• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

modi
ହୁନର ହାଟରେ ‘ପିପିଲି ଚାନ୍ଦୁଆ’ ଦେଖି ଅଟକି ଗଲେ ମୋଦି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡିଆ ଗେଟ୍‌ ନିକଟରେ ଚାଲିଥିବା ହୁନର ହାଟ ବୁଲିବାକୁ ଯାଇଥିଲେ। ପ୍ରାୟ ୫୦ ମିନିଟ୍‌ ଏହି ହୁନର ହାଟରେ ସେ କଟାଇଥିଲେ। ବ୍ୟବସାୟୀଙ୍କ ସହ କଥା ବାର୍ତ୍ତା ହୋଇ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ। ସେଠାରେ ପିପିଲି ଚାନ୍ଦୁଆ, ତାରକଷି କାମର ଷ୍ଟଲ୍‌ ବୁଲି ଦେଖିଥିଲେ। ତାରକସି କାମକୁ ପ୍ରଶଂସା ବି କରିଥିଲେ। ସେଠାରେ ସେ ସ୍ୱାଦିଷ୍ଟ ଲିଟ୍ଟି ଚୋଖା (ବିହାରର ଏକ ଲୋକପ୍ରିୟ ତଥା ସ୍ୱାଦିଷ୍ଟ ଖାଦ୍ୟ) ଖାଇ ଥିଲେ। […]

1234567
୧୦ ହଜାରର ଲୋଭ ଦେଖାଇ ନେଇଗଲେ ୯ କୋଟି

ଅହମଦାବାଦ: ଭ୍ରମଣ କରାଇବା ନାଁରେ ଠକେଇ ଅଭିଯୋଗ। ୧୦ ହଜାର ଟଙ୍କାର ଟୁର ପ୍ୟାକେଜର ଅଫର ଦେଖାଇ ୯ କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି। ଗୁଜରାଟ ଅହମଦାବାଦ ସ୍ଥିତ ପଞ୍ଚବଟି ଅଞ୍ଚଳର ଜଣେ ୮୦ ବର୍ଷୀୟ ବ୍ୟକ୍ତି ସୋମବାର ସାଇବର କ୍ରାଇମ ଥାନାରେ ୯ କୋଟି ଟଙ୍କା ଠକେଇ ନେଇ ଏତଲା ଦେଇଛନ୍ତି। ୧୦ ହଜାର ଟଙ୍କା ଟୁର ପ୍ୟାକେଜ ବାହାନାରେ ୩୩ ଜଣ ଲୋକ ତାଙ୍କ ପାଖରୁ ବିଭିନ୍ନ ଆଳ ଦେଖାଇ ୯ […]

s333
‘ଋତୁମତି ମହିଳା ରୋଷେଇ କଲେ ପରଜନ୍ମରେ କୁକୁର ହେବ’

ଅହମଦାବାଦ : ‘ମାସିକ ଋତୁସ୍ରାବ ସମୟରେ ରୋଷେଇ କରିବା ଉଚିତ୍‌ ନୁହେଁ। ଏ ସମୟରେ ସ୍ୱାମୀଙ୍କୁ ରୋଷେଇ କରି ଦେଉଥିବା ମହିଳା ପରଜନ୍ମରେ କୁକୁର ହୋଇ ଜନ୍ମ ନେବେ। ଏପରିକି ସେହି ମହିଳାଙ୍କ ହାତରୁ ଖାଦ୍ୟ ଗ୍ରହଣ କରୁଥିବା ପୁରୁଷ ପରଜନ୍ମରେ ବଳଦ ହୋଇ ଜନ୍ମ ହେବେ।’ ମାସିକ ଋତୁସ୍ରାବକୁ ନେଇ କଲେଜ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧନ କରି ଧର୍ମଗୁରୁ କୃଷ୍ଣସ୍ୱରୂପ ଦାସଜୀ ଏହି ବୟାନ୍‌ ଦେଇଛନ୍ତି। ମହିଳାଙ୍କ ଉପରେ ଏପରି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ […]

