• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

trump
ଟ୍ରମ୍ପଙ୍କୁ ‌ଉପହାର ଦେବା ପାଇଁ ତିଆରି ହେଲା ରୂପା ଚାବିକାଠି

ନୂଆଦିଲ୍ଲୀ:ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁଜରାଟ ଅହମ୍ମଦାବାଦରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବେ ରାଷ୍ଟ୍ରପତି ଟ୍ରମ୍ପ । ମୋଟେରା ଷ୍ଟାଡିୟମର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଟ୍ରମ୍ପ । ଏହାପରେ ଷ୍ଟାଡିଅମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ।  ପରେ ଆଗ୍ରା ଗସ୍ତ କରିବେ। ଆଗ୍ରାରେ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆଙ୍କୁ ସ୍ୱାଗତ ଲାଗି ପ୍ରସ୍ତୁତି ପର୍ବରେ ଯୋଡ଼ି ହୋଇଛି ନୂଆ ଜିନିଷ ।ସହରରେ ପାଦ ଦେବା ପରେ […]

bandh-1
ଆଜି ଭାରତ ବନ୍ଦ; ବଲାଙ୍ଗିର, ସମ୍ବଲପୁରରେ ବିକ୍ଷୋଭ

ସମ୍ୱଲପୁର/ବଲାଙ୍ଗିର: ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଭୀମ ଆର୍ମି  ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ଆଜି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। CAA, NRCକୁ ପ୍ରତ୍ୟାହାର ଦାବିରେ ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ସହରରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ସମ୍ବଲପୁର ଷ୍ଟେସନରେ ଭୀମ ଆର୍ମି କର୍ମକର୍ତ୍ତାମାନେ ଟ୍ରେନ୍ ଅଟକାଇଛନ୍ତି। ତେବେ ଏକ […]

34444
ଓଡ଼ିଶୀ ନୃତ୍ୟର ତାଳେ ତାଳେ ଆରମ୍ଭ ହେଲା ‘ଖେଲୋ ଇଣ୍ଡିଆ’

କଟକ: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ‘ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍‌ସ-୨୦୨୦’। କଟକ ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏହି ଭବ୍ୟ ଉତ୍ସବକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଆରମ୍ଭ ହୋଇଥିଲା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଗ୍ରୁପର ପ୍ରାୟ ୪୦୦ କଳାକାରଙ୍କ ନୃତ୍ୟ ଥିଲା ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ। ଓଡ଼ିଶୀ ଓ ପାରମ୍ପରିକ ସଂଗୀତ ନୃତ୍ୟ ମାଧ୍ୟମରେ […]

hrithik-roshan-to-play-a-double-role-in-krissh-4-920x518
ଶ୍ରେଷ୍ଠ ଅଭିନେତା ହ୍ରିତିକ୍‌, ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଦିବ୍ୟଙ୍କା

ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ‘ଦାଦା ସାହେବ ଫାଲ୍‌କେ ଇଣ୍ଟରନ୍ୟାଶ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଆୱାର୍ଡସ୍‌- ୨୦୨୦’ । ଏଥିରେ ବାଜି ମାରିଛି ହ୍ରିତିକ୍‌ ରୋଶନ୍‌ଙ୍କ ଫିଲ୍ମ ’ସୁପର ୩୦’। ଏହି ଫିଲ୍ମକୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିବା ବେଳେ ହ୍ରିତିକ୍‌ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏଥିସହ ଏଥିରେ ଦିବ୍ୟଙ୍କା ତ୍ରିପାଠୀଙ୍କୁ ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଆଉ କେଉଁମାନେ କେଉଁ ବର୍ଗରେ ଏହି ପୁରସ୍କାର ପାଇଛନ୍ତି, ଦେଖି ନିଅନ୍ତୁ। ମୋଷ୍ଟ ପ୍ରୋମିସିଂ […]

corona-1
ଜୀବଜନ୍ତୁଙ୍କ ପାଇଁ ବିପଦ ଆଣିଲା କରୋନା !

