ନୟାଗଡ଼: କେତେ ଭୟଙ୍କର ହୋଇପାରେ କଙ୍ଗାରୁ କୋର୍ଟ ତାହାର ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୌରାଙ୍ଗପୁର ପଞ୍ଚାୟତର ଗୌରାଙ୍ଗପୁର ଗାଁରେ । ଗାଁ ଲୋକଙ୍କ ସହ ମତ ପାର୍ଥକ୍ୟ ଯୋଗୁ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି ଏହି ଗାଁର ରବୀନ୍ଦ୍ର ବେହେରା ନାମକ ବ୍ୟକ୍ତି। ଗ୍ରାମବାସୀ କଙ୍ଗାରୁ କୋର୍ଟ କରି ରବୀନ୍ଦ୍ରଙ୍କ ଘରକୁ ଭାଙ୍ଗି ଛାରଖାର କରି ଦେଇଛନ୍ତି। ଆଜି ନୁହେଁ, ଗାଁ ଲୋକଙ୍କ ଆକ୍ରୋଶର ଶିକାର ରବୀନ୍ଦ୍ରଙ୍କ ପରିବାର ବର୍ଷ […]
ଭୁବନେଶ୍ୱର:ବଢୁଛି କରୋନା ଭୟ। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସବୁଠି ଖେଳି ଯାଇଛି ଆତଙ୍କ। ପାରାଦୀପରେ ଜଣେ ଇଞ୍ଜିନିୟରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଏସ୍ସିବିରେ ଭର୍ତ୍ତି କରାଯାଇଛି। ଏଥିସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଉଭୟଙ୍କର ସ୍ୱାବ ଟେଷ୍ଟ ପାଇଁ ଯାଇଛି। ଏପରି ପରିସ୍ଥିତିରେ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଆଡଭାଇଜରି । କାର୍ଯ୍ୟକ୍ଷେତ୍ରରେ କ’ଣ ସତର୍କତା ଅବଲମ୍ବନ କରିବେ ସେ […]
ତିନି ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜା। ବିଧି ଅନୁସାରେ ତିନିରଥରେ ଶ୍ରୀଜିଉମାନେ ବିରାଜମାନ କରିବା ପରେ ଗଜପତି ମହାରାଜା ତାମ୍ର ଯାନରେ ଆସି ଶ୍ରୀଜିଉଙ୍କ ସେବା କରିବାର ଅନନ୍ୟ ପରମ୍ପରା ରହିଛି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି। ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ
ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସ୍ ଷ୍ଟାଇଲ୍, କଲର ସବୁ କିଛି ନିଆରା। ଆଉ ବେଶ ଆଟ୍ରାକ୍ଟିଭ୍ ବି। ନିଜର ଏଇ ନିଆରା ଲୁକ୍, ହଟ୍କେ ଷ୍ଟାଇଲ୍ ପାଇଁ ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ। ଏବେ ପ୍ରିୟଙ୍କା ଧରୁଥିବା ପର୍ସକୁ ନେଇ ସୋଶାଲ ମିଡିଆରେ ଚାଲିଛି ଚର୍ଚ୍ଚା। କୁହାଯାଏ ପ୍ରିୟଙ୍କା ଯାହା ପିନ୍ଧନ୍ତି ମହଙ୍ଗା ହିଁ ପିନ୍ଧନ୍ତି। କିନ୍ତୁ ଏତେ ମହଙ୍ଗା ! ଶୁଣିଲେ ହୋସ୍ ଉଡ଼ିଯିବ। ସେ ଧରୁଥିବା ପର୍ସର ଦାମ୍ କେତେ ଜାଣନ୍ତି ? ଏବେ […]
କଟକ: ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ। ଗତକାଲିଠାରୁ କମିଶନ ଶୁଣାଣି ବନ୍ଦ ରଖିଛନ୍ତି। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଗତ ଫେବ୍ରୁଆରୀ ୪ ତାରିଖରୁ ଶେଷ ହୋଇଥିବାବେଳେ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯାଇ ନାହିଁ । ତେଣୁ ଏହାପରେ କମିଶନ ଆଉ ବସିବେ ନାହିଁ ବୋଲି ନୋଟିସ ଜାରି କରାଯାଇଛି । କଟକ ବକ୍ସିବଜାର ପୋଲିସ ଲାଇନରେ ଥିବା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ […]
ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର। ଚାରିଜଣ କଂଗ୍ରେସ ବିଧାୟକଙ୍କ ସହ ଆଉ ଚାରି ଜଣ ସ୍ୱାଧୀନ ବିଧାୟକଙ୍କୁ ଗୁରୁଗ୍ରାମର ଏକ ହୋଟେଲରେ ରଖାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ବିଜେପିର ଜଣେ ମନ୍ତ୍ରୀ ସେମାନଙ୍କୁ ବଳପୂର୍ବକ ରଖିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରୁ ମଧ୍ୟରାତି ଯାଏ ମଧ୍ୟ ପ୍ରଦେଶରେ ଏପରି ରାଜନୀତିକ ଡ୍ରାମା ଚାଲିଥିଲା। କମଳନାଥ ସରକାର ପ୍ରତି ଆସିଥିବା ଏହି ବିପଦ ପାଇଁ ଦଳ ବିଜେପିକୁ ଦାୟୀ କରିଛି। ବିଜେପି ଘୋଡ଼ା […]
ଚିଲିକା: ଚିଲିକା ମଝିରେ ଅଟକିଛି ଡଙ୍ଗା। ଫସି ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ସେମାନଙ୍କ ମଧ୍ୟରେ ଅଛନ୍ତି ୩୦ରୁ ଅଧିକ ଛାତ୍ରଛାତ୍ରୀ। ଛାତ୍ରମାନେ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଡଙ୍ଗା। ହେଲେ ମହିଷା ନିକଟରେ ଅଟକି ଯାଇଛି ଡଙ୍ଗା। ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗାରେ ୩୦ରୁ ଅଧିକ ଛାତ୍ରଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଛନ୍ତି। ଡଙ୍ଗାରେ ଥିବା ୩୦ରୁ ଅଧିକ କଲେଜ ଛାତ୍ର […]
ବଲାଙ୍ଗିର:ରାସ୍ତା ଉପରେ ପଡ଼ିଛି ଗାଡ଼ି। ଭଙ୍ଗାରୁଜା ଅବସ୍ଥାରେ। ତଳେ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି ଜୋତା, ଲେଗିନ୍ସ,..। କାହାର ଏ ଗାଡ଼ି ? ଏଠାକୁ କେମିତି ଆସିଲା ? ଏସବୁ ପ୍ରଶ୍ନର ଉତ୍ତର ନ ମିଳିଲେ ମଧ୍ୟ ଏହା ଏକ ଅପହରଣ ଘଟଣା ବୋଲି ସନ୍ଦେହ କରାଯାଉଛି। ଏମିତି ଘଟଣା ଘଟିଛି ବଲାଙ୍ଗିର-ଖୁଜନପାଲି ରାସ୍ତାରେ। ଘଟଣା ବଲାଙ୍ଗିର-ଖୁଜନପାଲି ରାସ୍ତାରେ ବିଳମ୍ବିତ ରାତିରେ ଘଟିଛି। ବଲାଙ୍ଗିର ସହରଠାରୁ ୫୦୦ ମିଟର ଦୂରରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିବା ଗାଡିକୁ ଦେଖି ଅନୁମାନ […]
ନୂଆଦିଲ୍ଲୀ: ଚୀନ୍ ସମେତ ଅଧା ବିଶ୍ୱରେ ଚିନ୍ତା ବଢ଼ାଇଛି କରୋନା ଭାଇରସ୍। ଏବେ ଭାରତରେ ବି ବଢ଼ି ଚାଲିଛି କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ସଂଖ୍ୟା। ତେଲେଙ୍ଗାନା ଓ ଦିଲ୍ଲୀରେ ୨ଜଣ ସଂକ୍ରମିତଙ୍କୁ ଚିହ୍ନଟ ପରେ ଆଗ୍ରାରେ ଆଉ ୬ଜଣଙ୍କ ଶରୀରରେ ଏହି ମାରାତ୍ମକ ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖାଯାଇଛି। ସେପଟେ ଦିଲ୍ଲୀ ଓ ଆଗ୍ରାରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ନେଇ ବଢୁଥିବା ସଂଶୟ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା […]
