୀ

ନୂଆଦିଲ୍ଲୀ:ହଲିଉଡ୍‌ ତାରକା ରାଧାରାଣୀ। ଏଇ ହଲିଉଡ ଅଭିନେତ୍ରୀଙ୍କୁ ବଲିଉଡ ଏପରିକି ଭାରତୀୟମାନେ ବି ଖୁବ୍‌ ପସନ୍ଦ କରନ୍ତି। ଏଞ୍ଜେଲିନା ଜୋଲି, ଜୁଲିଆ ରୋବର୍ଟସ୍‌, କୀରା ନାଇଟ୍‌ଲି ପରି ଅନେକ ହଲିଉଡ୍‌ ତାରକା ଅଛନ୍ତି ଯେଉଁମାନେ ଭାରତରେ ବେଶ୍‌ ଲୋକପ୍ରିୟ। ହେଲେ ରାଧାରାଣୀଙ୍କ କଥା ଆଉଟିକେ ଅଲଗା। ଜାଣନ୍ତି କିଏ ଏହି ରାଧାରାଣୀ ? ହଲିଉଡରେ ପୁଣି ଓଡ଼ିଆ ନାଁ ରାଧାରାଣୀ ! କିଏ ସେ ? ଓଡ଼ିଶାର ବାସିନ୍ଦା ? କେଉଁଠି ତାଙ୍କ ଘର ?ଏମିତି ଅନେକ […]

kala-pahada
କାହିଁକି ମନ୍ଦିର ଭାଙ୍ଗୁଥିଲା କଳାପାହାଡ଼

କଳାପାହାଡ ନାଁ ଶୁଣିଲେ ଆଖି ଆଗରେ ଭାସି ଉଠେ ଭୂଲୁଣ୍ଠିତ ମନ୍ଦିରର ଦୃଶ୍ୟ। ଭଗ୍ନ ମୁଖଶାଳାର ଚିତ୍ର। ମନ ଭିତରେ ନୀରବରେ ଗୁଞ୍ଜରି ଉଠେ ‘ଆସିଲା କଳାପାହାଡ଼…ଭାଙ୍ଗିଲା ଲୁହାର ବାଡ଼..’। ତେବେ କିଏ ଏହି କଳାପାହାଡ଼ ? ହିନ୍ଦୁ ମନ୍ଦିର ଉପରେ ତା’ର ଏତେ ରାଗ କାହିଁକି ? କାହିଁକି ମନ୍ଦିର ଲୁଣ୍ଠନ କରୁଥିଲା ? ଏ ସମସ୍ତ ପ୍ରଶ୍ନକୁ ନେଇ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ। କଳାପାହାଡ । ଓଡ଼ିଶା ଇତିହାସରେ ଏଇ ନାଁ ଆପଣ […]