ନୂଆଦିଲ୍ଲୀ: ମଣିଷ ପରେ ଜୀବଜନ୍ତୁଙ୍କ ପାଇଁ ଏହି ଭାଇରସ ପରୋକ୍ଷରେ ଘାତକ ସାଜିଛି। ଚୀନର ଉହାନ ସହର ହେଉଛି ଘାତକ କରୋନା ଭାଇରସର କେନ୍ଦ୍ରସ୍ଥଳ। ଉହାନରେ ଥିବା ୧୦୦ରୁ ଅଧିକ ଜୀବଜନ୍ତୁଙ୍କର ଏବେ ମୃତ୍ୟୁ ଘଟିଛି। ଏହି ଜୀବଜନ୍ତୁଙ୍କର ମୃତ୍ୟୁ କରୋନା ପାଇଁ ହୋଇନାହିଁ। ହେଲେ କରୋନା ସହିତ ସାମଞ୍ଜସ୍ୟ ରହିଛି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଏହି କରୋନା ଭାଇରସ ୨ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ୭୭ ହଜାରରୁ ଅଧିକ ଲୋକ […]

Netaji-Subhash-Chandra-Bose-died-daughter-in-law-Krishna-1
ପରଲୋକରେ ନେତାଜୀଙ୍କ ବୋହୂ କୃଷ୍ଣା ବୋଷ୍‌

କୋଲକାତା: ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପୁତୁରା ଶିରିର ବୋଷଙ୍କ ପତ୍ନୀ କୃଷ୍ଣା ବୋଷଙ୍କର ଆଜି ପରଲୋକ ହୋଇ ଯାଇଛି। ହୃଦଘାତରେ  ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶନିବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଛି।  ଶିକ୍ଷାବିତରୁ ରାଜନେତା ହୋଇଥିବା କୃଷ୍ଣା ମଧ୍ୟ ବାର୍ଦ୍ଧକ୍ୟ ରୋଗରେ ପୀଡ଼ିତ ଥିଲେ। କୃଷ୍ଣାଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଦୁଇ ପୁଅ ସୁମନ୍ତ ଏବଂ ସୁଗତ ଉପସ୍ଥିତ ଥିଲେ। ଝିଅ ଶର୍ମିଲା କିନ୍ତୁ ତାଙ୍କ […]

corona
କରୋନା ଭୟ: ମୃତକଙ୍କ ସଂଖ୍ୟା ୨୩୪୫ ଛୁଇଁଲା

ପେଇଚିଂ: ଚୀନ୍‌ରେ କରୋନା ଭାଇରସରେ ପୁଣି ୧୦୯ ଜଣଙ୍କ ମୃତ୍ୟୁ। ଏଥିସହିତ ମୃତକଙ୍କ ସଂଖ୍ୟା୨୩୪୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ୭୬, ୨୮୮ ଛୁଇଁଛି। ଚୀନ୍‌ର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହବା ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କରୋନାରେ ସର୍ବାଧିକ ପ୍ରଭାବିତ ଉହାନ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଚୀନ୍‌ର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇ କହିଛନ୍ତି, ଶୁକ୍ରବାର ପ୍ରାୟ ୩୯୭ ଜଣ କୋବିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ଠାବ କରାଯାଇଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ତାଙ୍କ […]

p-s
ଟ୍ରମ୍ପଙ୍କ ଗସ୍ତ ଖର୍ଚ୍ଚକୁ ନେଇ ପ୍ରିୟଙ୍କାଙ୍କ ପ୍ରଶ୍ନ; ଏମିତି ଜବାବ ରଖିଲା ବିଜେପି

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ଦୃଷ୍ଟିରେ ରଖି ତେଜୁଛି ରାଜନୀତି । ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମ୍ମଦାବାଦ୍‌ର ଏକ ସମିତି ଜରିଆରେ ୧୦୦ କୋଟି ଖର୍ଚ୍ଚ କରାଯାଉଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ।  ଏହାର ଜବାବ୍‌ ମଧ୍ୟ ରଖିଛି ବିଜେପି। ତେବେ ଟ୍ରମ୍ପଙ୍କ ଗସ୍ତକୁ ଦୁଇ ପ୍ରମୁଖ ଦଳ ମଧ୍ୟରେ ଚାଲିଥିବା ଏପରି ତୁ-ତୁ-ମେ-ମେ ସୋଶାଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରମ୍ପଙ୍କ ଗସ୍ତରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଘଟଣାରେ ପ୍ରତିକ୍ରିୟା […]