anup
ଅନୁପ ସାଏଙ୍କୁ ରିମାଣ୍ଡରେ ଆଣିବ ଛତିଶଗଡ଼ ପୋଲିସ୍

ଭୁବନେଶ୍ୱର: ହମିରପୁର ଡବଲ ମର୍ଡର ମାମଲାରେ ଗିରଫ ଅନୁପ ସାଏଙ୍କୁ ରିମାଣ୍ଡରେ ଆଣିବ ଛତିଶଗଡ଼ ପୋଲିସ୍। ହତ୍ୟାର ପୁରା କାହାଣୀ ଓ ଯୋଜନା ସମ୍ପର୍କରେ ତଥ୍ୟ ଓଗାଳିବ। ଏହାସହ ମାମଲାରେ ଅନ୍ୟତମ ଅଭିଯୁକ୍ତ ବର୍ଦ୍ଦନ ଟୋପୋଙ୍କୁ ବି ରିମାଣ୍ଡରେ ଆଣିବ। ଏ ନେଇ ରାୟଗଡ଼ ପୋଲିସ୍ କୋର୍ଟରେ ଆବେଦନ କରିଛି। ରାୟଗଡ଼ କୋର୍ଟ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ  ନେବାକୁ ଅନୁମତି ଦେଇଛନ୍ତି। ଏଥିସହ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଦିନକ ପାଇଁ ରିମାଣ୍ଡ ନେବାକୁ […]

bhadrak-1
ପୁଣି କଂଗ୍ରେସରେ ମାର୍‌ପିଟ: ଛାତ୍ରନେତାଙ୍କ ସାର୍ଟପ୍ୟାଣ୍ଟ ଚିରିଦେଲେ

ଭଦ୍ରକ: ପୁଣି ଥରେ ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ। ପୁରୀ ପରେ ଏବେ ଭଦ୍ରକରେ ପୁଣି ଥରେ ହାତାହାତି ହୋଇଛନ୍ତି କଂଗ୍ରେସ ନେତା। ପରିସ୍ଥିତି ଏପରି ହୋଇ ଯେ, ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତଙ୍କୁ ପିଟି ତାଙ୍କ ପୋଷାକ ଚିରି ଦେଇଛନ୍ତି। ଗତ ୧୭ ତାରିଖ ପୁରୀ ଜିଲ୍ଲା କଂଗ୍ରେସ ଭବନରେ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କର୍ମଶାଳା ଚାଲିଥିବାବେଳେ ପ୍ରଭାରୀ ଜିତେନ୍ଦ୍ର ସିଂ, ସମ୍ପାଦକ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ […]

132525
ଏ ବର୍ଷ ମିଳିବନି ବକେୟା ମହଙ୍ଗା ଭତ୍ତା

ଭୁବନେଶ୍ୱର:ଆସନ୍ତା ଆର୍ଥିକ ବର୍ଷରେ ଦିଆଯିବ ବକେୟା ମହଙ୍ଗା ଭତ୍ତା । ସରକାରୀ କର୍ମଚାରୀଙ୍କୁ ମିଳିବାକୁ ଥିବା ଜୁଲାଇର ପ୍ରାପ୍ୟ ୫ ପ୍ରତିଶତ ମହଙ୍ଗା ଭତ୍ତା ଆସନ୍ତାବର୍ଷ ମିଳିବ। ଏ ନେଇ ସୂଚନା ଦେଇନ୍ତି ରାଜ୍ୟ ଅର୍ଥ ସଚିବ ଅଶୋକ ମୀନା । ଗତକାଲି ବଜେଟ୍ ଉପସ୍ଥାପନ ପରେ ମୀନା ସୂଚନା ଦେଇଥିଲେ ବକେୟା ମହଙ୍ଗା ଭତ୍ତା ପାଇବାରୁ କର୍ମଚାରୀ ବଞ୍ଚିତ ହେବେ ନାହିଁ ।  ତେବେ ୨୦୨୦ ଜାନୁଆରୀ ପହିଲାରୁ ଯେଉଁ ୫ ପ୍ରତିଶତ ମହଙ୍ଗା ଭତ୍ତା […]

aruna
କାଳିଆ ହିତାଧିକାରୀ କେତେ ? ମନ୍ତ୍ରୀଙ୍କ କଥାରେ ରହୁନି ତାଳମେଳ

ଭୁବନେଶ୍ୱର: କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ନେଇ ପୁଣି ଦ୍ୱନ୍ଦ୍ୱ। ସରକାରଙ୍କ କାଳିଆ ହିତାଧିକାରୀ ତଥ୍ୟରେ ରହୁନି ତାଳମେଳ। କାଳିଆ ଯୋଜନାରେ ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିଥିବା ଗତବର୍ଷ କହିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ହେଲେ ଏବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହୁଛନ୍ତି ୪୩ ଲକ୍ଷ ଚାଷୀଙ୍କୁ ମିଳିଛି କାଳିଆ ଟଙ୍କା। ତେବେ କିଏ ସତ କହୁଛନ୍ତି ? ଅରୁଣ ସାହୁ ନା ନିରଞ୍ଜନ ପୂଜାରୀ। […]