ଭୁବନେଶ୍ୱର:ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବର୍ଷା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଣିପାଗ ବିଭାଗ ପକ୍ଷରୁ ୧୦ ଜିଲ୍ଲାକୁ ଝଡ଼ ତୋଫାନ, ସ୍ୱଳ୍ପ ବର୍ଷା ସହ ବଜ୍ରପାତ ସତର୍କ ସୂଚନା ଦିଆଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ମୟୂରଭଂଜ, ସମ୍ବଲପୁର , ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା […]
ନୂଆଦିଲ୍ଲୀ:ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଆକ୍ରମଣ। ତାହା ପୁଣି ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ। ଆକ୍ରମଣ ନେଇ ନିଜେ ମୁହଁ ଖୋଲିଛନ୍ତି ସଂଗୀତା ସିଂହଦେଓ। ଲୋକସଭାରେ ବିରୋଧୀ ଦଳର ଦୁଇ ମହିଳା ସାଂସଦ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି ସଙ୍ଗୀତା ସିଂଦେଓ ମିଡିଆକୁ କହିଛନ୍ତି, ବିରୋଧି ଦଳ ନେତାମାନେ ବାଚସ୍ପତିଙ୍କୁ କାମ କରାଇ ଦେଉନଥିଲେ। ମୁହଁ ସାମ୍ନାରେ ବ୍ୟାନର ଟାଣି କାର୍ଯ୍ୟରେ ବ୍ୟାଘାତ କରୁଥିଲେ। ନିଜ ଆସନ ଛାଡ଼ି ଟ୍ରେଜେରି ବେଞ୍ଚକୁ ଆସି […]
ନୂଆଦିଲ୍ଲୀ: ଦରଦି ମଣିଷ ପାଖରେ ବୟସ ହାର ମାନିଯାଏ। ସମୟ ତା ଚେହେରାରେ ବାର୍ଦ୍ଧକ୍ୟର ଛାପ ଛାଡ଼ି ପାରେ ନାହିଁ। କାହାର ଦୁଃଖ ଦେଖିଲେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେ ବାହାରି ଆସେ ଅନ୍ୟ ଆଖିର ଲୁହ ପୋଛିବା ପାଇଁ। ସେ ସମୟରେ ସେ ଚିନ୍ତା କରିପାରେ ନାହିଁ କ’ଣ ହେବ ? ଠିକ୍ ଏମିତି କିଛି ଘଟିଛି ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କ ସହ। ବୃଦ୍ଧ ଜଣକ ନିଜ ଜୀବନକୁ ବାଜି […]
ଇସ୍ଲାମ୍ବାଦ:ଚାଲିଥିଲା ଆଲୋଚନା। ଏକଦମ୍ ସରଗରମ ଆଲୋଚନା ତାହା ପୁଣି ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ୍ ଖାନଙ୍କୁ ନେଇ । ଟିଭି ସ୍କ୍ରିନ୍ରେ ସିଧା ପ୍ରସାରଣ ହେଉଥିଲା। ହଠାତ୍ ଇମ୍ରାନ୍ଙ୍କ ସମାଲୋଚନା କରୁ କରୁ ଚେୟାର ଉପରୁ ଗଡ଼ିପଡିଲେ ପାନେଲିଷ୍ଟ। ଯାହାର ଭିଡିଓ ଭାଇରାଲ ହୋଇଛି। ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲ ‘ଦୁନିଆ ନ୍ୟୁଜ୍’ ରେ ଲାଇଭ ଡିବେଟ ଚାଲିଥିଲା। ଏହାର ଏକ ଛୋଟ କ୍ଲିପ୍ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ୟୁଜର୍ସ ଏହାକୁ ନେଇ ବେଶ ସମାଲୋଚନା କରିଛନ୍ତି। […]