oas mad-1
ପୁରୀ ବଡ଼ଦାଣ୍ଡରୁ କଟକ ବଡ ଡାକ୍ତରଖାନା ଆସିଲେ ମାନସିକ ଭିନ୍ନକ୍ଷମ ଶ୍ରୀଜିତ

ଭୁବନେଶ୍ୱର: ପୁରୀ ବଡଦାଣ୍ଡରେ ଉଚ୍ଚଶିକ୍ଷିତ ଭିକାରି । ମାନସିକ ଭାରସାମ୍ୟ ହରାଇ ବୁଲୁଥିଲେ । ଅଯତ୍ନବର୍ଦ୍ଧିତ ଶ୍ମଶ୍ରୁ, ଲୁଖୁରା କେଶ, ଅପରିଚ୍ଛନ୍ନ ପୋଷାକ ଭିତରେ ଲୁଚି ଯାଇଥିଲା ତାଙ୍କର ଶିକ୍ଷାଗତ ଯୋଗ୍ୟତା, ପରିବାରିକ ପ୍ରତିଷ୍ଠା ସବୁକିଛି। ତାଙ୍କର ପରିଚୟ ଥିଲା କେବଳ ଜଣେ ପାଗଳ ଭିକାରି। ସେ ହେଉଛନ୍ତି ଶ୍ରୀଜିତ ପାଢି। ତାଙ୍କୁ ଏପରି ଅବସ୍ଥାରୁ ମୁକ୍ତି ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ତାଙ୍କର କିଛି ସାଙ୍ଗ। ସାଙ୍ଗମାନଙ୍କ ଉଦ୍ୟମରେ ଏବେ ଶ୍ରୀଜିତଙ୍କୁ ପୁରୀ ବଡଦାଣ୍ଡରୁ ଆସି […]

bapa-1
୧୦ ବର୍ଷ ପରେ ହଜିଲା ପୁଅକୁ ଖୋଜି ପାଇଲେ ବାପା

ପାରାଦୀପ: ୧୦ ବର୍ଷ ପରେ ମିଳିଛି ଖୋଜିଲା ଧନ। ୧୦ ବର୍ଷ ଧରି ନିଖୋଜ ଥିବା ପୁଅକୁ ଫେରି ପାଇବା ପରେ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ବାପା। ଆଖିରୁ ଲୁହ ବୋଲ ମାନୁନି। ପୁଅକୁ ଖୋଜି ଖୋଜି ୧୦ ବର୍ଷ ବିତିଗଲା। ଶେଷରେ ଭଗବାନ ତାଙ୍କ ଡାକ ଶୁଣିଛନ୍ତି। ପୁଅକୁ କୋଳେଇ ନେଉଥିବାବେଳେ ଏମିତି ଭାବାବେଗରେ ବିହ୍ୱଳ ହୋଇ ପଡ଼ିଥିଲେ ବାପା। ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ପାରାଦୀପ ଅଞ୍ଚଳରେ। ଗଂଜାମ ଜିଲ୍ଲା ମେଣ୍ଟପୁରର ଜୟୀ […]

subramanian swamy
ଖାଦ୍ୟାଭାବ ସମସ୍ୟାରୁ ଦେଶ ମୁକୁଳିଛି-ସାଂସଦ ସୁବ୍ରମଣ୍ୟମ ସ୍ୱାମୀ

ଭୁବନେଶ୍ୱର: ଓଟିଭିର ଦଶମ ବାର୍ଷିକ କନ୍‌ଭେନ୍‌ସନ ‘Foresight 2020 – Changing Times Changing Minds’ ଶନିବାର ଆରମ୍ଭ ହୋଇଯାଇଛି। ‘ବୈଷ୍ଣବ ଜନ’ ସଙ୍ଗୀତର ତାଳେତାଳେ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ପ୍ରଥମେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିଲେ। ସିପିଆଇ(ଏମ୍‌)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଉଦ୍‌ଘାଟନୀ ସମାରୋହରେ ଅତିଥିଭାବେ ଯୋଗ […]

c-17-globemaster_650x400_61468467504
ଉହାନ୍‌ରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅନୁମତି ଦେଉନି ଚାଇନା

ନୂଆଦିଲ୍ଲୀ: କରୋନା କବଳରେ ଉହାନରେ ଫସି ରହିଛନ୍ତି ବହୁ ଭାରତୀୟ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଚାହୁଁଛି। ହେଲେ ଚୀନ ସାଜିଛି ବାଧକ। ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରେସ୍‌କ୍ୟୁ ବିମାନ ପଠାଇବା ଲାଗି ଭାରତ ଚାହୁଁଛି। କିନ୍ତୁ ଅନୁମତି ଦେଉନି ଚୀନ୍ । ବିଶ୍ୱର ଅନ୍ୟ ପ୍ରମୁଖ ଦେଶ ସେମାନଙ୍କ ନାଗରୀକଙ୍କୁ ଉଦ୍ଧାର କରିବା ପାଇଁ ବିମାନ ପଠାଉଛନ୍ତି । କିନ୍ତୁ ଭାରତର ଅନୁରୋଧ ପରେ ମଧ୍ୟ କ୍ଲିୟରାନ୍ସ ଦିଆଯାଉନାହିଁ । ଏପରିକି […]