sadhu
ଭଜନ ପ୍ରେମରେ ଭାଲୁ: ଶିକାରକୁ ଛାଡ଼ି ପ୍ରସାଦ ଖାଉଛନ୍ତି

ରାୟପୁର: ମଣିଷ-ପଶୁ ମଧ୍ୟରେ ପୁଣି ମଧୁର ସମ୍ପର୍କ ! କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଙ୍ଗଲର ହିଂସ୍ର ଜନ୍ତୁଟିଏ ଆସି ମଣିଷ ପାଖରେ ଠିଆ ହେଉଛି। ପୁଣି ଭଜନ ଶୁଣୁଛି। ପ୍ରସାଦ ଖାଇବା ପରେ ପୁଣି ଜଙ୍ଗଲକୁ ଚାଲି ଯାଉଛି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏମିତି ମଧୁର ସମ୍ପର୍କ ଗଢି ଉଠିଛି ଜଣେ ସାଧୁ ଆଉ ଭାଲୁ ପରିବାର ମଧ୍ୟରେ। ଭଜନ ପ୍ରେମରେ ପଡ଼ିଯାଇଛନ୍ତି ଗୋଟିଏ ଭାଲୁ ପରିବାର।  ଭଜନ ଗାଉଥିବା […]

ram-1
‘ଶଙ୍ଖ ଶବ୍ଦରେ ଶ୍ମଶାନ, କବରସ୍ଥାନ ସବୁ ପବିତ୍ର ହୋଇଯିବ’

ଅଯୋଧ୍ୟା:ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମନ୍ଦିର ନିର୍ମାଣ ଆରମ୍ଭ କାମ କେବେଠୁ ହେବ ଆଜି ଏନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି । ନିକଟରେ ଗଠନ ହୋଇଥିବା ରାମ ମନ୍ଦିର ଟ୍ରଷ୍ଟର ଆଜି ପ୍ରଥମ ବୈଠକ ବସୁଛି। ଟ୍ରଷ୍ଟ ମୁଖ୍ୟ ବରିଷ୍ଠ ଆଇନଜୀବୀ କେ ପରାସରନଙ୍କ ନୂଆଦିଲ୍ଲୀ ବାସଭବନରେ ଏହି ବୈଠକ ହେବ। ଏହାଛଡ଼ା ଟ୍ରଷ୍ଟର ଅନ୍ୟ ୧୫ ଜଣ ସଦସ୍ୟ ବି ଏହି ବୈଠକରେ ଉପସ୍ଥିତ ରହିବେ । […]

adhir
‘ଟ୍ରମ୍ପ ଭଗବାନ ନୁହଁନ୍ତି ଯେ ତାଙ୍କୁ ସ୍ୱାଗତ ପାଇଁ ଛିଡ଼ା ହେବେ ୭ ଲକ୍ଷ ଭାରତୀୟ’

ନୂଆଦିଲ୍ଲୀ:ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବା ପୂର୍ବରୁ ସବୁ ପ୍ରସ୍ତୁତି ଶେଷ ହୋଇଯାଇଛି। ଟ୍ରମ୍ପକୁ ସ୍ୱାଗତ କରିବା ପାଇଁ ୭୦ ଲକ୍ଷ ଭାରତୀୟ ଏକାଠି ହେବେ । ହେଲେ ଏହାକୁ ନେଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବର୍ଷିଛନ୍ତି। ଅଧୀର କହିଛନ୍ତି, ଟ୍ରମ୍ପ କ’ଣ ଭଗବାନ ରାମ ? ତାଙ୍କ ପାଇଁ ୭୦ ଲକ୍ଷ ଲୋକ ଏକାଠି ହେବେ ? ସୂଚନା ଥାଉ କି, ଟ୍ରମ୍ପ ତାଙ୍କର ଭାରତ ଗସ୍ତକୁ ନେଇ କହିଛନ୍ତି ‘ପ୍ରଧାନମନ୍ତ୍ରୀ […]