BeFunky-collage-8
ମା’ ଓ ଝିଅଙ୍କୁ ହତ୍ୟା ମାମଲାରେ ଅନୁପ୍ ସାଏଙ୍କୁ ଜେରା, ମିଳିଲା ନୂଆ ସୁରାକ୍

ସମ୍ୱଲପୁର: ଛତିଶଗଡ଼ରେ ମା’ ଝିଅଙ୍କୁ ହତ୍ୟା ଘଟଣାର ନୂଆ ସୁରାକ ପାଇଛି ପୋଲିସ।  ଛତିଶଗଡ଼ ହମିରପୁର ଡବଲ୍ ମର୍ଡର ମାମଲାରେ ଗିରଫ ଅଭିଯୁକ୍ତ ଅନୁପ ସାଏଙ୍କୁ ଛତିଶଗଡ଼ ପୁଲିସ୍ ମାରାଥନ୍‌ ଜେରା କରୁଥିବା ବେଳେ ମରାଠା ଗ୍ୟାଗ୍‌ର ହାତ ଥିବା ନେଇ ସନ୍ଦେହ କରିଛି। ଏ ନେଇ ଅନୁପ୍‌ଙ୍କୁ ଜେରା କରୁଛି ପୋଲିସ । ଏହା ବ୍ୟତରତ ହାଇ ପ୍ରୋଫାଇଲ୍ ଛତିଶଗଡ଼ ହମିରପୁର ଡବଲ ମର୍ଡର କିପରି କରାଗଲା? ଏହି ମାମଲାରେ ତୃତୀୟ ବ୍ୟକ୍ତି କିଏ? ହତ୍ୟା […]

ship
ଧାମରା ବନ୍ଦରରେ ପହଞ୍ଚିଲା ୨ ଚାଇନା ଜାହାଜ;ଲୋକେ ଆତଙ୍କିତ

ଭଦ୍ରକ: ଗତକାଲି ବାଂଲାଦେଶରୁ ୨ଟି ଚାଇନା ହଂକ ଜାହାଜ ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଆସି ପହଞ୍ଚିଛି। କରୋନା ଭାଇରସ୍‌ ଯୋଗୁଁ ଚାଇନା ଜାହାଜ ଦେଖି ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଖବର ଧାମରା ଅଞ୍ଚଳରେ ପ୍ରଚାର ହେବା ପରେ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଭଦ୍ରକର ଭାରପ୍ରାପ୍ତ ଜିଲ୍ଲାପାଳ ଏ ବିଷୟରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ପରେ ବନ୍ଦର କର୍ତ୍ତୃପକ୍ଷ ଜାହାଜରେ ଥିବା ସମସ୍ତ ୪୪ ଜଣ […]

sashi
କଂଗ୍ରେସରେ ଫାଟ ! ଗାନ୍ଧି ପରିବାରର ନେତୃତ୍ୱ ବିରୋଧରେ ସ୍ୱର ଉଠାଇଲେ ବରିଷ୍ଠ ନେତା

कांग्रेस आलाकमान पर संदीप दीक्षित का खुला वार, थरूर का भी साथ, गांधी परिवार के खिलाफ विद्रोह?

assembly
ବିରୋଧୀଙ୍କ ଅଭିଯୋଗ-ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବେକାର ସଂଖ୍ୟା ସର୍ବାଧିକ

ଭୁବନେଶ୍ୱର: ବେକାରୀ ସମସ୍ୟାକୁ ନେଇ ବିରୋଧୀ ଓ ଶାସକ ଦଳର ସଭ୍ୟ ମୁହାଁମୁହିଁ। ଶୂନ୍ୟକାଳରେ ବେକାରୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ପ୍ରଦୀପଙ୍କ ତଥ୍ୟ ଅନୁସାରେ ୨୨ଲକ୍ଷ ୫୭ ହଜାର ବେକାରଙ୍କ ନାଁ ପଞ୍ଜୀକରଣ ହୋଇଥିଲେ ମଧ୍ୟ ମାତ୍ର ୨୬ ହଜାରଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଦୀପ ନାୟକ କହିଥିଲେ,  ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସବୁଠୁ ଅଧିକ ୫୫ ହଜାର ୫୫୬ଜଣ ବେକାର ଅଛନ୍ତି। ସେ ଗୃହରେ ଦର୍ଶାଇଥିଲେ କେନ୍ଦ୍ର […]

dlit
ସାମାନ୍ୟ ଭୁଲ୍‌ ପାଇଁ... ଦଳିତ ଯୁବକଙ୍କ ସମ୍ବେଦନଶୀଳ ଅଙ୍ଗରେ ପେଟ୍ରୋଲ ଢାଳିଦେଲେ

ନାଗାଉର: ସାମାନ୍ୟ ଚୋରୀ ଅଭିଯୋଗରେ ଏତେ ବଡ ସଜା ? ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳି ନିର୍ଦ୍ଦୟ ଭାବେ ପିଟିଲେ। ନାଗାଉର ଅଞ୍ଚଳରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି। ଚୋରି ଅଭିଯୋଗରେ ୨ ଜଣ ଦଳିତ ଯୁବକଙ୍କୁ କିଛି ଲୋକ ଅତ୍ୟନ୍ତ ନିଷ୍ଠୁର ଭାବେ ମାଡ଼ ମାରିଛନ୍ତି। ଯନ୍ତ୍ରଣାରେ ଛଟପଟ ହୋଇ ରକ୍ଷା ପାଇବା ପାଇଁ ନେହୁରା ହେଉଥିଲେ ହେଁ ମାଡ଼ ମାରୁଥିବା ଲୋକଙ୍କ ହୃଦୟ ଆଦୌ ତରଳି ନଥିଲା। ଭିଡିଓଟି ଫେବୃଆରୀ ୧୬ରେ ହୋଇଥିବା […]

Capture
‘ମା’, ମୋ ଭାଇକୁ ରକ୍ଷା କର..’ କରୋନା ଫାସରୁ ଭାଇର ମୁକ୍ତି ପାଇଁ ଭଉଣୀର ଆକୁଳ ନିବେଦନ

ଭୁବନେଶ୍ୱର: ଚୀନରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଆଜି ସୁଦ୍ଧା ମୃତ୍ୟୁ ସଂଖ୍ୟା୨୧୧୮ରେ ପହଞ୍ଚିଛି। ଗତକାଲି ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ  ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ୫୭୬ ଛୁଇଁଛି । ଗତକାଲି ଗୋଟିଏ ଦିନରେ ୩୯୪ ଜଣ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୭୪୯ ଥିବାବେଳେ ଗତକାଲି ଏଥିରେ ସଂଖ୍ୟା ହ୍ରାସ ପାଇଛି । ଅନ୍ୟପକ୍ଷେ ଜାପାନ ୟୋକୋହାମାରେ ଜାହାଜ ଭିତରେ କୋରୋନାଆକ୍ରାନ୍ତଙ୍କ ମଧ୍ୟରେ ଫସି ରହିଥିବା […]

ctrl c ctrl v
ଆଖି ବୁଜିଲେ Ctrl+C ଓ Ctrl+Vର ଜନକ

ଓ୍ୱାଶିଂଟନ:  କମ୍ପ୍ୟୁଟର ଯୁଗରେ Ctrl+C (କପି) ଏବଂ Ctrl+V  କିଏ ନ ଜାଣେ। ସ୍ମାର୍ଟଫୋନ୍ ହେଉ କି କମ୍ପ୍ୟୁଟର Ctrl+C (କପି) ଏବଂ Ctrl+V (ପେଷ୍ଟ ବା ରିପ୍ଲେସ) ସବୁ ୟୁଜର୍ସଙ୍କ ପାଇଁ ଜରୁରୀ ଆବଶ୍ୟକତା।  କାରଣ କମ୍ପ୍ୟୁଟର ବ୍ୟବହାର ବେଳେ ଏହି କି ଓ୍ୱାର୍ଡର ବ୍ୟବହାର ସବୁଠାରୁ ଅଧିକ ହୋଇଥାଏ। ତେବେ ଏହି କି ଓ୍ୱାର୍ଡକୁ  କିଏ ଆବିଷ୍କାର କରିଥିଲେ ଜାଣନ୍ତି ! ସଫ୍ଟଓ୍ୱୟାର ଇଞ୍ଜିନିୟର ଲରି ଟେସ୍ଲର। ହେଲେ ୭୪ ବର୍ଷ ବୟସରେ ଏବେ […]

niranjan
ବାଙ୍କୀ ଡବଲ ମର୍ଡର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ବିଜେଡି-ନିରଞ୍ଜନ

କଟକ: କଟକ ବାଙ୍କୀ ଡବଲ ମର୍ଡର ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ପୁରା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି କଂଗ୍ରେସ। ଡବଲ ମର୍ଡର ମାମଲାରେ ସ୍ଥାନୀୟ ବିଜେଡି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି। ତାଙ୍କ ଇଙ୍ଗିତରେ ହତ୍ୟା ଓ ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଘଟଣାକୁ ଦୃଢ଼ ଭାବେ ନିନ୍ଦା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହାପୂର୍ବରୁ ବି ମୃତକଙ୍କ ପତ୍ନୀ […]