Untitled-1
ବିଶୃଙ୍ଖଳିତ ଆଚରଣ ପାଇଁ ଏଚ୍‌ଆରପିସି ଆଇଜିଙ୍କ ଅଫିସ୍ ଆଗରେ ଝୁଲିଲା ଲଟ୍‌କା

ଭୁବନେଶ୍ୱର: ଏଚ୍‌ଆରପିସି ଆଇଜିଙ୍କ ଅଫିସ୍ ଆଗରେ ଲଟ୍‌କା। ରାଜ୍ୟ ପୋଲିସ ବିଭାଗର ଆଇଜି ପାହ୍ୟାରେ କାର୍ଯ୍ୟରତ ଏନ୍.ବି. ଭାରତୀଙ୍କ ଅଫିସ୍ ସାମ୍ନାରେ ଝୁଲୁଛି ଲଟ୍‌କା। ଭାରତୀ ଗୃହ ବିଭାଗର ନୋଟିସ୍ ଗ୍ରହଣ ନକରିବା ଏବଂ ସେହି ନୋଟିସ୍ ତାଙ୍କୁ କୌଣସି ସ୍ଥାନରେ ବି ଦିଆଯାଇ ନପାରିବା ଯୋଗୁଁ କଟକ ବକ୍ସିବଜାରସ୍ଥିତ ପୋଲିସ ମୁଖ୍ୟାଳୟ ପରିସରରେ ଥିବା ତାଙ୍କ ଅଫିସ୍ ସାମ୍ନାରେ ଲଟ୍‌କା ଝୁଲାଇ ଦିଆଯାଇଛି । ବିଶୃଙ୍ଖଳିତ ଆଚରଣ ପାଇଁ ଭାରତୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା […]

mt
‘ମୋଦି ଭଲ, କିନ୍ତୁ ଆମେରିକା ସହ ଭାରତର ବ୍ୟାବସାୟିକ ସମ୍ପର୍କ ଭଲ ନୁହେଁ’

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ଏହି ଗସ୍ତ ବେଳେ ବଡ ଧରଣର ଡିଲ ହୋଇ ନପାରେ ବୋଲି ସୂଚନା ମିଳିଛି । ଗସ୍ତ ବେଳେ ଭାରତ ଓ ଆମେରିକା ମଧ୍ୟରେ ବ୍ୟାବସାୟିକ ବୁଝାମଣା ହୋଇପାରେ କିନ୍ତୁ ବଡ ଡିଲ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି । ଏଥି ସହ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ବଡ ଡିଲ ହେବ […]

attack
ପୁଲୱାମାରେ ଏନ୍‌କାଉଣ୍ଟର; ୩ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ତ୍ରାଲରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଅପରେସନରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ପୁଲୱାମା ଜିଲ୍ଲାର ତ୍ରାଲରେ ଆତଙ୍କବାଦୀ ମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀମାନେ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀ ମାନଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କଠାରୁ ମାରଣାସ୍ତ୍ର ଜବତ […]

download
ବଜେଟ୍‌ରେ କୃଷି ପାଇଁ ୧୯, ୪୦୮ କୋଟି ଟଙ୍କା

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା  ବିଧାନସଭାରେ ଉପସ୍ଥାପିତ ହୋଇଯାଇଛି। ଦେଢ଼ ଲକ୍ଷ କୋଟି ଟଙ୍କାର ଏହି ବଜେଟରେ ପୁଞ୍ଜିନିବେଶ, ଭିତ୍ତିଭୂମି ଉନ୍ନୟନ, ଟ୍ରାନ୍ସଫରମେସନ୍ ଓ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୯ହଜାର ୪୦୮ କୋଟି ଟଙ୍କାର କୃଷି ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତକାଲି ବିଧାନସଭାରେ ଆଗତ କରିଛନ୍ତି । କୃଷକମାନଙ୍କର ମହତ ବୃତ୍ତିକୁ ସହଯୋଗ ଓ ସେମାନଙ୍କୁ […]

Capture
ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ରାସ୍ତାରେ ପିଟିଲେ

ପୁରୀ: ହଜି ଯାଉଛି ମାନବିକତା। ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହୋଇଯାଉଛି ସମ୍ପର୍କ। ଅନ୍ଧବିଶ୍ୱାସର ପୁଣି ଏକ କରୁଣ ପରିଣତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଅଞ୍ଚଳରେ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ଗାଁ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।  ଘଟଣା ଘଟିଛି ପୁରୀ କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଜଙ୍ଗଲି ନୂଆ ସାହିରେ ା ସ୍ଥାନୀୟ ଅଞ୍ଚଳର ହାଡ଼ିଆ ଜେନା ନାମକ ବ୍ୟକ୍ତି ଓ ତାଙ୍କ […]